Caracas Red Sky / ହଠାତ୍ ଲାଲ୍ ହୋଇଗଲା ସାରା ଆକାଶ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
·2 months ago·3 min read

Key Points
ରକ୍ତ ଭଳି ଲାଲ୍ ହେଲା ଆକାଶ
ରହସ୍ୟମୟ ଦୃଶ୍ୟର ସତ୍ୟ ସାମ୍ନାକୁ ଆସିଲା
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ
ରହସ୍ୟମୟ ଦୃଶ୍ୟର ସତ୍ୟ ସାମ୍ନାକୁ ଆସିଲା
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ
ଭେନେଜୁଏଲାର ରାଜଧାନୀ କାରାକାସରେ ନିକଟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଭୂମିକମ୍ପରେ ପ୍ରଭାବିତ ସହର ଉପରେ ହଠାତ୍ ସମଗ୍ର ଆକାଶ ଗାଢ଼ ଲାଲ ରଙ୍ଗ ହୋଇଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା । କେହି କେହି ଏହାକୁ ଚମତ୍କାର ବୋଲି କହିଥିଲେ, ତ ଆଉ କେହି ଏହାକୁ ବଡ଼ ବିପଦର ସଙ୍କେତ ବୋଲି ଭାବିଥିଲେ । କିନ୍ତୁ ବୈଜ୍ଞାନିକମାନଙ୍କ ମତରେ ଏହା ପଛରେ କୌଣସି ରହସ୍ୟ ନଥିଲା, ବରଂ ଏକ ସାଧାରଣ ପ୍ରାକୃତିକ ପ୍ରକ୍ରିୟା ।
ଗତ ଜୁନ୍ ୩୦ ତାରିଖ ସନ୍ଧ୍ୟାରେ କାରାକାସର ଆକାଶ ଗାଢ଼ ଲାଲ ରଙ୍ଗ ହୋଇଯାଇଥିଲା । ନିକଟରେ ହୋଇଥିବା ଭୂମିକମ୍ପ ପାଇଁ ଲୋକମାନେ ଭୟଭୀତ ଥିବାରୁ ଏହି ଦୃଶ୍ୟ ସେମାନଙ୍କ ଆତଙ୍କକୁ ଆହୁରି ବଢ଼ାଇଦେଇଥିଲା । ଏହି ଭିଡିଓ ଭାଇରାଲ ହେବା ସହିତ ବିଭିନ୍ନ ପ୍ରକାରର ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା । ତେବେ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଅଲୌକିକ ଘଟଣା କିମ୍ବା ଭୂମିକମ୍ପ ସହ ଜଡିତ ରହସ୍ୟମୟ ସଙ୍କେତ ନୁହେଁ ।
କାହିଁକି ଆକାଶ ଲାଲ ଦେଖାଯାଏ?
ସୂର୍ଯ୍ୟଙ୍କ ଆଲୋକ ବିଭିନ୍ନ ରଙ୍ଗର ସମନ୍ୱୟରେ ଗଠିତ । ଏହି ଆଲୋକ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିବା ବେଳେ ବାୟୁରେ ଥିବା ଗ୍ୟାସ ଓ ଧୂଳିକଣା ସହ ମିଶିଥାଏ । ଏହି ପ୍ରକ୍ରିୟାରେ ନୀଳ ଆଲୋକ ଅଧିକ ବିକ୍ଷିପ୍ତ ହୋଇଯାଏ, ଯେତେବେଳେ ଲାଲ ଓ କମଳା ରଙ୍ଗର ଆଲୋକ ଆମ ଆଖିକୁ ସହଜରେ ପହଞ୍ଚେ । ସେଥିପାଇଁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଆକାଶ ସାଧାରଣତଃ ଲାଲ କିମ୍ବା କମଳା ରଙ୍ଗର ଦେଖାଯାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭେନେଜୁଏଲାରେ ଲାଲ ରଙ୍ଗ ଏତେ ତୀବ୍ର କାହିଁକି ଥିଲା?
ବିଶେଷଜ୍ଞମାନଙ୍କ ମତରେ, ଏଥର ଲାଲ ରଙ୍ଗ ସାଧାରଣଠାରୁ ଅଧିକ ଗାଢ଼ ଦେଖାଯିବାର ଦୁଇଟି ପ୍ରମୁଖ କାରଣ ଥିଲା । ପ୍ରଥମ କାରଣ ହେଉଛି ଆଫ୍ରିକାର ସାହାରା ମରୁଭୂମିରୁ ଆସିଥିବା ଧୂଳି । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ସାହାରାରୁ ଉଡ଼ିଆସୁଥିବା ସୂକ୍ଷ୍ମ ଧୂଳିକଣା ଆଟଲାଣ୍ଟିକ୍ ମହାସାଗର ଅତିକ୍ରମ କରି କାରିବିୟାନ୍ ଅଞ୍ଚଳ ଓ ଭେନେଜୁଏଲା ପର୍ଯ୍ୟନ୍ତ ପହଞ୍ଚେ । ଏହି ଧୂଳିକଣାଗୁଡ଼ିକ ଆଲୋକକୁ ଏପରି ଭାବରେ ବିକ୍ଷିପ୍ତ କରେ ଯେ ଲାଲ ରଙ୍ଗ ଅଧିକ ସ୍ପଷ୍ଟ ଭାବେ ଦେଖାଯାଏ । ଦ୍ୱିତୀୟ କାରଣ ହେଉଛି ନିକଟରେ ହୋଇଥିବା ଭୂମିକମ୍ପ ପରେ ବାୟୁରେ ମିଶିଥିବା ସୂକ୍ଷ୍ମ ଧୂଳି । ତେବେ ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହାର ପ୍ରଭାବ ସୀମିତ ସମୟ ପାଇଁ ଥିଲା ।
ଏପରି ସୂର୍ଯ୍ୟାସ୍ତକୁ 'କ୍ୟାଣ୍ଡିଲାଜୋ' କୁହାଯାଏ
ଭେନେଜୁଏଲା ଏବଂ ଅନେକ କାରିବିଆନ ଦେଶରେ ଏପରି ଗାଡ଼ ଲାଲ ସୂର୍ଯ୍ୟାସ୍ତକୁ 'କ୍ୟାଣ୍ଡିଲାଜୋ' କୁହାଯାଏ । ଏହି ଶବ୍ଦଟି ପ୍ରାଚୀନ ତେଲ ଦୀପ 'କ୍ୟାଣ୍ଡିଲା'ରୁ ଆସିଛି । ଯେତେବେଳେ ସୂର୍ଯ୍ୟାସ୍ତ ସମୟରେ ଆକାଶ ଦୀପର ଶିଖା ପରି ଉଜ୍ଜ୍ୱଳ ଲାଲ ଦେଖାଯାଏ, ଏହାକୁ କାଣ୍ଡିଲାଜୋ କୁହାଯାଏ ।
ଅଧିକ ପଢ଼ନ୍ତୁ: ଋଷ ଆକ୍ରମଣରେ ଥରିଲା ୟୁକ୍ରେନ ରାଜଧାନୀ, ଧ୍ୱଂସ ହେଲା ଅନେକ ଆବାସିକ ବିଲ୍ଡିଂ ଓ ହୋଟେଲ୍
ଏହା କ'ଣ ଭୂମିକମ୍ପ ସହିତ ଜଡିତ ?
କାରାକାସରେ କିଛି ଦିନ ପୂର୍ବରୁ ଭୂମିକମ୍ପ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଥିଲା । ଏହି କାରଣରୁ ଲାଲ ଆକାଶକୁ ନେଇ ବିଭିନ୍ନ ଗୁଜବ ପ୍ରଚାର ହୋଇଥିଲା । କିନ୍ତୁ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ଏହା ଭୂମିକମ୍ପ ସହ ସମ୍ପର୍କିତ କୌଣସି ରହସ୍ୟମୟ ଆଲୋକ ନୁହେଁ । ଏହା କୌଣସି ବଡ଼ ବିପଦ କିମ୍ବା ଅଲୌକିକ ଘଟଣାର ସଙ୍କେତ ମଧ୍ୟ ନୁହେଁ ।
ଅରୋରା ଆଲୋକ ପରି ଘଟଣା ନୁହେଁ
କେତେକ ଲୋକ ଏହି ଲାଲ ଆକାଶକୁ ସ୍କାଣ୍ଡିନେଭିଆ ଦେଶଗୁଡ଼ିକରେ ଦେଖାଯାଉଥିବା ଅରୋରା ଲାଇଟ୍ସ ସହ ତୁଳନା କରିଥିଲେ । କିନ୍ତୁ ଏହି ଦୁଇଟି ଘଟଣା ସମ୍ପୂର୍ଣ୍ଣ ଭିନ୍ନ । ଅରୋରା ଆଲୋକ ସୂର୍ଯ୍ୟ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରୁ ଚାର୍ଜିତ କଣିକା ଦ୍ୱାରା ସୃଷ୍ଟି ହୁଏ । ଅନ୍ୟପକ୍ଷରେ କାରାକାସର ଲାଲ ଆକାଶ ସୂର୍ଯ୍ୟାସ୍ତ, ବାୟୁମଣ୍ଡଳରେ ଥିବା ଧୂଳିକଣା ଏବଂ ଆଲୋକର ବିକ୍ଷେପଣର ସାଧାରଣ ବୈଜ୍ଞାନିକ ପରିଣାମ ଥିଲା ।
ବିଶେଷଜ୍ଞମାନଙ୍କ ମତରେ, ଏଥର ଲାଲ ରଙ୍ଗ ସାଧାରଣଠାରୁ ଅଧିକ ଗାଢ଼ ଦେଖାଯିବାର ଦୁଇଟି ପ୍ରମୁଖ କାରଣ ଥିଲା । ପ୍ରଥମ କାରଣ ହେଉଛି ଆଫ୍ରିକାର ସାହାରା ମରୁଭୂମିରୁ ଆସିଥିବା ଧୂଳି । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ସାହାରାରୁ ଉଡ଼ିଆସୁଥିବା ସୂକ୍ଷ୍ମ ଧୂଳିକଣା ଆଟଲାଣ୍ଟିକ୍ ମହାସାଗର ଅତିକ୍ରମ କରି କାରିବିୟାନ୍ ଅଞ୍ଚଳ ଓ ଭେନେଜୁଏଲା ପର୍ଯ୍ୟନ୍ତ ପହଞ୍ଚେ । ଏହି ଧୂଳିକଣାଗୁଡ଼ିକ ଆଲୋକକୁ ଏପରି ଭାବରେ ବିକ୍ଷିପ୍ତ କରେ ଯେ ଲାଲ ରଙ୍ଗ ଅଧିକ ସ୍ପଷ୍ଟ ଭାବେ ଦେଖାଯାଏ । ଦ୍ୱିତୀୟ କାରଣ ହେଉଛି ନିକଟରେ ହୋଇଥିବା ଭୂମିକମ୍ପ ପରେ ବାୟୁରେ ମିଶିଥିବା ସୂକ୍ଷ୍ମ ଧୂଳି । ତେବେ ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହାର ପ୍ରଭାବ ସୀମିତ ସମୟ ପାଇଁ ଥିଲା ।
ଏପରି ସୂର୍ଯ୍ୟାସ୍ତକୁ 'କ୍ୟାଣ୍ଡିଲାଜୋ' କୁହାଯାଏ
ଭେନେଜୁଏଲା ଏବଂ ଅନେକ କାରିବିଆନ ଦେଶରେ ଏପରି ଗାଡ଼ ଲାଲ ସୂର୍ଯ୍ୟାସ୍ତକୁ 'କ୍ୟାଣ୍ଡିଲାଜୋ' କୁହାଯାଏ । ଏହି ଶବ୍ଦଟି ପ୍ରାଚୀନ ତେଲ ଦୀପ 'କ୍ୟାଣ୍ଡିଲା'ରୁ ଆସିଛି । ଯେତେବେଳେ ସୂର୍ଯ୍ୟାସ୍ତ ସମୟରେ ଆକାଶ ଦୀପର ଶିଖା ପରି ଉଜ୍ଜ୍ୱଳ ଲାଲ ଦେଖାଯାଏ, ଏହାକୁ କାଣ୍ଡିଲାଜୋ କୁହାଯାଏ ।
ଅଧିକ ପଢ଼ନ୍ତୁ: ଋଷ ଆକ୍ରମଣରେ ଥରିଲା ୟୁକ୍ରେନ ରାଜଧାନୀ, ଧ୍ୱଂସ ହେଲା ଅନେକ ଆବାସିକ ବିଲ୍ଡିଂ ଓ ହୋଟେଲ୍
ଏହା କ'ଣ ଭୂମିକମ୍ପ ସହିତ ଜଡିତ ?କାରାକାସରେ କିଛି ଦିନ ପୂର୍ବରୁ ଭୂମିକମ୍ପ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଥିଲା । ଏହି କାରଣରୁ ଲାଲ ଆକାଶକୁ ନେଇ ବିଭିନ୍ନ ଗୁଜବ ପ୍ରଚାର ହୋଇଥିଲା । କିନ୍ତୁ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ଏହା ଭୂମିକମ୍ପ ସହ ସମ୍ପର୍କିତ କୌଣସି ରହସ୍ୟମୟ ଆଲୋକ ନୁହେଁ । ଏହା କୌଣସି ବଡ଼ ବିପଦ କିମ୍ବା ଅଲୌକିକ ଘଟଣାର ସଙ୍କେତ ମଧ୍ୟ ନୁହେଁ ।
ଅରୋରା ଆଲୋକ ପରି ଘଟଣା ନୁହେଁ
କେତେକ ଲୋକ ଏହି ଲାଲ ଆକାଶକୁ ସ୍କାଣ୍ଡିନେଭିଆ ଦେଶଗୁଡ଼ିକରେ ଦେଖାଯାଉଥିବା ଅରୋରା ଲାଇଟ୍ସ ସହ ତୁଳନା କରିଥିଲେ । କିନ୍ତୁ ଏହି ଦୁଇଟି ଘଟଣା ସମ୍ପୂର୍ଣ୍ଣ ଭିନ୍ନ । ଅରୋରା ଆଲୋକ ସୂର୍ଯ୍ୟ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରୁ ଚାର୍ଜିତ କଣିକା ଦ୍ୱାରା ସୃଷ୍ଟି ହୁଏ । ଅନ୍ୟପକ୍ଷରେ କାରାକାସର ଲାଲ ଆକାଶ ସୂର୍ଯ୍ୟାସ୍ତ, ବାୟୁମଣ୍ଡଳରେ ଥିବା ଧୂଳିକଣା ଏବଂ ଆଲୋକର ବିକ୍ଷେପଣର ସାଧାରଣ ବୈଜ୍ଞାନିକ ପରିଣାମ ଥିଲା ।
Related Topics
Explore more stories