Russia Attack on Kyiv / ଋଷ ଆକ୍ରମଣରେ ଥରିଲା ୟୁକ୍ରେନ ରାଜଧାନୀ, ଧ୍ୱଂସ ହେଲା ଅନେକ ଆବାସିକ ବିଲ୍ଡିଂ ଓ ହୋଟେଲ୍
·1 hour ago·2 min read

Key Points
କିଭ୍ରେ ମିସାଇଲ୍ ଓ ଡ୍ରୋନ୍ ବର୍ଷା
ଋଷର ଭୟଙ୍କର ଆକ୍ରମଣ
ଋଷ ଆକ୍ରମଣରେ ୧୦ ମୃତ, ୮୦ରୁ ଅଧିକ ଆହତ
ଋଷର ଭୟଙ୍କର ଆକ୍ରମଣ
ଋଷ ଆକ୍ରମଣରେ ୧୦ ମୃତ, ୮୦ରୁ ଅଧିକ ଆହତ
ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ପୁଣିଥରେ ଭୟଙ୍କର ରୂପ ଧାରଣ କରିଛି । ଗୁରୁବାର ବିଳମ୍ବିତ ରାତିରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ ପକ୍ଷରୁ ଭୟଙ୍କର ଆକ୍ରମଣ କରିଛି । ଋଷ ପକ୍ଷରୁ କରାଯାଇଥିବା ମିସାଇଲ୍ ଏବଂ ଡ୍ରୋନ୍ ବର୍ଷାରେ ଥରି ଉଠିଛି ସାରା କିଭ୍ ସହର । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ରେ ଅନେକ ବଡ଼ ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁଯାୟୀ, ସହରର ୨୮ଟି ଭିନ୍ନ ସ୍ଥାନରେ ଆକ୍ରମଣ ହୋଇଛି ।
ଋଷର ଏହି ଆକ୍ରମଣରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ଆବାସିକ ବିଲ୍ଡିଂ ଏବଂ ହୋଟେଲ୍ ଧ୍ୱଂସସ୍ତୂପରେ ପରିଣତ ହୋଇଛି । ଆକ୍ରମଣର ମାତ୍ର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ଼ ଆକ୍ରମଣ ନେଇ ସାରା ଦେଶକୁ ସତର୍କ କରାଇଥିଲେ। ସାଇରେନ୍ ବାଜିବା ମାତ୍ରେ ହଜାର ହଜାର ଲୋକ ଭୂତଳ ମେଟ୍ରୋ ଷ୍ଟେସନ ଭିତରକୁ ପଶିଯାଇଥିଲେ। ଯାହା ଫଳରେ ଏକ ବଡ଼ ଧରଣର ଜନହାନିକୁ ଏଡ଼ାଇ ଦିଆଯାଇପାରିଛି ।
ଆକ୍ରମଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି ଆୟର୍ଲାଣ୍ଡ ଗସ୍ତକୁ ସଂକ୍ଷିପ୍ତ କରି ତୁରନ୍ତ କିଭ୍ ଫେରିଆସିଛନ୍ତି । ସେ ସୁରକ୍ଷା ଏବଂ ରିଲିଫ୍ କାର୍ଯ୍ୟ ସମୀକ୍ଷା କରିବାକୁ ଫେରିଆସିଛନ୍ତି ବୋଲି କୁହାଯାଉଛି ।
ଋଷର ଏହି ଆକ୍ରମଣରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ଆବାସିକ ବିଲ୍ଡିଂ ଏବଂ ହୋଟେଲ୍ ଧ୍ୱଂସସ୍ତୂପରେ ପରିଣତ ହୋଇଛି । ଆକ୍ରମଣର ମାତ୍ର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ଼ ଆକ୍ରମଣ ନେଇ ସାରା ଦେଶକୁ ସତର୍କ କରାଇଥିଲେ। ସାଇରେନ୍ ବାଜିବା ମାତ୍ରେ ହଜାର ହଜାର ଲୋକ ଭୂତଳ ମେଟ୍ରୋ ଷ୍ଟେସନ ଭିତରକୁ ପଶିଯାଇଥିଲେ। ଯାହା ଫଳରେ ଏକ ବଡ଼ ଧରଣର ଜନହାନିକୁ ଏଡ଼ାଇ ଦିଆଯାଇପାରିଛି ।
ଅଧିକ ପଢ଼ନ୍ତୁ: ନାସା ଚଳାଇଛି ପ୍ରସ୍ତୁତି; ୫୩ ବର୍ଷ ପରେ ଉଡ଼ିବ ସୁପରସୋନିକ୍ ବିମାନ
ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଓଡେସାରେ ଏକ ଡ୍ରୋନ୍ କମ୍ପ୍ଲେକ୍ସକୁ ଟାର୍ଗେଟ କରି ନଷ୍ଟ କରାଯାଇଛି । ଋଷ ଅଭିଯୋଗ କରିଛି ଯେ ଏହି କମ୍ପ୍ଲେକ୍ସରୁ ଡ୍ରୋନ୍ଗୁଡ଼ିକୁ ଏହାର ତୈଳ ବିଶୋଧନାଗାର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଉଥିଲା । ଋଷ ଏହି ସାମରିକ ଅଭିଯାନର ଡ୍ରୋନ୍ ଫୁଟେଜ୍ ମଧ୍ୟ ଜାରି କରିଛି, ଯେଉଁଥିରେ ଆକ୍ରମଣର ଦୃଶ୍ୟ ଦେଖିବାକୁ ମିଳୁଛି ।ଆକ୍ରମଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି ଆୟର୍ଲାଣ୍ଡ ଗସ୍ତକୁ ସଂକ୍ଷିପ୍ତ କରି ତୁରନ୍ତ କିଭ୍ ଫେରିଆସିଛନ୍ତି । ସେ ସୁରକ୍ଷା ଏବଂ ରିଲିଫ୍ କାର୍ଯ୍ୟ ସମୀକ୍ଷା କରିବାକୁ ଫେରିଆସିଛନ୍ତି ବୋଲି କୁହାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories