Iran War / ଅସ୍ତ୍ରବିରତି ଘୋଷଣା ସତ୍ତ୍ଵେ ହୋଇପାରୁନି ପାରୁନି ସମାଧାନ; ହେଲାଣି ୫୦ ବିଲିୟନ ଡଲାର କ୍ଷତି
·1 day ago·2 min read

Key Points
- ଅସ୍ତ୍ରବିରତି ଘୋଷଣା ସତ୍ତ୍ବେ ଯୁଦ୍ଧର ସମାଧାନ ହୋଇପାରୁନି
- ଏଯାବତ୍ ୫ହଜାର ମୃତ୍ୟୁ, ୫୦ ବିଲିୟନ ଡଲାର କ୍ଷତି
- ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରଭାବିତ
ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧକୁ ୨ ମାସ । ଅସ୍ତ୍ରବିରତି ଘୋଷଣା ସତ୍ତ୍ଵେ ଯୁଦ୍ଧର ସମାଧାନ ହୋଇପାରୁନି । ଏଯାବତ୍ ୫ ହଜାର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ବିଲିୟନ୍ ଡଲାର କ୍ଷତି ହୋଇଛି । ହର୍ମୁଜ ପ୍ରଣାଳୀରେ ପ୍ରଭାବିତ ହୋଇଛି ଜାହାଜ ଚଳାଚଳ ।
ଯୁଦ୍ଧର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ବିଫଳ । ଫେବ୍ରୁଆରୀ ୨୮ରେ ଆରମ୍ଭ ହୋଇଥିବା ଇରାନ-ଆମେରିକା ଯୁଦ୍ଧ ଏବେ ବି ସାରା ଦୁନିଆକୁ ପ୍ରଭାବିତ କରି ରଖିଛି । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ମଧ୍ୟସ୍ଥତାରେ ବସୁଥିବା ବୈଠକ ବି ଫେଲ୍ ମାରୁଛି । କେତେବେଳେ ଇରାନ, ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛି, ତ ଆଉ କେତେବେଳେ ଆମେରିକା, ଇରାନ ସର୍ତ୍ତରେ ରାଜି ହେଉନି ।
ଏଥିସହ ପଢ଼ନ୍ତୁ: ଖୋଲିଗଲା ଆମେରିକା ସେନାର ଗୁମର; ଆର୍ମୀ କଥା ଶୁଣି ରାଷ୍ଟ୍ରପତି ଛାନିଆ!
ଏହା ଭିତରେ ହର୍ମୁଜ ପ୍ରଣାଳୀ ଉପରେ ସାରା ବିଶ୍ଵର ନଜର ରହିଛି । ଏହି ଗୁରୁତ୍ବପୂର୍ଣ୍ଣ ପ୍ରଣାଳୀ ଇରାନ ଅକ୍ତିଆରରେ ରହିଥିବା ବେଳେ, ଏବେ ବି ଶହ ଶହ ଜାହାଜ ସେଠି ଅଟକି ରହିଛି । ପ୍ରାୟ ୨୦ ହଜାର ନାବିକ ଫସି ରହିଛନ୍ତି ।
ଶାନ୍ତି ପାଇଁ ଇରାନ୍ ଓ ଆମେରିକା ମଧ୍ୟରେ ଗୋଟିଏ ପର୍ଯ୍ୟାୟ ଆଲୋଚନା ହୋଇଥିବା ବେଳେ କିଛି ନିଷ୍କର୍ସ ବାହାରି ପାରିନି । ସୋମବାର ହ୍ଵାଇଟ୍ ହାଉସ୍ ସିଚୁଏସନ୍ ରୁମ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ସୁରକ୍ଷା ପରାମର୍ଶଦାତାଙ୍କ ସହ ଏକ ବୈଠକ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଯେବେ ୭ ରାଷ୍ଟ୍ରପତିଙ୍କ ଉପରେ ହୋଇଥିଲା ଆକ୍ରମଣ; ୪ ହରାଇଥିଲେ ପ୍ରାଣ
ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନର ସଦ୍ୟତମ ପ୍ରସ୍ତାବରେ ସେ ସନ୍ତୁଷ୍ଟ ନୁହଁନ୍ତି । ଇରାନ ଦ୍ୱାରା ପଠାଯାଇଥିବା ପ୍ରସ୍ତାବରେ ଟ୍ରମ୍ପ ଅସନ୍ତୁଷ୍ଟ । କାରଣ ଏଥରେ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ଅନ୍ତର୍ଭୁକ୍ତ ହୋଇନଥିଲା ।
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଯାହା ଏହି ଅଞ୍ଚଳରୁ ଇନ୍ଧନ ଯୋଗାଣକୁ ପ୍ରଭାବିତ କରୁଛି । ଏଥିଯୋଗୁଁ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୧୦୦ଡଲାର ପାର ହୋଇଛି । ଆମେରିକା ଯୁଦ୍ଧ ବନ୍ଦ ଅବରୋଧ ହଟାଇଲେ ହର୍ମୁଜ ପ୍ରଣାଳୀରେ ତୈଳ ଯୋଗାଣ ସ୍ଵାଭାବିକ ହେବ ବୋଲି ଇରାନ ପକ୍ଷରୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories