Trump military advisors report / ଖୋଲିଗଲା ଆମେରିକା ସେନାର ଗୁମର; ଆର୍ମୀ କଥା ଶୁଣି ରାଷ୍ଟ୍ରପତି ଛାନିଆ!
·1 day ago·3 min read

Key Points
ଇରାନ ସହ ଚାଲିଥିବା ଯୁଦ୍ଧ ବେଳେ ସେନା, ଦେଶର ସଂସଦରେ ଯେଉଁ ତଥ୍ୟ ଉପସ୍ଥାପନ କରିଛି ତାହା ଆମେରିକାର ସାମରିକ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛି।
US Army unprepared for war: ମଧ୍ୟ ପ୍ରାଚ୍ୟରେ ତାଲିଥିବା ଯୁଦ୍ଧ ବେଳେ ଖୋଲିଯାଇଛି ଆମେରିକୀୟ ସେନାର ଗୁମର। ସାମରିକ ଶକ୍ତି ଦୃଷ୍ଟିକୋଣରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆମେରିକା ପାଖରେ ରହିଥିବାର ସାରା ବିଶ୍ୱ ଜାଣିଛି। ହେଲେ ଏହାର ସାମର୍ଥ୍ୟ ସେତେ ମଜବୁତ ନୁହେଁ ଏହା ଏବେ ଜଣା ପଡ଼ିସାରିଛି। ଏକଥା ଆମେରିକା ସେନା ନିଜ ମୁହଁରେ ସ୍ୱୀକାର କରିସାରିଛି। ଆମେରିକୀୟ ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ ଅଧିକାରୀ ଏକଥା ସ୍ୱୀକାର କରିସାରିଛନ୍ତି ଯେ ଆମେରିକା ସେନା ପାଖରେ ରହିଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦେଶକୁ ସେତେବେଳେ ରକ୍ଷା କରି ପାରିବ ନାହିଁ ଯେତେବେଳେ ଶତ୍ରୁ ପକ୍ଷ ହାଇପରସୋନିକ୍ କିମ୍ବା କ୍ରୁଜ୍ ମିସାଇଲ ସହୟତାରେ ଆକ୍ରମଣ କରିବେ।
ପେଣ୍ଟାଗନ ଅଧିକାରୀ ସ୍ୱୀକାର କରୁଛନ୍ତି ଶତ୍ରୁ ପକ୍ଷର ଏପରି ଅତ୍ୟାଧୁନିକ ମିସାଇଲ ଆଗରେ ଆମେରିକା ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରାୟତଃ ପ୍ରଭାବହୀନ। ବିଶେଷ କରି ଋଷିଆ ଚୀନ୍, ଏବଂ ଅନ୍ୟ ଦେଶର ବର୍ଦ୍ଧିତ ସାମରିକ ଶକ୍ତି ଆମେରିକା ପାଇଁ ଚିନ୍ତା ବଢାଇ ଦେଇଛି। ଏହାର ଫଳସ୍ୱରୂପ ଭବିଷ୍ୟତର ଆସିବାକୁ ରହିଥିବା ବିପଦରୁ ଦେଶକୁ ରକ୍ଷା କରିବା ପାଇଁ ଏବେ ଏକ ନୂତନ ଏବଂ ମହଙ୍ଗା "ଗୋଲ୍ଡେନ୍ ଡୋମ୍" ପ୍ରତିରକ୍ଷା ବ୍ୟବସ୍ଥା ବିକଶିତ କରିବା ପାଇଁ ଯୋଜନା ଚାଲିଛି।
ଏହା ସହ ପଢନ୍ତୁ: ଯୁଦ୍ଧରେ କେତେ ଟଙ୍କା ଖର୍ଚ୍ଚ କରିଲାଣି ଆମେରିକା; ଏବେ କିପରି କରିବ କ୍ଷତିର ଭରଣା
କ'ଣ କହୁଛି ପେଣ୍ଟାଗନ୍?
ସୋମବାର ଆମେରିକାର ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଏବଂ ସାମରିକ ବିଶେଷଜ୍ଞ ୨୦୨୭ ବଜେଟ୍ ସମ୍ପର୍କରେ ଦେଶର ସଂସଦ କଂଗ୍ରେସ ସାମ୍ନାରେ ସେମାନଙ୍କର ସାକ୍ଷ୍ୟ ଦେଇଥିଲେ। ସେମାନେ କହିଥିଲେ ଯେ ଚୀନ୍, ଋଷିଆ, ଇରାନ ଏବଂ ଉତ୍ତର କୋରିଆ ପାଖରୁ ରହିଥିବା ବିପଦ ଯୋଗୁଁ ଉନ୍ନତ ଧରଣର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଆବଶ୍ୟକ। ଅଧିକାରୀ ଚେତାବନୀ ଦେଇଥିଲେ ଯେ ଶତ୍ରୁ ଦେଶ ଏବେ ହାଇପରସୋନିକ୍ ଏବଂ ଦୀର୍ଘ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ସମେତ ଅଣ-ବାଲାଷ୍ଟିକ୍ ମିସାଇଲ ବିକଶିତ କରୁଛନ୍ତି. ଯାହା ଭବିଷ୍ୟତରେ ସିଧାସଳଖ ଆମେରିକାକୁ ଟାର୍ଗେଟ କରିପାରିବ।
ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଗୁରୁବାର "ସିନେଟ୍" (ଆମେରିକୀୟ ସଂସଦର ଉଚ୍ଚ ସଦନ) ରେ ସଶସ୍ତ୍ର ସେବା ସବ-କମିଟି ସାମ୍ନାରେ ହାଜର ହେବାକୁ ଯାଉଛନ୍ତି। ଯିଏ ପେଣ୍ଟାଗନର ୧.୫ ଟ୍ରିଲିୟନ ଡଲାର ବଜେଟ୍କୁ ସମର୍ଥନ କରିବେ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଯୋଜନାକୁ ଯଥାର୍ଥ କରିବେ। ଏହି ଯୋଜନା ଅଧିନରେ "ଗୋଲଡେନ୍ ଡୋମ୍ ସିକ୍ୟୁରିଟି କଭର" () ଅନ୍ତର୍ଭୂକ୍ତ ରହିଛି। ଯାହାର ମୂଲ୍ୟ ପ୍ରାୟ ୧୭୫ ରୁ ୧୮୫ ବିଲିୟନ ଆମେରିକୀୟ ଡଲାର।
ଏହା ସହ ପଢନ୍ତୁ: ବାହୁବଳୀ ଟ୍ରମ୍ପଙ୍କୁ ଘାରିଛି କାହାର ଭୟ? କାହିଁକି ହ୍ୱାଇଟ୍ ହାଉସ୍ ରେ ନିର୍ମିତ ହେଉଛି ଅଭେଦ୍ୟ ବଙ୍କର?
ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ୍ ଭଳି ଦେଶ ଦ୍ରୁତ ଗତିରେ ସେମାନଙ୍କର କ୍ଷେପଣାସ୍ତ୍ର କ୍ଷମତାକୁ ବଢ଼ାଇବାରେ ଲାଗିଛନ୍ତି। ବିଶେଷକରି ଚୀନ୍ ହାଇପରସୋନିକ୍ ଅସ୍ତ୍ରଶସ୍ତ ବିକଶିତ କରିବାରେ ଲାଗିଛି। ଏପରି ମିସାଇଲ ପାରମ୍ପରିକ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇ ଏହାର ଲକ୍ଷ୍ୟକୁ ଭେଦ କରିପାରିବ। ଭବିଷ୍ୟତରେ ଆସିବାକୁ ଯାଉଥିବା ଏହି ବିପଦ ମୁକାବିଲା କରିବା ପାଇଁ ଆମେରିକୀୟ ଅଧିକାରୀ ରାଷ୍ଟ୍ରପତି ଟ୍ରମ୍ପଙ୍କ "ଗୋଲଡେନ୍ ଡୋମ୍" ଯୋଜନାକୁ ସମର୍ଥନ କରୁଛନ୍ତି। ଏଥିରେ ମହାକାଶରେ ରହିଥିବା ସେନ୍ସର, ଭୂମି-ଆଧାରିତ ଇଣ୍ଟରସେପ୍ଟର, କୃତ୍ରିମ ବୁଦ୍ଧିମତ୍ତା-ଚାଳିତ କମାଣ୍ଡ ସିଷ୍ଟମ ଏବଂ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର ଭଳି ନୂତନ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୂକ୍ତ ହେବ।
ଏହା ସହ ପଢନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?
ଏପରି ସିଷ୍ଟମ ବିକଶିତ କରିବାର ଲକ୍ଷ୍ୟ ହେଉଛି ଡ୍ରୋନ୍, କ୍ରୁଜ୍ ମିସାଇଲ୍, ହାଇପରସୋନିକ୍ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ୍ ମିସାଇଲ୍ ସମେତ ସମସ୍ତ ବିପଦର ସମାଧାନ କରିବା ଏବଂ ସମଗ୍ର ଦେଶକୁ ସୁରକ୍ଷା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଆମେରିକୀୟ ମହାକାଶ ବାହିନୀର ଜେନେରାଲ ମାଇକେଲ୍ ଏ. ଗୁଇଟଲାଇନ୍ କହିଛନ୍ତି ଯେ ପରିସ୍ଥିତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି। ଗୋଟିଏ ପିଢ଼ିରେ ପ୍ରଥମ ଥର ପାଇଁ ଆମ ଦେଶର ସୁରକ୍ଷା ସୀମା କ୍ଷୁର୍ଣ୍ଣ ହୋଇଛି। ଆଜି ଆମେରିକାର ମୂଖ୍ୟ କ୍ଷେତ୍ର ଖୋଲି ଯାଇଥିବା ବେଳେ ଏଠାରେ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ନାହିଁ। ଆମେରିକୀୟ ଅଧିକାରୀ ଏକଥା କହିଛନ୍ତି ଯେ ଆସନ୍ତା ୨୦୨୮ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Trump military advisors reportUS vs China military strengthUS Army unprepared for warSouth China Sea conflict 2026Pentagon readiness ChinaUS China War ReadinessTrump National Defense Strategy 2026US military unprepared for ChinaTrump Army vs ChinPentagon China War WarningWill America lose a war with China in 2026