Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯେବେ ୭ ରାଷ୍ଟ୍ରପତିଙ୍କ ଉପରେ ହୋଇଥିଲା ଆକ୍ରମଣ; ୪ ହରାଇଥିଲେ ପ୍ରାଣ

International

List of Attack on US President / ଯେବେ ୭ ରାଷ୍ଟ୍ରପତିଙ୍କ ଉପରେ ହୋଇଥିଲା ଆକ୍ରମଣ; ୪ ହରାଇଥିଲେ ପ୍ରାଣ

Subhramjit Ray
Browse all articles by Subhramjit Ray
·3 days ago·4 min read
ଯେବେ ୭ ରାଷ୍ଟ୍ରପତିଙ୍କ ଉପରେ ହୋଇଥିଲା ଆକ୍ରମଣ; ୪ ହରାଇଥିଲେ ପ୍ରାଣ
America's Blood-Soaked Politics

Key Points

ଆମେରିକାର ରକ୍ତ ରଞ୍ଜିତ ଇତିହାସରେ ଦେଶର ୭ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଛନ୍ତି।
List of Assassination Attempt on US President: ରବିବାର (ଅପ୍ରେଲ ୨୬) ରାଜଧାନୀ ୱାଶିଂଟନ୍ ଠାରେ ହୋଇଥିବା ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ଯେତେବେଳେ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ହୋଇଛି। ଟ୍ରମ୍ପଙ୍କ ପୂର୍ବରୁ ଆହୁରି ଅନ୍ୟ ୬ ଜଣ ରାଷ୍ଟ୍ରପତି ଆକ୍ରମଣର ସାମ୍ନା କରିଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି।

ଯେବେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ଆବ୍ରାହମ୍ ଲିଙ୍କନ୍

ଆମେରିକୀୟ ରାଜନୀତିରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କୁ ହତ୍ୟା କରାଯିବା ୧୮୬୫ ମସିହା ଅପ୍ରେଲ ୧୪ ତାରିଖରେ ଘଟିଥିଲା। ତତ୍କାଳୀନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କୁ ରାଜଧାନୀ ୱାଶିଂଟନ ଡି.ସି. ସ୍ଥିତ ଫୋର୍ଡ ଥିଏଟର ଠାରେ ହତ୍ୟା କରାଯାଇଥିଲା। ପ୍ରସିଦ୍ଧ ଅଭିନେତା ଏବଂ ଦକ୍ଷିଣପନ୍ଥୀ ସମର୍ଥକ ଜନ୍ ୱିଲକ୍ସ ବୁଥ୍ ତାଙ୍କ ମୁଣ୍ଡକୁ ପଛ ପଟରୁ ଗୁଳି ମାଡ଼ କରିଥିଲେ। ଏହି ଘଟଣା ଘଟିବାର ପରଦିନ ଅପ୍ରେଲ ୧୫ ତାରିଖରେ ଲିଙ୍କନଙ୍କ ମୃତ୍ୟୁ ହୋଇଥିଲା। ଆମେରିକୀୟ ଇତିହାସରେ ଏହା ପ୍ରଥମ ରାଷ୍ଟ୍ରପତିଙ୍କ ହତ୍ୟା ଘଟଣା ଥିଲା। ଏହି ଘଟଣାରେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ଦକ୍ଷିଣପନ୍ଥୀ ସମର୍ଥକ ଜନ୍ ୱିଲକ୍ସ ବୁଥ୍ ଜଣେ ସଂଘୀୟ ସମର୍ଥକ ଥିଲେ। ଗୃହଯୁଦ୍ଧରେ ତାଙ୍କ ପରାଜୟର ପ୍ରତିଶୋଧ ନେବା ଏବଂ ସରକାରଙ୍କୁ ଦୁର୍ବଳ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ହତ୍ୟା କରିଥିଲେ।ଏ

ଏହା ସହ ପଢନ୍ତୁ: କିଏ କୋଲ୍ ଥମାସ୍ ଆଲେନ୍ ? ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଉଦ୍ୟମ, NASA ସହ ଖାସ୍ କନେକ୍ସନ

୧୮୮୧: ଜେମ୍ସ ଏ. ଗାରଫିଲ୍ଡଙ୍କ ହତ୍ୟା

ଆବ୍ରହମ୍ ଲିଙ୍କନଙ୍କ ହତ୍ୟାର ୧୬ ବର୍ଷ ପରେ ୧୮୮୧ ମସିହାରେ ଆମେରିକାରେ ଦ୍ୱିତୀୟ ରାଷ୍ଟ୍ରପତି ହତ୍ୟାକାଣ୍ଡ ଘଟିଥିଲା। ତତ୍କାଳୀନ ରାଷ୍ଟ୍ରପତି ଜେମ୍ସ ଏ. ଗାରଫିଲ୍ଡଙ୍କୁ ରଜଧାନୀ ୱାଶିଂଟନ ଡି.ସି ଠାରେ ପଦ ଗ୍ରହଣ କରିବାର ମାତ୍ର ୪ ମାସ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ୧୮୮୧ ମସିହା ଜୁଲାଇ ୨ ତାରିଖରେ ଘଟିଥିଲା। ତାଙ୍କୁ ଚାର୍ଲ୍ସ ଜେ ଗୁଇଟୋ ନାମକ ଜଣେ ବେରୋଜଗାର ବ୍ୟକ୍ତି ହତ୍ୟା କରିଥିଲେ। ଗୁଳିକାଣ୍ଡ ଘଟଣାରେ ଆହତ ହେବା ପରେ ଗାରଫିଲ୍ଡ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଜୀବିତ ରହିଥିଲେ। ହେଲେ ସେହି ବର୍ଷ ସଂକ୍ରମଣ କାରଣରୁ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରେ ସରକାରୀ ଚାକିରିରେ ନିଯୁକ୍ତି ଏବଂ ପଦୋନ୍ନତିର ପଦ୍ଧତିକୁ ପରିବର୍ତ୍ତନ କରିବାର ମୂଳଦୁଆ ପକାଇଥିଲା। ଯାହା ଦ୍ଵାରା ସରକାରୀ କାମକୁ ରାଜନୈତିକ ପକ୍ଷପାତରୁ ମୁକ୍ତ କରି ଯୋଗ୍ୟତା ଭିତ୍ତିକ କରାଯାଇପାରିବ। ରାଷ୍ଟ୍ରପତି ଗାରଫିଲ୍ଡଙ୍କ ହତ୍ୟା ଘଟଣାରେ ହୋଇଥିବା ତଦନ୍ତରୁ ଜଣା ପଡ଼ିଥିଲା ହତ୍ୟାକାରୀ ଚାର୍ଲ୍ସ ଜେ. ଗୁଇଟୋ ବିଶ୍ୱାସ କରୁଥିଲେ ଯେ ସେ ଗାରଫିଲ୍ଡଙ୍କୁ ରାଷ୍ଟ୍ରପତି କରିବାରେ ଏକ ଭୂମିକା ଗ୍ରହଣ କରିଥିଲେ। ଏହାର ପ୍ରତି ବଦଳରେ ସେ ରାଷ୍ଟ୍ରପତିଙ୍କ ଠାରୁ କନସୁଲ୍ ପଦବୀ ଦାବି କରିଥିଲା। ହେଲେ ଗୁଇଟୋଙ୍କ ଅନୁରୋଧକୁ ଅଣଦେଖା କରାଯାଇଥିଲା। ଯାହା ଫଳରେ ରାଷ୍ଟ୍ରପତିଙ୍କ ଉପରେ ଗୁଳି ମାଡ଼ କରାଯାଇଥିଲା।

ଏହା ସହ ପଢନ୍ତୁ: କାହିଁକି ଟ୍ରମ୍ପଙ୍କ ଉପରେ ହେଉଛି ବାରମ୍ୱାର ଆଟାକ୍‌, ଜାଣନ୍ତୁ କେତେ ଥର କରାଗଲାଣି ଆଟାକ୍ ?

୧୯୦୧: ୱିଲିୟମ୍ ମ୍ୟାକକିନଲିଙ୍କ ହତ୍ୟା
୧୮୮୧ ମସିହାରେ ଜେମ୍ସ ଏ.ଗାରଫିଲ୍ଡଙ୍କ ହତ୍ୟାର ୨୦ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆଉ ଜଣେ ଜଣେ ରାଷ୍ଟ୍ରପତିଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିଲା। ସେହି ସମୟରେ ୱିଲିୟମ୍ ମ୍ୟାକକିନଲି ଦେଶର ୨୫ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିଲେ। ୧୯୦୧ ମସିହା ସେପ୍ଟେମ୍ବର ୬ ତାରିଖରେ ନ୍ୟୁୟର୍କ ସ୍ଥିତ ବଫାଲୋ ଠାରେ ଏକ ପ୍ରଦର୍ଶନୀ ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ୱିଲିୟମ୍ ମ୍ୟାକକିନଲିଙ୍କୁ ଲିଓନ୍ ଚାଲଗୋଜ ନାମକ ଜଣେ ବ୍ୟକ୍ତି ହତ୍ୟା କରିଥିଲେ। ରାଷ୍ଟ୍ରପତିଙ୍କ ପେଟରେ ଦୁଇଚି ଗୁଳି ବାଜିଥିଲା। ଏହି ଘଟଣାର ଘଟିବାର ୮ ଦିନ ପରେ ସେପ୍ଟେମ୍ବର ୧୪ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଆମେରିକାରେ ରାଷ୍ଟ୍ରପତି ସୁରକ୍ଷା ପାଇଁ ଗୁପ୍ତ ସେବା (US Secret Service) କୁ ବାଧ୍ୟତାମୂଳକ କରିଥିଲା।

୧୯୬୩: ଯେବେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ଜନ.ଏଫ କେନେଡ଼ି

୧୯୬୩ ମସିହାରେ ଆମେରିକା ଇତିହାସରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ହୋଇଥିଲା। ସେହି ସମୟରେ ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍ ଏଫ୍. କେନେଡିଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଥିଲା। ୧୯୬୩ ମସିହା ନଭେମ୍ବର ୨୨ ତାରିଖରେ ଦିନ ୧୨:୩୦ ସମୟରେ ଟେକ୍ସାସ ସ୍ଥିତ ଡାଲାସ ଠାରେ ରାଷ୍ଟ୍ରପତି କେନେଡି ତାଙ୍କ ପତ୍ନୀ ଜ୍ୟାକଲିନଙ୍କ ସହିତ ଏକ ଖୋଲା ଗାଡ଼ିରେ ଯାତ୍ରା କରୁଥିବା ସମୟରେ ଆକ୍ରମଣର ଶୀକାର ହୋଇଥିଲେ। ଲି ହାର୍ଭି ଓସୱାଲ୍ଡ ଡିଲି ପ୍ଲାଜା ଠାରେ ତାଙ୍କ ଉପରେ ଗୁଳି ମାଡ଼ ହୋଇଥିଲା। ପାର୍କଲ୍ୟାଣ୍ଡ ମେମୋରିଆଲ୍ ହସ୍ପିଟାଲ ଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କାରଣ ତାଙ୍କ ବେକ ଏବଂ ମୁଣ୍ଡରେ ଗୁଳି ବାଜିଥିଲା। କେନେଡିଙ୍କୁ ଟେକ୍ସାସ ସ୍କୁଲ୍ ବୁକ୍ ଡିପୋଜିଟୋରୀ ଠାରେ ଗୁଳି କରାଯାଇଥିଲା। ଏହି ଆକ୍ରମଣ ଘଟମାରେ ଲି ହାର୍ଭି ଓସୱାଲ୍ଡ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ହେଲେ ଏହାର ୨ ଦିନ ପରେ ଜ୍ୟାକ୍ ରୁବି ତାଙ୍କୁ ହତ୍ୟା କରି ଦେଇଥିଲେ।

ଫ୍ରାଙ୍କଲିନ୍ ଡି. ରୁଜଭେଲ୍ଟଙ୍କ ଉପରେ ଆକ୍ରମଣ

୧୯୩୩ ମସିହା ଫେବୃଆରୀ ୧୫ ତାରିଖରେ ଫ୍ଲୋରିଡା ସ୍ଥିତ ମିଆମି ଠାରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି. ରୁଜଭେଲ୍ଟଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଉପରେ ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଏକ ଖୋଲା କାର୍ ରେ ଥିଲେ। ଭାଷଣ ଦେବା ସମୟରେ ହଠାତ୍ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ରୋନାଲ୍ଡ ରିଗାନ୍ ଉପରେ ଆକ୍ରମଣ

ଏହି ଘଟଣା ୧୯୮୧ ମସିହା ମାର୍ଚ୍ଚ ୩୦ ତାରିଖରେ ଘଟିଥିଲା। ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ଏବଂ ତାଙ୍କ ଅଧିକାରୀ ଦଳ ଉପରେ ରାଜଧାନୀ ୱାଶିଂଟନ୍ ସ୍ଥିତ ହିଲଟନ୍ ହୋଟେଲ ବାହାରେ ଜନ୍ ହିଙ୍କଲି ଜୁନିଅର ନାମକ ଜଣେ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୁଳିକାଣ୍ଡରେ ରୋନାଲ୍ଡ ରିଗାନ୍ ଙ୍କ ଛାତିରେ ଗୁଳି ବାଜିଥିଲା। ହେଲେ ଅସ୍ତ୍ରୋପଚାର ଏବଂ ଆବଶ୍ୟକୀୟ ଚିକିତ୍ସା ପରେ ବଞ୍ଚି ଯାଇଥିଲେ। ଆକ୍ରମଣରେ ପ୍ରେସ୍ ସଚିବ ଜେମ୍ସ ବ୍ରାଡି ଏବଂ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଥିଲେ।

ଏହା ସହ ପଢନ୍ତୁ: ଆକ୍ରମଣକାରୀର ଫଟୋ ଜାରି କଲେ ଟ୍ରମ୍ପ; କହିଲେ- 'ହତ୍ୟା କରିବାକୁ ଆସିଥିଲା...'

ତିନି ତିନି ଥରର ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ

୧୩ ଜୁଲାଇ ୨୦୨୪:
ଏକ ନିର୍ବାଚନ ରାଲି ସମୟରେ ଗୁଳି ମାଡ଼ର ଶୀକାର ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ। ବାଜିଥିଲା। ଥମାସ୍ ମାଥ୍ୟୁ କ୍ରୁକ୍ସ ନାମକ ଜଣେ ଆକ୍ରମଣକାରୀ ବଟଲର ଠାରେ ଏକ ରାଲି ସମୟରେ ଟ୍ରମ୍ପକୁ ଗୁଳି କରିଥିଲେ। ଏହି ଘଟଣାରେ ଟ୍ରମ୍ପ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

୧୫ ସେପ୍ଟମ୍ବର ୨୦୨୪: ୱେଷ୍ଟ ପାମ୍ ବିଚ୍ ଠାରେ ଅବସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ୍ ଗଲ୍ଫ କ୍ଲବ ପରିସରରେ ଗଲ୍ଫ ଖେଳୁଥିବା ସମୟରେ ନିକଟସ୍ଥ ବୁଦାରୁ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ସୁରକ୍ଷା ବାହିନୀ ରାୟାନ ୱେସଲି ରାଉଥଙ୍କୁ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଯିଏ ତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା।

୨୬ ଅପ୍ରେଲ ୨୦୨୬: ରାଜଧାନୀ ୱାଶିଂଟନ ଡିସି ସ୍ଥିତ ହିଲଟନ ହୋଟେଲ ଠାରେ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ ଡିନର (ରାତ୍ରୀଭୋଜନ) ଚାଲିଥିବା ସମୟରେ ଅଚାନକ ଗୁଳିମାଡ଼ ହୋଇଥିଲା। ଏହା ପରେ ଆମେରିକୀୟ ସିକ୍ରେଟ ସର୍ଭିସ ତୁରନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ରାଷ୍ଟ୍ରପତିଙ୍କ କ୍ୟାବିନେଟ ସହଯୋଗୀଙ୍କୁ ମଞ୍ଚରୁ ହଟାଇ ଦେଇଥିଲା।

କିଏ କୋଲ୍ ଥମାସ୍ ଆଲେନ୍ ? ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଉଦ୍ୟମ, NASA ସହ ଖାସ୍ କନେକ୍ସନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
America's Bloody History: 7 US Presidents Targeted and 4 Assassinated | Argus News