Drone Ban / ମେ ପହିଲାରୁ ଡ୍ରୋନ୍ ବିକ୍ରି ଓ ଉଡ଼ାଣ ଉପରେ କଟକଣା
·1 hour ago·2 min read

Key Points
ବେଜିଂରେ କେହି ଡ୍ରୋନ୍ ବିକ୍ରି କିମ୍ବା କ୍ରୟ କରି ପାରିବେ ନାହିଁ । ଡ୍ରୋନ୍କୁ ଭଡ଼ାରେ ମଧ୍ୟ ନେଇ ପାରିବେ ନାହିଁ । ପୂର୍ବରୁ ଡ୍ରୋନ୍ ରଖିଥିବା ଲୋକ ପୋଲିସ ପାଖରେ ପଞ୍ଜିକରଣ କରାଇବା ବାଧ୍ୟତାମୂଳକ କରାଯାଇଛି ।
ନୂଆଦିଲ୍ଲୀ: ଦୁନିଆର ସବୁଠୁ ବ଼ଡ଼ ଡ୍ରୋନ୍ ବଜାର । ଡିଜେଆଇ (DJI) ଭଳି ପ୍ରତିଷ୍ଠିତ ଡ୍ରୋନ୍ କମ୍ପାନୀ । ହେଲେ ଡ୍ରୋନ୍ ତିଆରି କରୁଥିବା ଚୀନ ଏବେ ନିଜ ଘରେ ଡ୍ରୋନ୍ ଉଡ଼ାଇବା ଉପରେ କଟକଣା ଲଗାଇଛି । ନୂଆ ନିୟମ ଅନୁସାରେ, ମେ ୧ରୁ ବେଜିଂରେ ଡ୍ରୋନ୍ ବିକ୍ରି ଓ ଉଡ଼ାଣ ହୋଇ ପାରିବ ନାହିଁ ।
ଚୀନ ତାର ରାଜଧାନୀ ବେଜିଂକୁ ନୋ ଡ୍ରୋନ୍ ଜୋନ୍ କରିବାକୁ ଯାଉଛି । ସୁରକ୍ଷା କାରଣ ଦର୍ଶାଇ ଚୀନ ଅଧିକାରୀ ବେଜିଂରେ ଡ୍ରୋନ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ଶୁକ୍ରବାର ଅର୍ଥାତ୍ ୨୦୨୬ ମେ ୧ରୁ ଲାଗୁ ହେବ ନୂଆ ନିୟମ ।
ଏଥିସହ ପଢ଼ନ୍ତୁ: ତାଣ୍ଡବ ରଚିପାରେ ସୁପର ଏଲ୍ ନିନୋ! ଶେଷ ଥର ପାଇଁ କେବେ ଏହାର ସାମ୍ନା କରିଥିଲା ଦେଶ
ନୂଆ ନିୟମ ଲାଗୁ ଫଳରେ କେହି ବେଜିଂରେ ଡ୍ରୋନ୍ କିଣିପାରିବେ ନାହିଁ । ଡ୍ରୋନ୍କୁ ଭଡ଼ାରେ ମଧ୍ୟ ନେଇ ପାରିବେ ନାହିଁ । ପୂର୍ବରୁ ଡ୍ରୋନ୍ ରଖିଥିବା ଲୋକ ପୋଲିସ ପାଖରେ ଯାଇ ପଞ୍ଜିକରଣ କରାଇବା ବାଧ୍ୟତାମୂଳକ କରାଯାଇଛି ।
ତେବେ ଦୁନିଆର ସବୁଠୁ ବଡ଼ ଡ୍ରୋନ୍ ବଜାର ଚୀନ ଓ ପ୍ରତିଷ୍ଠିତ ଡ୍ରୋନ୍ ନିର୍ମାଣକାରୀ ଥାଇ ଏବେ ସମସ୍ୟା ସୃଷ୍ଟି ହୋଇଛି । ଅଧିକାରୀଙ୍କ ଅନୁସାରେ, କମ୍ ଉଚ୍ଚତାରେ ଉଡ଼ୁଥିବା ଡ୍ରୋନ୍ ଲାଗି ଆକାଶ ମାର୍ଗରେ ପ୍ରତିବନ୍ଧକ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଚୀନ ଆଣିଥିବା ନୂଆ ନିୟମର ପ୍ରଭାବ ବ୍ୟାପକ ଭାବେ ଅନୁଭୂତ ହେବ । ବେଜିଂରେ ଥିବା ଡ୍ରୋନ୍ ଶୋ ରୁମ୍ରୁ ପ୍ରଡକ୍ଟ ହଟାଇବା ଆରମ୍ଭ କରିଛନ୍ତି । ଏପରିକି ଡ୍ରୋନ୍ ଖରାପ ହେଲେ ଠିକ୍ କରିବାକୁ ସହର ବାହାରକୁ ଯିବାକୁ ପଡ଼ିବ । ସଜାଡ଼ିବା ପରେ କୋରିୟର୍ରେ ମଗାଇ ପାରିବେ ନାହିଁ । ନିଜେ ଯାଇ ଆଣିବାକୁ ପଡ଼ିବ ।
ଉଡ଼ାଣ ପାଇଁ ଅନୁମତି
ସୁରକ୍ଷା ଦୃଷ୍ଟିରୁ ନିୟମକୁ କଡ଼ାକଡ଼ି କରାଯାଇଛି । ବାହାରେ ଡ୍ରୋନ୍ ଉଡ଼ାଣ ପାଇଁ ପ୍ରଶାସନର ଅନୁମତି ନେବାକୁ ପଡ଼ିବ । ଏଥିସହ ଡ୍ରୋନ୍ ଉଡ଼ାଣକାରୀଙ୍କୁ ଏକ ଅନଲାଇନ୍ ଟ୍ରେନିଂ ସେସନ୍ ପୂରା କରିବା ସହ ନିୟମ ସହ ଜଡ଼ିତ ଟେଷ୍ଟରେ ଉତୀର୍ଣ୍ଣ ହେବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ହର୍ମୁଜକୁ ଘେରି ରହିଛି ଆମେରିକା; ଅଶୋଧିତ ତୈଳ ରଖିବାକୁ ଇରାନରେ ସ୍ଥାନ ଅଭାବ...
ସୂଚନାଯୋଗ୍ୟ, ଗତବର୍ଷ ବେଜିଂକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଥିଲା । ଆକାଶ ମାର୍ଗ ଯାତାୟତ ଅଧିକାରୀଙ୍କ ଅନୁମତି ବିନା ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା ।
ସରକାରୀ ତଥ୍ୟ ଅନୁସାରେ, ଏବେ ଚୀନ ୩୦ ଲକ୍ଷ ଅର୍ଥାତ୍ ୩ ମିଲିୟନରୁ ଅଧିକ ଡ୍ରୋନ୍ ପଞ୍ଜୀକୃତ ହୋଇଛି । ଦୁନିଆର ସବୁଠୁ ବଡ଼ ଡ୍ରୋନ୍ ନିର୍ମାତା କମ୍ପାନୀ DJIର ମୁଖ୍ୟାଳୟ ମଧ୍ୟ ଚୀନରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories