Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହର୍ମୁଜକୁ ଘେରି ରହିଛି ଆମେରିକା; ଅଶୋଧିତ ତୈଳ ରଖିବାକୁ ଇରାନରେ ସ୍ଥାନ ଅଭାବ...

International

Hormuz Tensions Rise / ହର୍ମୁଜକୁ ଘେରି ରହିଛି ଆମେରିକା; ଅଶୋଧିତ ତୈଳ ରଖିବାକୁ ଇରାନରେ ସ୍ଥାନ ଅଭାବ...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହର୍ମୁଜକୁ ଘେରି ରହିଛି ଆମେରିକା; ଅଶୋଧିତ ତୈଳ ରଖିବାକୁ ଇରାନରେ ସ୍ଥାନ ଅଭାବ...
Iran Oil Crisis Deepens

Key Points

ଇରାନ ନିକଟରେ ଅଶୋଧିତ ତୈଳ ଗଚ୍ଛିତ କରି ରଖିବା ପାଇଁ ଆଉ ସ୍ଥାନ ନାହିଁ । କାରଣ ହର୍ମୁଜ ପ୍ରଣାଳୀ ବାହାରେ ଆମେରିକାର ଘେରାବନ୍ଦୀ ପାଇଁ ଇରାନ ଅଶୋଧିତ ତୈଳ ରପ୍ତାନୀ କରି ପାରୁନି ।
ତେହରାନ: ଆମେରିକା-ଇସ୍ରାଏଲ୍ ଯୁଦ୍ଧକୁ ୨ ମାସ ବିତିଲାଣି । ୨ ମାସର ଯୁଦ୍ଧକୁ ଶେଷ କରିବା ଏବଂ ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ପ୍ରୟାସ ହୋଇଥିବା ବେଳେ ସଫଳତା ମିଳିନି । ଆମେରିକା ମାନିବାକୁ ପ୍ରସ୍ତୁତ ନଥିବା ବେଳେ ଇରାନ ମଧ୍ୟ ମୁଣ୍ଡ ନୁଆଁଉନି । ଇରାନକୁ ନଇଁବା ଲାଗି ବାଧ୍ୟ କରିବା ପାଇଁ ହର୍ମୁଜ ପ୍ରଣାଳୀ ବାହାରେ ନାକାବନ୍ଦୀ କରିଛି ଆମେରିକା । ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି ।

ସୂଚନା ଅନୁସାରେ, ଏବେ ଇରାନ ନିକଟରେ ଅଶୋଧିତ ତୈଳ ଗଚ୍ଛିତ କରି ରଖିବା ପାଇଁ ଆଉ ସ୍ଥାନ ନାହିଁ । କାରଣ ହର୍ମୁଜ ପ୍ରଣାଳୀ ବାହାରେ ଆମେରିକାର ଘେରାବନ୍ଦୀ ପାଇଁ ଇରାନ ଅଶୋଧିତ ତୈଳ ରପ୍ତାନୀ କରି ପାରୁନି । ପ୍ରତିଦିନ ୨୦ ଲକ୍ଷ ବ୍ଯାରେଲ୍ ଅଶୋଧିତ ତୈଳ ରପ୍ତାନୀ ବାଧାପ୍ରାପ୍ତ ହେଉଛି । ଫଳରେ ଦୁନିଆରେ ତୈଳ ଯୋଗାଣ କମିଛି ।

ଏଥିସହ ପଢ଼ନ୍ତୁ: ଇନ୍ଧନ ମୁକ୍ତ ଦେଶ ରାସ୍ତାରେ ଆଇସଲ୍ୟାଣ୍ଡ; ବନ୍ଦ ହେବାରେ ଲାଗିଛି ପେଟ୍ରୋଲ ପମ୍ପ 

ଅଶୋଧିତ ତୈଳ ଉତ୍ତୋଳନରେ ହ୍ରାସ

Kpler ବିଶେଷଜ୍ଞଙ୍କ ସଦ୍ୟ ରିପୋର୍ଟ ଅନୁସାରେ, ଇରାନ ଅଶୋଧିତ ତୈଳ ଉତ୍ପାଦନ ଜାରି ରଖିଛି । ହେଲେ ରପ୍ତାନୀ ହୋଇ ପାରୁନଥିବାରୁ ଏବେ ଇରାନ ପାଖରେ କେବଳ ୧୨ରୁ ୨୨ ଦିନ ପର୍ଯ୍ୟନ୍ତ ତୈଳ ରଖିବାକୁ ଜାଗା ଅଛି । ଅଶୋଧିତ ତୈଳ ରଖିବାକୁ ସ୍ଥାନ ନଥିବାରୁ ଇରାନ ଉତ୍ତୋଳନ ହ୍ରାସ କରିଛି । ଆକଳନ ଅନୁସାରେ, ଇରାନ ମେ ଅଧା ବେଳକୁ ଦୈନିକ ଉତ୍ତୋଳନ ୧୫ ଲକ୍ଷ ବ୍ୟାରେଲକୁ କମାଇବାକୁ ବାଧ୍ୟ ହୋଇପାରେ ।

ଗତ ସପ୍ତାହରେ ଆସିଥିବା ଏକ ରିପୋର୍ଟ ଅନୁସାରେ, ଆମେରିକା-ଇସ୍ରାଏଲ୍ ସହ ଇରାନର ଯୁଦ୍ଧ ଆରମ୍ଭ ମାତ୍ର ଇରାନ ତାର ଦୈନିକ ଅଶୋଧିତ ତୈଳ ଉତ୍ତୋଳନ ୨୫ ଲକ୍ଷ ବ୍ୟାରେଲକୁ ହ୍ରାସ କରିଥିଲା । ସାଉଦି ଆରବ, କୁଏତ, ୟୁଏଇ ସହିତ ଅନ୍ୟ ଉପସାଗରୀୟ ଦେଶ ମଧ୍ୟ ଅଶୋଧିତ ତୈଳ ଉତ୍ପାଦନ କମାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଅସ୍ତ୍ରବିରତି ଘୋଷଣା ସତ୍ତ୍ଵେ ହୋଇପାରୁନି ପାରୁନି ସମାଧାନ; ହେଲାଣି ୫୦ ବିଲିୟନ ଡଲାର କ୍ଷତି 

ଅନିଶ୍ଚିତତାରେ ବୁଝାମଣା

ଯଦିଓ ଇରାନ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିଛି, ତଥାପି ତେହରାନ କୂଟନୈତିକ ଚାପ ପକାଇବା ଜାରି ରଖିଛି । ଆମେରିକା ସହ ବୁଝାମଣା ବା କୌଣସି ଚୁକ୍ତି ନେଇ ଇରାନ ବ୍ୟତିବ୍ୟସ୍ତ ହେଉ ନାହିଁ ।

ହର୍ମୁଜ ପ୍ରଣାଳୀକୁ ଇରାନ ଅବରୋଧ କରି ରଖିଥିବା ବେଳେ ହର୍ମୁଜ ବାହାରେ ଆମେରିକା ନାକାବନ୍ଦୀ କରି ରଖିଛି । ଯାହାକୁ ଦେଖି ଇରାନ, ହର୍ମୁଜରେ ସୈନ୍ୟ ଅଭିଯାନ ରୋକିବାକୁ ପ୍ରସ୍ତାବ ଦେଇଛି । କିନ୍ତୁ ଇରାନର ଏହି ପ୍ରସ୍ତାବରେ ଆମେରିକା ସହମତ ହୋଇ ନାହିଁ । ଆମେରିକା ନୌସେନା ଦୀର୍ଘ ସମୟ ପର୍ଯ୍ୟନ୍ତ ହର୍ମୁଜରେ ନାକାବନ୍ଦୀ କରିବାକୁ ପ୍ରସ୍ତୁତ ରହିବା ଲାଗି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Blockade Near Strait of Hormuz Triggers Iran Oil Storage Crisis | Argus News | Argus News