Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏଠି ଜଳୁଛି ଭାରତ, ସେଠି ଚୀନରେ ଭୀଷଣ ବନ୍ୟା; ୨୫ ମୃତ

International

China Flood / ଏଠି ଜଳୁଛି ଭାରତ, ସେଠି ଚୀନରେ ଭୀଷଣ ବନ୍ୟା; ୨୫ ମୃତ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଏଠି ଜଳୁଛି ଭାରତ, ସେଠି ଚୀନରେ ଭୀଷଣ ବନ୍ୟା; ୨୫ ମୃତ
China Floods

Key Points

ଭାରତରେ ପ୍ରବଳ ତାତି, ସେପଟେ ଚୀନରେ ଭୀଷଣ ବନ୍ୟା
କାଗଜ ଡଙ୍ଗା ପରି ଭାସୁଛି କାର, ଗଲାଣି ୨୫ଜଣଙ୍କ ଜୀବନ
ଭାରତ ଏବେ ପ୍ରବଳ ଖରାରେ ସିଝୁଛି । ଭୀଷଣ ଖରାରେ ସମସ୍ତେ ଅସ୍ତବ୍ୟସ୍ତ । କେଉଁଠି ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି । ଅନ୍ୟପଟେ ପଡ଼ୋଶୀ ଦେଶ ଚୀନରେ ପାଣିପାଗ ପୂରା ଓଲଟା । ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଅନେକ ସହର ବନ୍ୟାପାଣିରେ ବୁଡ଼ିଯାଇଥିବାବେଳେ ଲୋକେ ଘରେ ଫସିରହିଛନ୍ତି । ରାସ୍ତାରେ କାଗଜ ଡଙ୍ଗା ପରି ଭାସୁଛି ଶହ ଶହ କାର । ଏପରିକି ଭାସିଯାଇ ବା ଅନ୍ୟ କାରଣରୁ ୨୫ ଲୋକଙ୍କ ମୃତ୍ୟୁ ଘଟିଲାଣି । ଉଦ୍ଧାରକାରୀ ଟିମ ଭାସିଯାଉଥିବା ଲୋକଙ୍କୁ ଉଦ୍ଧାର କରୁଥିବାବେଳେ ବନ୍ୟାପାଣି ନିଷ୍କାସନ କରୁଛି ।

  • ଚୀନରେ ପ୍ରଳୟ ରଚିଲା ବନ୍ୟା
ଚୀନର ମଧ୍ୟବର୍ତ୍ତୀ ଓ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଏଯାବତ ୨୫ ଜଣଙ୍କ ମୃତ୍ୟୁ ଘଟିଲାଣି । ଅନେକ ସ୍ଥାନରେ ସ୍କୁଲ, ଦୋକାନ ଓ ଯାତାୟାତ ପ୍ରଭାବିତ ହୋଇଛି । ଉଦ୍ଧାରକାରୀ ଟିମ ଡଙ୍ଗା ଜରିଆରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ପାଣିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି । ଏପରିକି ରେସ୍କ୍ୟୁ ଟିମ ନିଜେ ପାଣିରେ ପହଁରି ଲୋକଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି ।


ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ଦକ୍ଷିଣ ଓ ମଧ୍ୟବର୍ତ୍ତୀ ଚୀନର ଅନେକ ସ୍ଥାନରେ ଏବେ ବି ପ୍ରବଳ ବର୍ଷା ଲାଗି ରହିଛି । ଏଥିରେ ଜିୟାଙ୍ଗଶୀ, ଆନହୁଇ, ହୁନାନ, ହୁବେଇ, ଗୁଇଝୋଉ, ଗୁଆଙ୍ଗଶୀ, ଗୁଆଙ୍ଗଦୋଙ୍ଗଓ ହେନାନ ସାମିଲ । ପ୍ରଶାସନ ଭୂସ୍ଖଳନ, ହଠାତ୍ ବନ୍ୟା ଓ ସହର ଜଳମଗ୍ନ ହେବା ନେଇ ସତର୍କତା ଜାରି କରିବା ସହ ଲୋକଙ୍କୁ ଆଲର୍ଟ ଜାରି କରିଛି ।


  • ଅଧିକ ପ୍ରଭାବିତ ଦକ୍ଷିଣ ଗୁଆଙ୍ଗଦୋଙ୍ଗ
ଗୁଆଙ୍ଗୋଦଙ୍ଗର ଦକ୍ଷିଣବର୍ତ୍ତୀ ଅଞ୍ଚଳର ଦାଚୋଙ୍ଗ ସହରରେ ସ୍ଥିତି ଗମ୍ଭୀର ଅଛି । ସେଠାରେ ଅନେକ ସ୍କୁଟର ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ିଯାଇଛି ଓ କେବଳ ଗାଡ଼ିର ହ୍ୟାଣ୍ଡେଲ ଦେଖାଯାଉଛି । ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଉଥିବା ଭିଡିଓରେ ଜଣେ ବ୍ୟକ୍ତି ବନ୍ୟାରୁ ରକ୍ଷା ପାଇବା ଲାଗି ଗଛ ଉପରେ ଚଢିଯାଇଥିଲେ, ପରେ ଉଦ୍ଧାରକାରୀ ଟିମ ତାଙ୍କୁ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଅନ୍ୟପଟେ ଗୁଇଜହୋ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ପାଖ ନଦୀର ଜଳସ୍ତର ବଢି ବନ୍ୟାପାଣି ରାସ୍ତାକୁ ବୁଡାଇଛି ।

ପଢନ୍ତୁ ଏହି ଖବର: ଜଳୁଛି ସାରା ଓଡ଼ିଶା, ଚଳିତ ସିଜିନର ରେକର୍ଡ ଭାଙ୍ଗିଲା ତାତି,ଆଗାମୀ ୪ ଦିନ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ

  • କାହିଁକି ହଠାତ୍ ଚୀନରେ ପ୍ରବଳ ବର୍ଷା ?
ଚୀନର ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ବଙ୍ଗୋପସାଗର, ଦକ୍ଷିଣ ଚୀନ୍ ସାଗର ଏବଂ ପ୍ରଶାନ୍ତ ମହାସାଗରରୁ ପ୍ରଚୁର ଆର୍ଦ୍ରତା ଯୋଗୁଁ ପ୍ରବଳ ବର୍ଷା ହୋଇଥିଲା । ଏହି ପାଣିପାଗ ବହୁତ ଧୀରେ ଗତି କରୁଥିଲା, ଯାହା ଫଳରେ ନିରନ୍ତର ପ୍ରବଳ ବର୍ଷା ହେଉଥିଲା । ଚୀନ୍ ପାଣିପାଗ ବିଭାଗ କହିଛି ଯେ ଗୁରୁବାର ମଧ୍ୟ ବର୍ଷା ଜାରି ରହିବ । ଅଧିକାରୀଙ୍କ ଅନୁଯାୟୀ, ଶାନସି, ସିଚୁଆନ୍, ହୁନାନ୍, ଗୁଆଙ୍ଗଶି ଏବଂ ଗୁଆଙ୍ଗଡଙ୍ଗ ଭଳି ଅଞ୍ଚଳରେ ପୁଣି ଥରେ ପ୍ରବଳ ବର୍ଷା ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
China Flood Horror: Viral Videos Show Cars Swept Away, Rescue Operations Underway; Several Dead | Argus News