New Disease / ଚୀନକୁ ବଡ଼ ବିପଦ; କୋଭିଡ୍ ପରେ ବ୍ୟାପିବାରେ ଲାଗିଛି SAT-1 ସେରୋଟାଇପ୍
·2 hours ago·2 min read

Key Points
ଭୟରେ ଥରିଲାଣି ଡ୍ରାଗନ୍ । ସୀମାରେ ବଢ଼ାଇଲା ସୁରକ୍ଷା । ମହାମାରୀ କୋରନା ପରେ ଚୀନକୁ ନୂଆ ରୋଗ ଚିନ୍ତା ଘାରିଛି ।
ନୂଆଦିଲ୍ଲୀ: କୋଭିଡ୍ ପରେ ନୂଆ ବିପଦ । ଭୟରେ ଥରିଲାଣି ଡ୍ରାଗନ୍ । ସୀମାରେ ବଢ଼ାଇଲା ସୁରକ୍ଷା । ମହାମାରୀ କୋରନା ପରେ ଚୀନକୁ ନୂଆ ରୋଗ ଚିନ୍ତା ଘାରିଛି । ଚୀନର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହି ନୂଆ ରୋଗ ବ୍ୟାପିବାରେ ଲାଗିଛି ।
ଯେଉଁଥିପାଇଁ ଚୀନ ସରକାର ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିବା ସହ ଭ୍ଯାକ୍ସିନ୍ ଉତ୍ପାଦନ ବୃଦ୍ଧି କରିଛନ୍ତି । ଏଥିସହ ଦେଶରେ ଥିବା ମେୱେସିଆ (ଏକ ପ୍ରଜାତିର ଗୋରୁ)ଙ୍କୁ ହଜାର ହଜାର ସଂଖ୍ୟାରେ ହତ୍ୟା କରାଯାଉଛି । ଯାହାର ଉଦ୍ଦେଶ୍ୟ ଉକ୍ତ ଅଞ୍ଚଳରେ ଗୋଡ଼ ଓ ମୁହଁ ସହ ଜଡ଼ିତ SAT-1 ସେରୋଟାଇପ୍ ରୋଗ ନ ବ୍ୟାପିବା ।
ଏଥିସହ ପଢ଼ନ୍ତୁ: ୧୪ ବର୍ଷ ପୁଅ ପାଇଁ କୁମ୍ଭୀର ସହ ଏକାକୀ ଲଢ଼ିଲା ବାପା; ବଞ୍ଚାଇଲେ ଜୀବନ
ଚୀନର ଅଧିକାରୀଙ୍କ ଅନୁସାରେ, "ଏହା ଏକ ବିଦେଶୀ ରୋଗ ।" କୃଷି ମନ୍ତ୍ରଣାଳୟ କହିଛି, "ଆକ୍ରାନ୍ତ ପଶୁଙ୍କୁ ମାରିବା ଏବଂ ପ୍ରଭାବିତ ଅଞ୍ଚଳକୁ କିଟାଣୁ ମୁକ୍ତ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି ।" ସୂଚନା ଅନୁସାରେ, ଗାଂସୁ ଓ ଶିନିଜିଆଙ୍ଗକ ଉଡଘୁର ଅଞ୍ଚଳରେ ୬, ୨୨୯ରେ ଗୋରୁ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ଦକ୍ଷିଣ ଆଫ୍ରିକାରେ SAT-1 ସେରୋଟାଇପ୍ର ସୃଷ୍ଟି
ନ୍ୟୁଜ୍ ଏଜେନ୍ସ ରୟଟର୍ସ ଅନୁସାରେ, ପ୍ରଥମଥର SAT-1 ସେରୋଟାଇପ୍ ରୋଗ ଦକ୍ଷିଣଆଫ୍ରିକାରେ ଚିହ୍ନଟ କରାଯାଇଛି । ଚୀନରେ ଉତ୍ପାଦିତ ଭ୍ୟାକ୍ସିନ୍ ଏହି ରୋଗଠାରୁସୁରକ୍ଷା ଦେବାକୁ ସକ୍ଷମ ନୁହେଁ ।
୨୦୨୫ ମସିହା ପରେ SAT-1 ସେରୋଟାଇପ୍ ଆଫ୍ରିକା ବାହରେ ମଧ୍ୟପୂର୍ବ, ପଶ୍ଚିମ ଏସିଆ ଓ ଦକ୍ଷିଣ ଏସିଆର କିଛି ସ୍ଥାନରେ ମିଳିଥିଲା । ଅଧିକାରୀଙ୍କ ଅନୁସାରେ, ଏହି ରୋଗ ଚୀନର ଉତ୍ତର ପଶ୍ଚିମ ସୀମା ଦେଇ ଆସିଛି । ଏହି ସୀମା କଜାକିସ୍ତାନ, ମଙ୍ଗୋଲିଆ, ଋଷ ଓ ଅନ୍ୟ ଦେଶକୁ ଯୋଡ଼ିଥାଏ ।
ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାକୁ କେମିତି ଚିଡ଼ାଉଛି ତେହରାନ ?
ମୃତ୍ୟୁହାର ୫୦ ପ୍ରତିଶତରୁ ଅଧିକ
ଚୀନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସେରୋଟାଇପ୍ ନାମକ ରୋଗ ବ୍ୟାପିବାରେ ଲାଗିଛି । ଛୋଟ ଛୋଟ ପଶୁ ଏହାର ଶିକାର ହେଉଛନ୍ତି । ଏଥିରେ ଆକ୍ରାନ୍ତ ହେଲେ ମୃତ୍ୟୁର ଆଶଙ୍କା ୫୦ ପ୍ରତିଶତରୁ ଅଧିକ ରହିଛି ।
ଏହି SAT-1 ସେରୋଟାଇପ୍ ରୋଗ କେବଳ ସମ୍ପର୍କ ଦ୍ଵାରା ବ୍ୟାପୁଛି । ବାୟୁ ଦ୍ଵାରା ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏହି ରୋଗର ଅନ୍ତ ପାଇଁ ୨ଟି ଭ୍ୟାକ୍ସିନ୍ର ଜରୁରୀ ଟ୍ରାଏଲ୍କୁ ଚୀନ ଅନୁମତି ଦେଇଛି । ଏହି ଟିକା ମାସକ ମଧ୍ୟରେ ବଜାରରେ ଉପଲବ୍ଧ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories