|
logo
Live

Argus News - ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାକୁ କେମିତି ଚିଡ଼ାଉଛି ତେହରାନ ?

International

Iran Mocking US / ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାକୁ କେମିତି ଚିଡ଼ାଉଛି ତେହରାନ ?

Sushanta Sahoo
Browse all articles by Sushanta Sahoo
·3 days ago·2 min read
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାକୁ କେମିତି ଚିଡ଼ାଉଛି ତେହରାନ ?
War Beyond Weapons

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ଉନ୍ମୁକ୍ତ କରିବା ଏବଂ ଇରାନର ତୈଳ ଠିକଣାକୁ କବ୍‌ଜା କରିବାକୁ ଧମକ ଦେଇ ଆସୁଛନ୍ତି । ଅନ୍ଯପଟେ ଇରାନ ଅଧିକାରୀକ ଏକ୍ସ ହ୍ୟାଣ୍ଡେଲ୍‌ରେ ଏଭଳି ପୋଷ୍ଟ କରୁଛି, ଯାହା ପେଣ୍ଟାଗନ ନାକ ତଳେ ଲଙ୍କା ମନ୍ଥିବା ଭଳି ।
ତେହରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ବ୍ୟାପକ ହେଉଥିବା ବେଳେ ଆମେରିକା-ଇସ୍ରାଏଲ୍ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ୍ ମଧ୍ୟ ପ୍ରତି ଆକ୍ରମଣରେ ମୁହଁତୋଡ଼ ଜବାବ ଦେଉଛି । ଯୁଦ୍ଧ ଭିତରେ ଇଣ୍ଟରନେଟ୍‌ ଦୁନିଆରେ ଇରାନ୍‌, ଆମେରିକା ବିପକ୍ଷରେ ଏକ ଭିନ୍ନ ମୋର୍ଚ୍ଚା ଖୋଲି ଦେଇଛି ।

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ଉନ୍ମୁକ୍ତ କରିବା ଏବଂ ଇରାନର ତୈଳ ଠିକଣାକୁ କବ୍‌ଜା କରିବାକୁ ଧମକ ଦେଇ ଆସୁଛନ୍ତି । ଅନ୍ଯପଟେ ଇରାନ ଅଧିକାରୀକ ଏକ୍ସ ହ୍ୟାଣ୍ଡେଲ୍‌ରେ ଏଭଳି ପୋଷ୍ଟ କରୁଛି, ଯାହା ପେଣ୍ଟାଗନ ନାକ ତଳେ ଲଙ୍କା ମନ୍ଥିବା ଭଳି । ଯୁଦ୍ଧ ଭିତରେ ଇରାନ, ଆମେରିକାର ମଜା ଉଡ଼ାଇବା ସହ ଭିନ୍ନ ନ୍ୟାରେଟିଭ୍ ତିଆରି କରୁଛି ।

ଏଥିସହ ପଢ଼ନ୍ତୁ: ଆହୁରି ରକ୍ତମୁଖା ହେଲା ଇରାନ; ଟାର୍ଗେଟରେ ଉପସାଗରୀୟ ଦେଶର ୮ ଠିକଣା

'ହର୍ମୁଜରେ କେବଳ ଆମେରିକା'

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ଇରାନକୁ ହର୍ମୁଜ ଖୋଲିବାକୁ ପଡ଼ିବ ଏବଂ ଏହାକୁ ଆମେରିକା ନିୟନ୍ତ୍ରଣକୁ ନେଇପାରେ । ଫଳରେ ବୈଶ୍ଵିକ ସ୍ତରରେ ତୈଳ ରପ୍ତାନୀ ସୁରକ୍ଷିତ ହୋଇପାରିବ ।" ଯାହାର ଜବାବରେ ଇରାନ ଏକ AI ନିର୍ମିତ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି । ଯେଉଁଥିରେ ହର୍ମୁଜ ପ୍ରଣାଳୀରେ ଆମେରିକା ପତାକା ଘୋଡ଼ା ଯାଇଥିବା କଫିନ୍ ଭାସୁଥିବା ଦେଖା ଯାଉଛି ।
F-35 ନୁହେଁ (OF)F-35

ଆମେରିକାର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ F-35 ହେଉଛି ଅନ୍ୟତମ । ଇରାନର ଆକ୍ରମଣରୁ ଆମେରିକାର ଏହି ଶକ୍ତିଶାଳୀ F-35 ବାଦ୍ ପଡ଼ିନି । ଇରାନର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍‌ରେ ଏକ ଫଟୋ ପୋଷ୍ଟ ହୋଇଛି । ଯେଉଁଥିରେ F-35କୁ ବନ୍ଦ (OFF) ମୋଡ୍‌ରେ ଦେଖା ଯାଇଛି । ଇରାନ ଏହାକୁ (OF)F-35 ଲେଖି ବାର୍ତ୍ତା ଦେଇଛି ଯେ, ଇରାନର ମିସାଇଲ୍ ଟେକ୍ନୋଲୋଜି ଓ ଡିପେନ୍ସ ସିଷ୍ଟମ ଆଗରେ ଆମେରିକାର ସବୁଠୁ ମହଙ୍ଗା ଯୁଦ୍ଧ ବିମାନ ଗୋଟିଏ ଖେଳନା ଭଳି ବନ୍ଦ ହୋଇ ଯାଉଛି ।
ଏଥିସହ ପଢ଼ନ୍ତୁ: ଆମେରିକାର F-15 ଯୁଦ୍ଧ ବିମାନକୁ ଖସାଇଦେଲା ଇରାନ, ପାଇଲଟଙ୍କୁ ରଖିଛନ୍ତି ବନ୍ଧକ !

F-35କୁ ପୋଡ଼ି ଖାଇବୁ

ଏହା ଛଡ଼ା ଇରାନର ଦକ୍ଷିଣ ଆଫ୍ରିକା ଦୂତାବାସ ଏକ ପୋଷ୍ଟ କରିଛି । ଯେଉଁଥିରେ ପ୍ରସିଦ୍ଧ ପର୍ବ 'ବ୍ରାଇ ଡେ' ଜରିଆରେ ଆମେରିକା ଓ ଇସ୍ରାଏଲ୍‌କୁ କଟାକ୍ଷ କରିଛି ଇରାନ । 'ବ୍ରାଇ ଡେ'ରେ ଲୋକେ ଖାଦ୍ୟକୁ ପୋଡ଼ି ଖାଇଥାନ୍ତି । F-35କୁ ଇରାନ ନିଆଁ ଉପରେ ରଖି ହାତରେ କାଠି ସାହାଯ୍ୟରେ ଧରି ଲେଖିଛି, କାହିଁକି ଏ ଉତ୍ସବକୁ ଶୀଘ୍ର ନ ପାଳିବା ? AI ନିର୍ମିତ F-35ର ଏହି ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି ।
ନ୍ୟାରେଟିଭ୍ ଯୁଦ୍ଧରେ ଇରାନ ଆଗୁଆ !

ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେରୁ ଅଧିକ ସମୟ ହେଲାଣି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଧମକ ପରେ ଧମକ ଦେଇ ଚାଲିଛନ୍ତି । ହେଲେ ଇରାନର ଏଭଳି ଟ୍ଵିଟ୍ ଦର୍ଶାଉଛି AI ଓ ଡିଜିଟାଲ୍ ୱାର୍‌ରେ ତେହରାନ କେତେ ଶକ୍ତିଶାଳୀ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Mocking US: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାକୁ କେମିତି ଚିଡ଼ାଉଛି ତେହରାନ ? | Argus News