|
logo
Live
Argus News App
GET APP

Argus News - ୧୪ ବର୍ଷ ପୁଅ ପାଇଁ କୁମ୍ଭୀର ସହ ଏକାକୀ ଲଢ଼ିଲା ବାପା; ବଞ୍ଚାଇଲେ ଜୀବନ

National

Father vs Crocodile / ୧୪ ବର୍ଷ ପୁଅ ପାଇଁ କୁମ୍ଭୀର ସହ ଏକାକୀ ଲଢ଼ିଲା ବାପା; ବଞ୍ଚାଇଲେ ଜୀବନ

Sushanta Sahoo
Browse all articles by Sushanta Sahoo
·1 day ago·2 min read
୧୪ ବର୍ଷ ପୁଅ ପାଇଁ କୁମ୍ଭୀର ସହ ଏକାକୀ ଲଢ଼ିଲା ବାପା; ବଞ୍ଚାଇଲେ ଜୀବନ
UP Hero Dad Battles Crocodile

Key Points

ପ୍ରେମ ଶଙ୍କରଙ୍କ ହାତରେ କୌଣସି ହତିଆର୍ ନଥିଲା । କେବଳ ସାହସ ଓ ଧୈର୍ଯ୍ୟ ଧରି ସେ କୁମ୍ଭୀର ସହ ପୁଅ ପାଇଁ ଲଢ଼ି ଚାଲିଥିଲେ । କିଛି ମିନିଟ୍‌ର ସଂଘର୍ଷ ଚାଲିଥିଲା । ଆଉ ଶେଷରେ କୁମ୍ଭୀର ମୁହଁରୁ ପୁଅ ମୋହିତଙ୍କୁ ଭିଡ଼ି ଆଣିଥିଲେ ।
ଲକ୍ଷ୍ନୌ: କୁମ୍ଭୀର ମୁହଁରୁ ଟାଣି ଆଣିଲେ, ପୁଅକୁ ନୂଆ ଜୀବନ ଦେଲେ । ନିଜ ଜୀବନକୁ ତୁଚ୍ଛ କରି ପୁଅ ପାଇଁ କୁମ୍ଭୀର ସହ ଲଢ଼ିଲେ ବାପା । ଆଉ ଶେଷରେ କୁମ୍ଭୀର ହାରିଲା, ଜିତିଲା ପୁଅ ପ୍ରତି ଥିବା ବାପାର ସ୍ନେହ ଓ ଭଲ ପାଇବା ।

ଉତ୍ତରପ୍ରଦେଶର ପିଲିଭିତରେ ୧୪ ବର୍ଷର ପୁଅକୁ କୁମ୍ଭୀର ଟାଣି ନେଉଥିଲା । ଏହା ଦେଖି କାଳ ବିଳମ୍ଭ କରି ନଥିଲେ କ୍ଷେତରେ ଗହମ କାଟୁଥିବା ବାପା । ନିଜ ଜୀବନକୁ ବାଜିରେ ଲଗାଇ ଦେଇ କୁମ୍ଭୀର ସହ ଏକାକୀ ଲଢ଼ିଥିଲେ । କୁମ୍ଭୀର ମୁହଁରୁ ପୁଅକୁ ଟାଣି ଆଣିଛନ୍ତି ।

ଏଥିସହ ପଢ଼ନ୍ତୁ: ଘରେ ଖାଉଥିବାବେଳେ ୪ବର୍ଷର ଝିଅକୁ ଟେକିନେଲା ଚିତାବାଘ ଆଉ ତା'ପରେ ଘଟିଲା ଏମିତି...

ସୂଚନା ଅନୁସାରେ, ଜହାନାବାଦର ନଗରିଆ ସହଗୱାଁ ଗାଁରେ ଏହି ଘଟଣା ଘଟିଛି । ଗାଁର ପ୍ରେମ ଶଙ୍କର ତାଙ୍କ ପୁଅ ମୋହିତଙ୍କୁ ନେଇ ଗହମ କାଟିବାକୁ କ୍ଷେତକୁ ଯାଇଥିଲେ । ପ୍ରେମ ଶଙ୍କର ନଦୀ କୂଳରେ ଥିବା କ୍ଷେତରେ ଗହମ କାଟୁଥିବା ବେଳେ ଅଘଟଣ ଘଟିଥିଲା ।

ମୋହିତ ନଦୀ କୂଳରେ ଖେଳୁଥିବା ବେଳେ ହଠାତ୍ ପାଣିରୁ ଏକ କୁମ୍ଭୀର ଆସି ଆକ୍ରମଣ କରିଥିଲା । କେହି କିଛି ବୁଝିବା ଆଗରୁ କୁମ୍ଭୀର, ମୋହିତକୁ ଧରି ନେବା ସହ ପାଣିକୁ ଟାଣି ନେଉଥିଲା । ପୁଅର ଚିତ୍କାର ଶୁଣି ବାପା ସଙ୍ଗେ ସଙ୍ଗେ ଦୌଡ଼ି ଆସି ଏକାକୀ କୁମ୍ଭୀର ସହ ଲଢ଼ିବା ଆରମ୍ଭ କରିଥିଲେ ।

ପ୍ରେମ ଶଙ୍କରଙ୍କ ହାତରେ କୌଣସି ହତିଆର୍ ନଥିଲା । କେବଳ ସାହସ ଓ ଧୈର୍ଯ୍ୟ ଧରି ସେ କୁମ୍ଭୀର ସହ ପୁଅ ପାଇଁ ଲଢ଼ି ଚାଲିଥିଲେ । କିଛି ମିନିଟ୍‌ର ସଂଘର୍ଷ ଚାଲିଥିଲା । ଆଉ ଶେଷରେ କୁମ୍ଭୀର ମୁହଁରୁ ପୁଅ ମୋହିତଙ୍କୁ ଭିଡ଼ି ଆଣିଥିଲେ ବାପା ପ୍ରେମ ଶଙ୍କର । ପୁଅକୁ ସଙ୍ଗେ ସଙ୍ଗେ ଜିଲ୍ଲା ହସ୍ପିଟାଲ୍‌କୁ ନେଇ ଯାଇ ଭର୍ତ୍ତି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଚାକିରିରୁ ବିଦା ହେଲା ସ୍ତ୍ରୀ; ମାଲିକଙ୍କୁ ପିଟିଲେ ସ୍ଵାମୀ, ଭିଡିଓ ଭାଇରାଲ

ଖବର ପାଇ ବନ ବିଭାଗ ଟିମ୍ ପହଞ୍ଚିବା ମୋହିତଙ୍କ ସ୍ଵାସ୍ଥାବସ୍ଥା ପଚାରି ବୁଝିଛନ୍ତି । ଏବେ ମୋହିତ ଜିଲ୍ଲା ହସ୍ପିଟାଲ୍‌ର ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଛି । ଶରୀରରେ ଗଭୀର କ୍ଷତ ରହିଛି । ପ୍ରାଥମିକ ଚିକିତ୍ସା ପରେ ମୋହିତ ବିପଦମୁକ୍ତ ଥିବା ଡାକ୍ତର କହିବା ସହ ପର୍ଯ୍ୟବେକ୍ଷଣରେ ରଖିଛନ୍ତି ।

ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳି ଯାଇଛି । ଗ୍ରାମବାସୀଙ୍କ ଅନୁସାରେ, "ଅଞ୍ଚଳରେ କୁମ୍ଭୀରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ଏବେ କ୍ଷେତ ନିକଟକୁ ଯିବା ବିପଜ୍ଜନକ ହୋଇ ପଡ଼ିଛି ।" ବନ ବିଭାଗ ତୁରନ୍ତ କୁମ୍ଭୀରକୁ କାବୁ କରି ଅନ୍ୟତ୍ର ନେଇଯିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Father vs Crocodile: ୧୪ ବର୍ଷ ପୁଅ ପାଇଁ କୁମ୍ଭୀର ସହ ଏକାକୀ ଲଢ଼ିଲା ବାପା; ବଞ୍ଚାଇଲେ ଜୀବନ | Argus News