Asteroid 2024 YR4 City Killer / ବଞ୍ଚିଗଲା ପୃଥିବୀ; ଚନ୍ଦ୍ର ସହ ପିଟିହେବ 'ସିଟି କିଲର'!
·4 months ago·2 min read

Key Points
ଏକ କ୍ଷୁଦ୍ର ଗ୍ରହ ଧକ୍କା ହେବା ଫଳରେ ଚନ୍ଦ୍ର ପୃଷ୍ଠରେ ଏକ କିଲୋମିଟର ବ୍ୟାପୀ ବିରାଟ ଗର୍ତ୍ତ ସୃଷ୍ଟି ହୋଇପାରେ। ଯାହା ଦ୍ୱାରା ଲକ୍ଷ ଲକ୍ଷ କିଲୋଗ୍ରାମ ଧୂଳି ଧୂଆଁ ମହାକାଶରେ ବ୍ୟାପିଯିବ।
Asteroid 2024 YR4 City Killer might hit the moon: ମହାକାଶ ବିଜ୍ଞାନୀଙ୍କ ଲାଗି ଏବେ ଚିନ୍ତା ବଢାଇ ଦେଇଛି କ୍ଷୁଦ୍ରଗ୍ରହ "'ସିଟି କିଲର"। ଯାହାର ଅନ୍ୟ ନାଁ ହେଉଛି "୨୦୨୪ ୱାଇଆର୪"। ଯଦିଓ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ନହୋଇ ଅତିକ୍ରମ କରିଯାଇଛି। ହେଲେ ବୈଜ୍ଞାନିକ ବିଶ୍ୱାସ କରୁଛନ୍ତି କୋଠା ଆକାରର ଏହି କ୍ଷୁଦ୍ରଗ୍ରହ ବର୍ତ୍ତମାନ ସୂର୍ଯ୍ୟର ଚାରିପାଖରେ ଏହାର କକ୍ଷପଥରୁ ଦୂରକୁ ଦୂରକୁ ଚାଲିଯାଉଛି। ହେଲେ ବୈଜ୍ଞାନିକ ବିଶ୍ୱାସ କରୁଛନ୍ତି ଯେ ଏବେ କ୍ଷୁଦ୍ରଗ୍ରହ "'ସିଟି କିଲର" ଚନ୍ଦ୍ର ସହିତ ଧକ୍କା ହେବା ଦିଗରେ ବଢୁଛି।
ଗତ ୨୦୨୪ ବର୍ଷରେ ଆବିଷ୍କୃତ ହୋଇଥିବା କ୍ଷୁଦ୍ରଗ୍ରହ "'ସିଟି କିଲର" (City Killer)। ଯାହାର ଅନ୍ୟ ନାଁ ହେଉଛି "୨୦୨୪ ୱାଇଆର୪" (2024 YR4)।
ଏହି କ୍ଷୁଦ୍ରଗ୍ରହ ୨୦୩୨ ଡିସେମ୍ବର ୨୨ ସୁଦ୍ଧା ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଥିଲା। ହେଲେ ମହାକାଶ ବିଜ୍ଞାନୀଙ୍କ କହିବା ଅନୁସାରେ ଏହି କ୍ଷୁଦ୍ରଗ୍ରହ ଆଗାମୀ ୨୦୩୨ ଡିସେମ୍ବର ସୁଦ୍ଧା ଚନ୍ଦ୍ର ସହିତ ଧକ୍କା ହୋଇପାରେ।
ପ୍ରାରମ୍ଭିକ ଆକଳନ ଅନୁସାରେ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା କେବଳ ୩.୧% ରହିଛି। ଯାହା ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ସବୁଠାରୁ ବିପଜ୍ଜନକ କ୍ଷୁଦ୍ରଗ୍ରହ ବୋଲି କୁହାଯାଉଛି। ହେଲେ ତଥାପି ସାମ୍ପ୍ରତିକ ତଥ୍ୟ ଦର୍ଶାଉଛି ଯେ ଏହା ପୃଥିବୀ ନିକଟ ଦେଇ ଅତିକ୍ରମ କରିବ। ହେଲେ ଏହା ଦ୍ୱାରା ଆସିବାକୁ ରହିଥିବା ବିପଦ ସମ୍ପୂର୍ଣ୍ଣ ଭାବରେ ଟଳି ନାହିଁ। ଏବେ ଏହା ଚନ୍ଦ୍ର ସହିତ ଧକ୍କା ହେବାର ସମ୍ଭାବନା ୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଯଦି ଏହା ହୁଏ ତାହେଲେ ବିଗତ ୫୦୦୦ ବର୍ଷ ମଧ୍ୟରେ ଚନ୍ଦ୍ର ସହ ହୋଇଥିବା ସବୁଠାରୁ ବଡ଼ ଘଟଣା ହେବ।
ଏହା ସହ ପଢନ୍ତୁ: ୧୭୦,୦୦୦ ବର୍ଷ ପରେ ନଜର ଆସିବ ରହସ୍ୟମୟ ଧୂମକେତୁ; କିପରି ଦେଖିବେ ଏପରି ବିରଳ ଦୃଶ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାକାଶରେ ଦୃଶ୍ୟମାନ ହେବ ବିରଳ ଜାଗତିକ ଦୃଶ୍ୟ, ବିପଦରେ ପଡ଼ିଯିବେ କି ଉପଗ୍ରହ?
ଯଦି "୨୦୨୪ ୱାଇଆର୪" ଚନ୍ଦ୍ର ସହିତ ଧକ୍କା ହୁଏ, ତାହେଲେ ପୃଥିବୀ ପୃଷ୍ଠରୁ ଖାଲି ଆଖିରେ ଏହି ଘଟଣାକୁ ଦେଖିହେବ। ଯାହା ଏକ ଉଜ୍ଜ୍ୱଳ ଆଲୋକ ଭଳି ଦୃଶ୍ୟମାନ ହେବ। "'ସିଟି କିଲର" ଚନ୍ଦ୍ର ସହ ଧକ୍କା ହେବା ଫଳରେ ଚନ୍ଦ୍ର ପୃଷ୍ଠରେ ପ୍ରାୟ ୧ କିଲୋମିଟର ଚଉଡାର ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବ। ଲକ୍ଷ ଲକ୍ଷ କିଲୋଗ୍ରାମ ଧୂଳି ଧୂଆଁ ମହାକାଶରେ ବିସ୍ତାର କରିଯିବ।
ବିପଦରେ ପଡ଼ିପାରେ ମହାକାଶ ସୁରକ୍ଷା
ଏହି ୬୦ ମିଟର ଚଉଡା ଗ୍ରହାଣୁ ଯେକୌଣସି ସହରକୁ ଧ୍ୱଂସ କରିବାର ଶକ୍ତି ରଖିଛି। ସେଥିପାଇଁ ଏହାର ନାଁ "ସିଟି କିଲର" ରଖାଯାଇଛି। ବୈଜ୍ଞାନିକ ବିଶ୍ୱାସ କରୁଛନ୍ତି ଯେ ଏହି ଘଟଣା ଗ୍ରହଙ୍କ ପ୍ରତିରକ୍ଷାର (Planetary Defense) ପରିଭାଷା ବଦଳାଇ ଦେବ। ଏପର୍ଯ୍ୟନ୍ତ, ଆମେ କେବଳ ପୃଥିବୀକୁ ସୁରକ୍ଷା ଦେବା ବିଷୟରେ ଚିନ୍ତା କରାଯାଉଥିଲା। ହେଲ ବର୍ତ୍ତମାନ ଚନ୍ଦ୍ର ଭିତ୍ତିଭୂମି ଏବଂ ଭବିଷ୍ୟତର ମହାକାଶଚାରୀଙ୍କ ସୁରକ୍ଷା ମଧ୍ୟ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ବର୍ତ୍ତମାନ ବୈଜ୍ଞାନିକ ଏହାକୁ ନିରୀକ୍ଷଣ କରୁଛନ୍ତି। ନାସା ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଡାର୍ଟ ମିଶନ (NASA DART Mission) ପୂର୍ବରୁ ପ୍ରମାଣିତ କରିସାରିଛି ଯେ ଏହି କ୍ଷୁଦ୍ରଗ୍ରହର ଯାତ୍ରା ମାର୍ଗକୁ ମଧ୍ୟ ପରିବର୍ତ୍ତନ କରିପାରିବ। ଚଳିତ ବର୍ଷ ଜେମ୍ସ ୱେବ୍ ଟେଲିସ୍କୋପ୍ ଏହାକୁ ପୁଣି ଥରେ ନିକଟରୁ ଦେଖିବାକୁ ଯାଉଛି। ସେପର୍ଯ୍ୟନ୍ତ, ବୈଜ୍ଞାନିକ ଏକଥା ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ ଚନ୍ଦ୍ର ସହ ଏହି କ୍ଷୁଦ୍ର ଗ୍ରହର ହେବାକୁ ଯାଉଥିବା ସମ୍ଭାବ୍ୟ ଧକ୍କାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ନାଁ ନାହିଁ।

Related Topics
Explore more stories