Videos
|
International

Climate Change Migration / ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ! ୨୦୫୦ ସୁଦ୍ଧା ଘର ଛାଡ଼ିବେ ୨୧ କୋଟି ଲୋକ

Subhramjit Ray
Browse all articles by Subhramjit Ray
·38 mins ago·3 min read
ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ! ୨୦୫୦ ସୁଦ୍ଧା ଘର ଛାଡ଼ିବେ ୨୧ କୋଟି ଲୋକ
Climate Migration Crisis (Photo Source: Social Media/AI)

Key Points

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଯୋଗୁଁ ୨୦୫୦ ସୁଦ୍ଧା ବିଶ୍ୱର ୨୧ କୋଟିରୁ ଅଧିକ ଲୋକ ବାସଚ୍ୟୁତ ହୋଇପାରନ୍ତି। ଜାତିସଂଘର ପ୍ରବାସ ଏଜେନ୍ସି IOM ମହାନିର୍ଦ୍ଦେଶକ ଏମି ପୋପ୍ ଏହି ଚେତାବନୀ ଦେଇଛନ୍ତି। ୨୦୨୫ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୩ କୋଟି ଲୋକ ଘର ଛାଡ଼ିଥିଲେ। ଏହାର ମୁକାବିଲା ପାଇଁ ଅଧିକ ପାଣ୍ଠି ଓ ତୁରନ୍ତ ପଦକ୍ଷେପ ଆବଶ୍ୟକ।



ବର୍ତ୍ତମାନ ସମୟରେ ବୈଶ୍ୱିକ ଜନସଂଖ୍ୟା ଏବେ ୮୩୦ କୋଟି ରହିଛି। ହେଲେ ଜଳବାୟୁ ପରିବର୍ତ୍ତନ କାରଣରୁ ଆସନ୍ତା ୨୦୫୦ ସୁଦ୍ଧା ୨୧ କୋଟିରୁ ଅଧିକ ଲୋକ ବାସଚ୍ୟୁତ ହୋଇପାରନ୍ତି। ଶୁକ୍ରବାର (ନଭେମ୍ବର ୧୩) ମିଳିତ ଜାତିସଂଘର ପ୍ରବାସ ଏଜେନ୍ସି ମୁଖ୍ୟ ଏକଥା କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ଆଗାମୀ ୨୦୫୦ ସୁଦ୍ଧା ୨1 କୋଟିରୁ ଅଧିକ ଲୋକଙ୍କୁ ଘର ଛାଡି଼ବାକୁ ପଡ଼ିପାରେ। ଯଦିଓ ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କର ସୀମାକୁ ସୁରକ୍ଷିତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆନ୍ତର୍ଜାତୀୟ ପ୍ରବାସ ସଙ୍ଗଠନ (IOM) ମହାନିର୍ଦ୍ଦେଶକ ଏମି ପୋପ୍ ତୁର୍କୀୟେ ସ୍ଥିତ ରିସର୍ଟ ଆଣ୍ଟାଲିଆ ଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀରେ, ଏକ ସାକ୍ଷାତକାର ଦେବା ଅସବରରେ ଏହି ଚେତାବନୀ ଦେଇଛନ୍ତି।

ମହାନିର୍ଦ୍ଦେଶକ ଏମି ପୋପ୍ କହିଛନ୍ତି, "ବର୍ତ୍ତମାନ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ଏପରି ସମୁଦାୟରେ ବସବାସ କରୁଛନ୍ତି ଯେଉଁଠାରେ ଜଳବାୟୁ ପରିବର୍ତ୍ତନ ପାଇଁ ଅତ୍ୟନ୍ତ ଦୁର୍ବଳ ଏବଂ ଯେଉଁଠାରେ ଲୋକ ବିସ୍ଥାପନ ହେବାର ବିପଦରେ ଅଛନ୍ତି। ଯଦି ଆମେ ଏବେ କୌଣସି ପଦକ୍ଷେପ ନନେବା, ତାହେଲେ ଆମେ ବିସ୍ଥାପନ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇବ।"

ଗତ ବର୍ଷ ୩ କୋଟି ଲୋକ ହୋଇଥିଲେ ବାସଚ୍ୟୁତ
ଆଇଓଏମ୍ (IOM) ତଥ୍ୟ ଅନୁଯାୟୀ ଗତ ବର୍ଷ (୨୦୨୫) ଝଡ଼, ମରୁଡ଼ି, ଜଙ୍ଗଲ ନିଆଁ, ଅତ୍ୟଧିକ ତାପମାତ୍ରା କିମ୍ବା ବନ୍ୟା ଯୋଗୁଁ ପ୍ରାୟ ୩ କୋଟି ଲୋକ ନିଜ ଘର ଛାଡି଼ ପଳାଇବାକୁ ବାଧ୍ୟ ହୋଇଥିଲେ। ହେଲେ ତଥାପି ଏପରି ପ୍ରବାସ ପଛରେ ରହିଥିବା କାରଣକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ କରିବା ପାଇଁ ଆମେ ଆବଶ୍ୟକୀୟ ନୀତି କିମ୍ବା ନିବେଶ ଦେଖୁନାହୁଁ। ଯାହା ନିଶ୍ଚିତ ନିଶ୍ଚିତ ଭାବରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିବ। କାରଣ ଆମେ ଜାଣୁ ଯେ ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କ ସୀମା ସୁରକ୍ଷା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରୁଛନ୍ତି।"

ଏହା ସହ ପଢନ୍ତୁ: ବିଶ୍ୱ ଉପରକୁ ମାଡ଼ି ଆସୁଛି ମହା ବିପଦ; ଗାଏବ ହୋଇଯିବ କୋଲକାତା-ନ୍ୟୁୟର୍କ!

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋପ୍ ଆହୁରି କହିଥିଲେ ଯେ ଜଳବାୟୁ ସମ୍ମିଳନୀରୁ ଦୂରେଇ ରହିଥିବା କିଛି ଦେଶ ପ୍ରବାସ ବିଷୟରେ ଚିନ୍ତା ପ୍ରକାଶ କରୁଥିଲେ। ସେ କହିଛନ୍ତି ଯେ ଦୁଇଟି ପ୍ରସଙ୍ଗ ପରସ୍ପର ସହିତ ଜଡିତ। ସେ ଯୁକ୍ତି ଦର୍ଶାଇଥିଲେ, "ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବିଭିନ୍ନ ଦେଶର ସରକାର ଏହି ପୃଥକ ପ୍ରସଙ୍ଗକୁ ପରସ୍ପର ଠାରୁ ସମ୍ପୂର୍ଣ୍ଣ ପୃଥକ ଭାବରେ ନ ଦେଖନ୍ତୁ। ଏହି ଅନିୟମିତ ପ୍ରବାସର ପରିସ୍ଥିତିର ମୁକାବିଲା କରିବାରେ ଆମକୁ ପ୍ରାୟତଃ ସରକାରଙ୍କୁ ସାହାଯ୍ୟ କରିବାକୁ କୁହାଯାଏ। ଆମେ ଜାଣୁ ଯେ ଏହା କେତେ ମହଙ୍ଗା ହୋଇପାରେ। ଆମେ ଏହା ମଧ୍ୟ ଜାଣୁ ଯେ ଏହା କେତେ ଜୀବନ ନେଇପାରେ।"

ଏପର୍ଯ୍ୟନ୍ତ ମିଳିଛି କେତେ ପାଣ୍ଠି?
ଏମି ପୋପ୍ ଯୁକ୍ତି ଦର୍ଶାଇଥିଲେ ଯେ ଜଳବାୟୁ ପରିବର୍ତ୍ତନ ବିପଦର ସାମ୍ନା କରୁଥିବା ବିଭିନ୍ନ ସମ୍ପ୍ରଦାୟ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ଉପାୟ ଖୋଜିବାରେ ସାହାଯ୍ୟ କରିବା ଭଲ ହେବ। ସେ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ କରିବା ପାଇଁ ଏହା ଏକ ଅଧିକ ମାନବୀୟ ଏବଂ କମ ଖର୍ଚ୍ଚର ଉପାୟ। ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଅନୁକୂଳନ ପଦକ୍ଷେପ ବିଷୟରେ କଥା ହେଉଛୁ। ଯେଉଁଥିପାଇଁ ପ୍ରାୟ ୩୧୦ ମିଲିୟନ୍ ଡଲାର ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି।"

ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ କେବଳ ୩୦ ମିଲିୟନ୍ ଡଲାର ପାଣ୍ଠି ମିଳିଛି, ଯାହା ଆବଶ୍ୟକତାଠାରୁ ବହୁତ କମ୍। ପୋପ୍ COP31 ଆଲୋଚନାରେ ଅନେକ ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଆମେ ସମସ୍ତ ଦେଶଙ୍କୁ ସାମିଲ ହେବାକୁ, ସମାଧାନ ଖୋଜିବାରେ ପଦକ୍ଷେପ ନେବାକୁ ଏବଂ ସେମାନଙ୍କର ଦୃଷ୍ଟିକୋଣ ବ୍ୟାପକ କରିବାକୁ ନିଶ୍ଚିତ କରିବା ଲାଗି ଉତ୍ସାହିତ କରୁଛୁ। ଆମେ ଚାହୁଁଛୁ ଯେ ସେମାନେ ସମସ୍ତେ ଏହି ଆଲୋଚନାରେ ସାମିଲ ହୁଅନ୍ତୁ।"