Videos
|
International

Thwaites Glacier Melting Study / ବିଶ୍ୱ ଉପରକୁ ମାଡ଼ି ଆସୁଛି ମହା ବିପଦ; ଗାଏବ ହୋଇଯିବ କୋଲକାତା-ନ୍ୟୁୟର୍କ!

Subhramjit Ray
Browse all articles by Subhramjit Ray
·1 hour ago·3 min read
ବିଶ୍ୱ ଉପରକୁ ମାଡ଼ି ଆସୁଛି ମହା ବିପଦ; ଗାଏବ ହୋଇଯିବ କୋଲକାତା-ନ୍ୟୁୟର୍କ!
Thwaites Glacier Melting Study

Key Points

ବିହାର ଠାରୁ ପ୍ରାୟ ୨ ଗୁଣ ଆକାରର ଏକ ହିମମଣ୍ଡଳ ଆମେ ପୂର୍ବରୁ ଆକଳନ କରିଥିବା ହାରର ୨ ଗୁଣ ହାରରେ ତରଳିବାରେ ଲାଗିଛି। ଏହି ହିମମଣ୍ଡଳ "ଡୁମସ୍ ଡେ ଗ୍ଲେସିୟର" ଭାବରେ ଜଣାଶୁଣା।
ଆଣ୍ଟାର୍କଟିକା ମହାଦେଶର ପଶ୍ଚିମ ଭାଗରେ ମହଜୁଦ ରହିଛି "ଥାୱେଟସ୍ ଗ୍ଲେସିୟର୍" (Thwaites Glacier)। ଯାହାକୁ "ଡୁମସ୍ ଡେ ଗ୍ଲେସିୟର୍" (Doomsday Glacier) ଅର୍ଥାତ ପ୍ରଳୟର ଗ୍ଲେସିୟର ମଧ୍ୟ କୁହାଯାଏ। ଏହି ହିମବାହର (ଗ୍ଲେସିୟର) ଏପରି ନାମକରଣ କରାଯିବା ପଛରେ ଏକ କାରଣ ମଧ୍ୟ ରହିଛି। ତାହା ହେଉଛି ଯଦି ଗ୍ଲେସିୟର ତରଳି ଯାଏ ତାହେଲେ ପୂର୍ବରୁ କେବେ ଦେଖାଯାଇଥିବା ଭଳି ଏକ ଭୟଙ୍କର ବିନାଶ ଆସିପାରେ। ଏହା ପୃଥିବୀର ସବୁଠାରୁ ପ୍ରଶସ୍ତ ହିମବାହ। ବର୍ତ୍ତମାନ ବୈଜ୍ଞାନିକଙ୍କୁ ଏହା ବିଷୟରେ କିଛି ଭୟାନକ ତଥ୍ୟ ମିଳିଛି। ତାହା ହେଉଛି ପୂର୍ବ ଆକଳନ ଅପେକ୍ଷା "ଥାୱେଟସ୍ ଗ୍ଲେସିୟର୍" ବହୁତ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଯାହାର ଅର୍ଥ ହେଉଛି ଯେ ହିମବାହ ପଛକୁ ହଟିବା ଯୋଗୁଁ ବର୍ତ୍ତମାନର ସମୁଦ୍ର ସ୍ତର ବୃଦ୍ଧି ଦୁଇ ଗୁଣା ବୃଦ୍ଧି ହୋଇପାରେ।

ବିହାର ଠାରୁ ଆକାରରେ ପ୍ରାୟ ୨ ଗୁଣା ବଡ଼ ଏହି ହିମବାହ ପୃଥିବୀର ସବୁଠାରୁ ଦୁର୍ଗମ ସ୍ଥାନରେ ଅବସ୍ଥିତ। ଯାହା ଦଶନ୍ଧି ଧରି ତରଳିବା ସହ ପଛକୁ ହଟିବାରେ ଲାଗିଛି। ଏହି ଗ୍ଲେସିୟର ତରଳିବା ଯୋଗୁଁ ବୈଶ୍ୱିକ ସମୁଦ୍ର ସ୍ତର ପ୍ରାୟ ୪% ବୃଦ୍ଧି ହୋଇପାରେ। ହେଲେ ତଥାପି ଏହାର ତରଳିବା ସହିତ ଜଡି଼ତ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ। ଯାହା ଏହାର ଭବିଷ୍ୟତକୁ ସଠିକ୍ ଭାବରେ ଭବିଷ୍ୟବାଣୀ କରିବା କଷ୍ଟକର କରିଦିଏ। ବର୍ତ୍ତମାନ ବୈଜ୍ଞାନିକଙ୍କୁ ଏକ ସମାଧାନ ମିଳିଯାଇଛି।

ଏହା ସହ ପଢନ୍ତୁ: ଜଳଭଣ୍ଡାରରେ ମିଳିଲା ରହସ୍ୟମୟ ଦ୍ୱୀପ; ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ବୈଜ୍ଞାନିକ

ବୈଜ୍ଞାନିକ କ’ଣ ଆବିଷ୍କାର କଲେ?
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଇରଭାଇନ୍ ଏବଂ ନାସାର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ ହିମ ବିଜ୍ଞାନୀ ବରଫ ଚାଦରର ଏକ ନୂତନ ମଡେଲ୍ ବିକଶିତ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ମଡେଲ୍ ବରଫର ଏହି ବିଶାଳ ପିଣ୍ଡ ତଳେ କ'ଣ ଘଟୁଛି ତାହା ଭଲ ଭାବରେ ଦର୍ଶାଉଛି। ଏହା ଜଣାପଡ଼ିଛି ଯେ "ଥାୱେଟସ୍ ଗ୍ଲେସିୟର୍" ଦ୍ରୁତ ଗତିରେ ପଛକୁ ହଟିଯିବା ଏହାର ଭୂମିସ୍ତରରେ ଘଟୁଥିବା ପ୍ରକ୍ରିୟା ଯୋଗୁଁ ହୋଇଛି। ଭୂମିସ୍ତର ହେଉଛି ସେହି ବିନ୍ଦୁ ଯେଉଁଠାରେ ବରଫ ସମୁଦ୍ର ପତ୍ତନରୁ ଉପରକୁ ଉଠି ଏକ ବରଫ ସ୍ତର ଭାବରେ ସମୁଦ୍ରରେ ଭାସିବା ଆରମ୍ଭ କରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଜ୍ଞାନିକଙ୍କ ଅନୁସାରେ, "ଡୁମସ୍ ଡେ ଗ୍ଲେସିୟର" ତଳେ ସମୁଦ୍ର ପାଣି ନିରନ୍ତର ପ୍ରବାହିତ ହୋଇଥାଏ। ଏହି ଉଷ୍ମ ପାଣି ବରଫର ତଳକୁ ପହଞ୍ଚି ଏହାକୁ ଦ୍ରୁତ ଗତିରେ ତରଳିବାକୁ ବାଧ୍ୟ କରେ। ନୂତନ ଅଧ୍ୟୟନ ଅନୁସାରେ, "ଥାୱେଟସ୍ ଗ୍ଲେସିୟର୍" ତରଳିବା ଦ୍ୱାରା ୨୧୦୦ ମସିହା ସୁଦ୍ଧା ସମୁଦ୍ର ପତ୍ତନ ପ୍ରାୟ ୧.୨ ଇଞ୍ଚ ବୃଦ୍ଧି ପାଇପାରେ। ଯାହା ପୂର୍ବ ଆକଳନ ହାର ଠାରୁ ୨ ଗୁଣ ଅଧିକ ହୋଇପାରେ। ହିମବାହ ତଳେ ଭୂମି ହେଉଛି ଗଡ଼ାଣିଆ। ଯାହା ବରଫ ତରଳିବା ସହିତ ଉଷ୍ମ ପାଣିକୁ ଗଭୀର ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେଇଥାଏ। ହେଲେ ତଥାପି ସମୁଦ୍ର ତଳେ ଦୁଇଟି ଉଚ୍ଚ ପଥୁରିଆ ପାହାଡ଼ ବରଫକୁ ସମୁଦ୍ରରେ ଦ୍ରୁତ ଗତିରେ ପ୍ରବାହିତ ହେବାକୁ ବାଧା ଦେଇତାଏ।

ଯଦି ଏହି ଗ୍ଲେସିୟର ତରଳିଯାଏ ତାହେଲେ କ’ଣ ହେବ?
ଅଧ୍ୟୟନରୁ ଜଣାପଡିଛି ଯେ ଶତାବ୍ଦୀ ଶେଷ ସୁଦ୍ଧା ଏହି ହିମବାହ ଧ୍ୱଂସ ହେବାର ୬୦% ସମ୍ଭାବନା ରହିଛି। ଏହା ପରେ, ଏହା ପରବର୍ତ୍ତୀ ବଡ଼ ପର୍ବତ ଆଡକୁ ଗଡାଣିଆ ପଥର ପୃଷ୍ଠରୁ ଦ୍ରୁତ ଗତିରେ ଖସିଯିବାର ଆଶା କରାଯାଉଛି। ଏହି ଫଳାଫଳ ସୂଚାଇ ଦିଏ ଯେ "ଥାୱେଟସ୍ ଗ୍ଲେସିୟର୍" ଅଦୃଶ୍ୟ ହେବାର ପ୍ରଭାବକୁ ଅଣଦେଖା କରାଯାଇ ପାରେ। ସମୁଦ୍ର ପତ୍ତନରେ ୧.୨ ଇଞ୍ଚ ବୃଦ୍ଧି ବହୁତ ଅଧିକ ନ ଲାଗିପାରେ, ହେଲେ ଏହା ଉପକୂଳବର୍ତ୍ତୀ ଅଞ୍ଚଳର ଜନସଂଖ୍ୟା ପାଇଁ ବିପଦକୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ଯଥେଷ୍ଟ।

"ଥାୱେଟସ୍ ଗ୍ଲେସିୟର୍" ସମ୍ପୂର୍ଣ୍ଣ ତରଳିବା କିମ୍ବା ଧ୍ୱଂସ ହେବା ଦ୍ୱାରା ବିଶ୍ୱବ୍ୟାପୀ ଗମ୍ଭୀର ପରିଣାମ ହେବ। ଉପକୂଳ ଏବଂ ଡେଲଟା ଅଞ୍ଚଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଏହା ଦ୍ୱାରା ଗୁରୁତର ଭାବରେ କିମ୍ବା ସ୍ଥାୟୀ ବନ୍ୟାର ସାମ୍ନା କରିବେ। ଏହା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ସହର ମଧ୍ୟରେ ରହିଛି ଏସିଆର ସାଂଘାଇ, ଢାକା, ବ୍ୟାଙ୍କକ, କୋଲକାତା, ମାନିଲା ଏବଂ ଉତ୍ତର ଆମେରିକାର ମିଆମି, ନ୍ୟୁୟର୍କ ଏବଂ ନ୍ୟୁ ଅର୍ଲିନ୍ସ ଅନ୍ତର୍ଭୁକ୍ତ। ସେହିପରି, ଲଣ୍ଡନ, ଟୋକିଓ, ଲାଗୋସ, ଏଡିନବର୍ଗ ମଧ୍ୟ ବୁଡ଼ିଯିବେ।