Videos
|
International

Colombia Earthquake 2026 August / ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା କଲମ୍ବିଆ; ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା

Subhramjit Ray
Browse all articles by Subhramjit Ray
·1 hour ago·2 min read
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା କଲମ୍ବିଆ; ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା
Colombia Earthquake 2026 August

Key Points

ସୋମବାର ୭.୪ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆ।

7.4 magnitude earthquake shakes Colombia: ସୋମବାର (୧୦ ଅଗଷ୍ଟ) ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆ। ଏଠାରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ରେ ୭.୪ ରହିଥିଲା। ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ରିପୋର୍ଟ ଅନୁସାରେ ସୋମବାର କଲମ୍ବିଆରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଦେଶର ଚୋକୋ ପ୍ରଶାସନିକ କ୍ଷେତ୍ର ଅଧିନସ୍ଥ ସାନ ଜୋସ୍ ଡେଲ ପାଲମାର ଅଞ୍ଚଳରୁ ପ୍ରାୟ ୫ କିଲୋମିଟର ପୂର୍ବରେ ଅନୁଭୂତ ହୋଇଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦୭ କିଲୋମିଟର ଗଭୀରତାରେ ରେକର୍ଡ଼ କରାଯାଇଥିଲା। ହେଲେ ତଥାପି ଆମେରିକୀୟ ସୁନାମୀ ସତର୍କତା ପ୍ରଣାଳୀ (US Tsunami Warning Centers) ଏହି ଭୂମିକମ୍ପର ତୀବ୍ରତାକୁ ଭିନ୍ନ ଭାବରେ ମାପିଛି। ଏହି ଭୂମିକମ୍ପର ତୀବ୍ରତା ୭.୧ ରହିଥିବାର ରିପୋର୍ଟ କରିଛି। ଆମେରିକୀୟ ସୁନାମୀ ସତର୍କତା ପ୍ରଣାଳୀ କହିଛି ଯେ କଲମ୍ବିଆରେ ଅନୁଭୂତ ହୋଇଥିବା ଭୂମିକମ୍ପ ପରେ କୌଣସି ସୁନାମୀ ଜନିତ ଚେତାବନୀ ଜାରି କରାଯାଇ ନାହିଁ।



ଏହି ଭୂକମ୍ପର ଝଟକା ରଲମ୍ବିଆର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ଏପରିକି ଏହାର କେନ୍ଦ୍ରସ୍ଥଳ ଠାରୁ ଦୂରରେ ଅବସ୍ଥିତ ରହିଥିବା ଅନେକ ଅଞ୍ଚଳରେ ଏହାର କମ୍ପନ ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟ ଏହା ଦର୍ଶାଇଛି ଯେ ଭେନେଜୁଏଲା ସୀମା ସମେତ କଲମ୍ବିଆ ବାହାରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଏହା ସହ ପଢନ୍ତୁ: ଜାପନରେ ଭୂକମ୍ପ ତାଣ୍ଡବ; ଭାଙ୍ଗିଗଲା ମଲ୍, କାରଖାନା ଉପରେ ଭୁଶୁଡ଼ିଲା ଚିମନି, ୧୩ ମୃତ

ଭୂକମ୍ପ ପରେ ପୁଣି ଚର୍ଚ୍ଚାକୁ ଆସିଲା ପ୍ରଶାନ୍ତ ମହାସାଗରର ଅଗ୍ନିବଳୟ
ପ୍ରଶାନ୍ତ ମହାସାଗର ଚାରିପାଖରେ "ଅଗ୍ନି ବଳୟ" (Rings of Fire) ବ୍ୟାପି ରହିଛି। ଏଠାରେ ବାରମ୍ବାର ଭୂମିକମ୍ପ ଝଟକା ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଥାଏ। ଏହା ଏକ ଘୋଡା ନାଲ ଆକୃତିର ଅଞ୍ଚଳ। ଯାହା ପ୍ରାୟ ୪୦,୦୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ରହିଛି।

ଆମେରିକା ଏବଂ କାନାଡାର ପଶ୍ଚିମ ଭାଗରୁ ଦକ୍ଷିଣରେ ଚିଲି ଏବଂ ଋଷିଆରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଏକ U-ଆକୃତିର ଅଞ୍ଚଳ ଗଠିତ। ପ୍ରଶାନ୍ତ ମହାସାଗରର ଏହି ଅଞ୍ଚଳକୁ "Rings of Fire" କୁହାଯାଏ। ଏହି ଅଞ୍ଚଳରେ ପ୍ରାୟତଃ ବଡ଼ ବଡ଼ ଭୂମିକମ୍ପ ହୋଇଥାଏ।

ଏଠାରେ ରହିଥିବା ଟେକଟୋନିକ୍ ପ୍ଲେଟ ଗତି କରିବା ଯୋଗୁଁ ଭୂକମ୍ପ ଅନୁଭୂତ ହେବା ଏବଂ ଜ୍ୱାଳାମୁଖୀ ବିସ୍ପୋରଣ ହେବା ଏକ ସାଧାରଣ ଘଟଣା। ବିଶ୍ୱରେ ପ୍ରାୟ ୯୦ ପ୍ରତିଶତରୁ ଅଧିକ ଭୂମିକମ୍ପ ପ୍ରଶାନ୍ତ ମହାସାଗରର ଏହି "ଅଗ୍ନି ବଳୟ" ଅଞ୍ଚଳରେ ଅନୁଭୂତ ହୋଇଥାଏ। ବିଶ୍ୱର ପ୍ରାୟ ୭୫ ପ୍ରତିଶତ ସକ୍ରିୟ ଜ୍ୱାଳାମୁଖୀ ଏହି ଅଞ୍ଚଳରେ ଅବସ୍ଥିତ। ଯାହା ମଧ୍ୟରେ ପ୍ରମୁଖ ହେଉଛି ଜାପାନର ମାଉଣ୍ଟ ଫୁଜି ଏବଂ ଇଣ୍ଡୋନେସିଆର କ୍ରାକାଟୋଆ।

କଲମ୍ବିଆ ଏବଂ ଭେନେଜୁଏଲା ଭଳି ଦେଶ ମଧ୍ୟ ଏହି ଅଞ୍ଚଳରେ ରହିଛି। ଏହି ଅଞ୍ଚଳ ଅନେକ ଟେକ୍ଟୋନିକ୍ ପ୍ଲେଟ୍ (ଯେପରିକି ପ୍ରଶାନ୍ତ ମହାସାଗର ପ୍ଲେଟ୍, ନାଜକା ପ୍ଲେଟ୍ ଏବଂ ଫିଲିପାଇନ୍ସ ପ୍ଲେଟ୍) ସନ୍ଧିସ୍ଥଳରେ ଅବସ୍ଥିତ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: