High Salary Jobs / 'କୋଟିଏ ଟଙ୍କାର ଦରମାରେ ଚାକିରି ପାଇଁ ମିଳୁ ନାହାନ୍ତି ଲୋକ'; ଚିନ୍ତା ବ୍ୟକ୍ତ କଲେ CEO
·6 months ago·2 min read

Key Points
ଗୋଟିଏ ପଟେ ଏଆଇ ଆସିବା ପରେ ଲୋକଙ୍କ ଚାକିରି ଚାଲି ଯାଉଛି, ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି । ଏଭଳି ସ୍ଥିତିରେ ଭଲ ଦରମା ମିଳୁଥିଲେ ବି ଲୋକେ ଚାକିରି କରିବାକୁ ଚାହୁଁ ନାହାନ୍ତି ।
ନୂଆଦିଲ୍ଲୀ: ଯଦି କେହି ଆପଣଙ୍କୁ ଚାକିରିରେ ବାର୍ଷିକ କୋଟିଏ ଟଙ୍କା ଦରମା ଦେବେ, କଣ ଆପଣ ମନା କରିବେ ? କେହି ବି ନା କହିବେ ନାହିଁ । କିନ୍ତୁ ଆମେରିକାରେ ଏହାର ବିପରୀତ ଦେଖିବାକୁ ମିଳୁଛି ।
ଯେଉଁଠି କୋଟିଏରୁ ଅଧିକ ପ୍ୟାକେଜ ବିଶିଷ୍ଟ ଅନେକ ଚାକିରି ଅଛି, କିନ୍ତୁ କାମ କରିବାକୁ କେହି ନାହାନ୍ତି । ଗୋଟିଏ ପଟେ ଏଆଇ ଆସିବା ପରେ ଲୋକଙ୍କ ଚାକିରି ଚାଲି ଯାଉଛି, ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି । ଏଭଳି ସ୍ଥିତିରେ ଭଲ ଦରମା ମିଳୁଥିଲେ ବି ଲୋକେ ଚାକିରି କରିବାକୁ ଚାହୁଁ ନାହାନ୍ତି ।
ଏଥିସହ ପଢ଼ନ୍ତୁ: ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା
ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କାର୍ ନିର୍ମାଣକାରୀ କମ୍ପାନୀ ଫର୍ଡର ସିଇଓ ଜିମ୍ ଫାର୍ଲେ । ସେ କହିଛନ୍ତି, "ଆମ କମ୍ପାନୀରେ ହଜାରେରୁ ଅଧିକ ପଦବୀ ଖାଲି ପଡ଼ିଛି । ଏହି ପଦବୀ ପାଇଁ ବାର୍ଷିକ କୋଟିଏ ଟଙ୍କା ଦରମା ଦେବୁ । କିନ୍ତୁ ଲୋକ ଚାକିରି କରିବାକୁ ଚାହୁଁ ନାହାନ୍ତି ।"
ଜିମ୍ ଫାର୍ଲେ କହିଛନ୍ତି, "ଆମେରିକାରେ କୁଶଳୀ କର୍ମଚାରୀଙ୍କ ଅଭାବ ରହିଛି । ପ୍ରଶିକ୍ଷିତ ମେକାନିକଙ୍କ ଚାହିଦା ବଢ଼ିବାରେ ଲାଗିଛି । କିନ୍ତୁ ମୋଟା ଦରମା ସତ୍ତ୍ଵେ ଲୋକ ଚାକିରି ଏହି କାମ କରିବାକୁ ଆଗଭର ହେଉ ନାହାନ୍ତି ।"
କୋଟିଏ ଦରମା, ମନା କରୁଛନ୍ତି ଲୋକେ
ଜିମ୍ ଫାର୍ଲେ କହିଛନ୍ତି, "ଫର୍ଡ କମ୍ପାନୀରେ ଏବେ ୫ ହଜାରରୁ ଅଧିକ ମେକାନିକ୍ ପଦବୀ ଖାଲି ରହିଛି । ଯେଉଁ ପଦବୀ ପାଇଁ ବାର୍ଷିକ ୧.୨୦ ଲକ୍ଷ ଡଲାର (ଟଙ୍କାରେ ପ୍ରାୟ ୧ କୋଟି ୮ ଲକ୍ଷ) ମିଳିବ । ଯାହାକି ଆମେରିକାର ରାଷ୍ଟ୍ରୀୟ ଦରମା ହାରଠାରୁ ଅଧିକ । ତଥାପି ଏହି ପଦବୀ ପୂରଣ ହୋଇ ପାରୁ ନାହିଁ ।"
ସେ ଆହୁରି କହିଛନ୍ତି, "ଆମ ପାଖରେ ଅନେକ ଚାକିରି ସୁଯୋଗ ରହିଛି । ଜରୁରୀକାଳୀନ ସେବା, ଟ୍ରାକିଂ, କାରଖାନା ଶ୍ରମିକ, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍ ଭଳି ୧୦ ଲକ୍ଷରୁ ଅଧିକ ପଦ ଖାଲି ପଡ଼ିଛି ।"
କାହିଁକି କରୁନାହାନ୍ତି ଚାକିରି ?
ତେବେ ଲୋକେ କୁଶଳୀ କାମ ନ କରିବା କାରଣ ହେଉଛି ଘଣ୍ଟା ପ୍ରତି ମିଳୁଥିବା ଦରମା । ଅର୍ଥାତ୍ ଜଣେ ମେକାନିକ୍ କ୍ୟାରିୟର୍ ଆରମ୍ଭରୁ ଗୋଟିଏ କାମ ପାଇଁ ପ୍ରଥମେ ଘଣ୍ଟା ଘଣ୍ଟା ନିଅନ୍ତି । ଫଳରେ ପ୍ରଥମରୁ ଅଧିକ ଆୟ ହୁଏ ନାହିଁ ।
ଏଥିସହ ପଢ଼ନ୍ତୁ: ୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ
ଥରେ ଅଭିଜ୍ଞତା ହୋଇ ଯିବା ପରେ ସେହି କାମ ମାତ୍ର କେଇ ଘଣ୍ଟାର ହୋଇଯାଏ, ଅଧିକ ଆୟ ହୁଏ । ଏଭଳି ଭାବେ ବାର୍ଷିକ କୋଟିଏ ଟଙ୍କା ଦରମା ପାଇବାକୁ ହେଲେ ଜଣଙ୍କୁ ୧୦ ବର୍ଷ ପରିଶ୍ରମ କରିବାକୁ ପଡ଼ିବ ।
ଫର୍ଡରେ ଦରମା କେତେ ?
ସୂଚନା ଅନୁସାରେ, ଫର୍ଡର ଅନେକ କର୍ମଚାରୀଙ୍କ ପ୍ରାରମ୍ଭିକ ଦରମା ୪୨ ହଜାର ଡଲାର । ବଡ଼ କଥା ହେଉଛି ଏହି ଚାକିରି ପାଇଁ କୌଣସି ଡିଗ୍ରୀ ଆବଶ୍ୟକତା ନାହିଁ । ଆପ୍ରେଣ୍ଟିସଶିପ୍ ଜରିଆରେ କାମ ମିଳିଯାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories