|
logo
Live
Argus News App
GET APP

Argus News - ୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ

Odisha

Cabinet Decision / ୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ

Sushanta Sahoo
Browse all articles by Sushanta Sahoo
·2 months ago·2 min read
୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ
Major Changes in PDS Rules

Key Points

କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପାରିତ ହୋଇଛି ୮ଟି ବିଭାଗର ୧୧ଟି ପ୍ରସ୍ତାବ ।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପାରିତ ହୋଇଛି ୮ଟି ବିଭାଗର ୧୧ଟି ପ୍ରସ୍ତାବ । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ଵ ଆଦି ବିଭାଗର ପ୍ରସ୍ତାବ ଆଗତ ହୋଇଥିଲା ।

ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ କରାଯାଇଛି । ସମସ୍ତ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ, ନାବାଳକଙ୍କ ନାମରେ ସ୍ଵତନ୍ତ୍ର ରାସନ କାର୍ଡ ଜାରି ନ କରିବା, ଅଯୋଗ୍ୟ ପରିବାର ଚିହ୍ନଟ ଆଦି ନିୟମରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର ।

ଏଥିସହ ପଢ଼ନ୍ତୁ: ଭୀଷଣ ଶୀତରେ ଥରୁଛି ଓଡ଼ିଶା; ପିଲାଙ୍କ ସ୍କୁଲ୍ ସମୟ ପରିବର୍ତ୍ତନ କଲା ପ୍ରଶାସନ

ସେହିଭଳି ମୃତ ରାସନକାର୍ଡ ଧାରୀଙ୍କ ନାମରେ ପିଡିଏସ୍ ସାମଗ୍ରୀ ଉଠାଣକୁ ରୋକିବାକୁ ନିୟମରେ ସଂଶୋଧନ ଅଣାଯାଇଛି । ଘରର ମୁଖ୍ୟ କିମ୍ବା କାର୍ଡଧାରୀ ଅଥବା କୌଣସି ସଦସ୍ୟଙ୍କ ମୃତ୍ୟୁ ପରେ ତଥ୍ୟକୁ ନ ଲୁଚାଇ ଜଣାଇବାକୁ ପଡ଼ିବ । ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ଦଣ୍ଡବିଧାନ ହେବ ।

ଏପରିକି ଗ୍ରହଣ କରିଥିବା ପିଡିଏସ ସାମଗ୍ରୀର ମୂଲ୍ୟ ସମ୍ପୃକ୍ତ ପରିବାରଠାରୁ ଦେଢ଼ ଗୁଣ ହାରରେ ଆଦାୟ କରାଯିବ । ରାସନ କାର୍ଡରେ ଥିବା ବ୍ୟକ୍ତିଙ୍କ ମୃତ ତାରିଖଠାରୁ ତାଙ୍କ ନାମରେ ନିଆଯାଇଥିବା ସାମଗ୍ରୀ ପାଇଁ ଅର୍ଥ ଦେବେ । ଏହି ଅର୍ଥ ପରବର୍ତ୍ତୀ ମାସର ପ୍ରାପ୍ୟରୁ କଟାଯାଇ କିମ୍ବା ପ୍ରଚଳିତ ଅର୍ଥନୈତିକ ମୂଲ୍ୟ ଆକାରରେ ଭରଣା କରାଯିବ ।

ଏଥିସହ ପଢ଼ନ୍ତୁ: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍

ପୂର୍ବରୁ ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଟଙ୍କା ଏବଂ ସହରାଞ୍ଚଳରେ ଘରୋଇ କ୍ଷେତ୍ରରେ ମାସିକ ୧୫ ହଜାର ଟଙ୍କା ପାଉଥିଲେ ରାସନ କାର୍ଡରୁ ବାଦ୍ ଦିଆ ଯାଉଥିଲା । ଏବେ ଉକ୍ତ ନିୟମରେ ସଂଶୋଧାନକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି ।

ନୂତନ ସଂଶୋଧନ ଅନୁଯାୟୀ, ପରିବାରର ଆୟ ମାନଦଣ୍ଡ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳ ପରିବାରର ମାସିକ ଆୟ ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ସହରାଞ୍ଚଳରେ ପରିବାରର ମାସିକ ଆୟ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ଵାରା ଗ୍ରାମାଞ୍ଚଳରେ ମାସିକ ୧୫ ହଜାର ଏବଂ ସହରାଞ୍ଚଳରେ ମାସିକ ୨୦ ହଜାର ଟଙ୍କା ଆୟ କରୁଥିଲେ ମଧ୍ୟ ଆପଣ ରାସନ କାର୍ଡ ପାଇବାକୁ ଯୋଗ୍ୟ ହେବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cabinet Decision: ୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ | Argus News