Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Dettol Toxic Men Ad / 'ବିଷାକ୍ତ ପୁରୁଷ' ବିଜ୍ଞାପନକୁ ନେଇ ତେଜିଲା ବିବାଦ; ଶେଷରେ କ୍ଷମା ମାଗିଲା 'ଡେଟଲ୍'

Subhramjit Ray
Browse all articles by Subhramjit Ray
·3 weeks ago·2 min read
'ବିଷାକ୍ତ ପୁରୁଷ' ବିଜ୍ଞାପନକୁ ନେଇ ତେଜିଲା ବିବାଦ; ଶେଷରେ କ୍ଷମା ମାଗିଲା 'ଡେଟଲ୍'
Dettol Toxic Men Ad

Key Points

'ବିଷାକ୍ତ ପୁରୁଷ' ବିଜ୍ଞାପନକୁ ନେଇ ସମଗ୍ର ଦେଶରେ ତେଜିଥିଲା ବିବାଦ। ଏହା ପରେ କମ୍ପାନୀ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିଥିଲା।
Dettol Toxic Men Ad Controversy China: ବ୍ରିଟିଶ ହାଇଜିନ୍ ବ୍ରାଣ୍ଡ "ଡେଟଲ" ଚୀନ୍‌ରେ ଏକ ନୂତନ ବିଜ୍ଞାପନ ପ୍ରକାଶ କରିବା ପରେ ବିବାଦୀୟ ହୋଇପଡ଼ିଛି। ଏନେଇ କମ୍ପାନୀ ଦାବି କରିଛି ଯେ ଏହି ବିଜ୍ଞାପନ ଲିଙ୍ଗଗତ ବୈଷମ୍ୟ ଏବଂ ପାରମ୍ପରିକ ଚିନ୍ତାଧାରାକୁ ସମାଲୋଚନା କରିବା ପାଇଁ ବିକଶିତ ହୋଇଥିଲା। ହେଲେ କମ୍ପାନୀ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଓଲଟା ପଡ଼ି ଯାଇଥିଲା। ଏହି ବିଜ୍ଞାପନକୁ ନେଇ ଚୀନ୍‌ରେ ସାମାଜିକ ଗଣମାଧ୍ୟମରେ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ କମ୍ପାନୀ କେବଳ ଯେ ଏହାକୁ ତୁରନ୍ତ ହଟାଇବା ପାଇଁ ବାଧ୍ୟ ହୋଇଥିଲା, ବରଂ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଥିଲା।

"ଡେଟଲ" ର ବହୁମୁଖୀ ଜୀବାଣୁନାଶକ (Dettol Multipurpose Disinfectant) ପାଇଁ ୫ ମିନିଟ ଅବଧି ବିଶିଷ୍ଟ ବିଜ୍ଞାପନ ସହିତ ବିବାଦ ଆରମ୍ଭ ହୋଇଥିଲା। ଏହାକୁ ଏକ "ମାଇକ୍ରୋ-ଡ୍ରାମା" (Micro Drama) ଭାବରେ ବିକଶିତ କରାଯାଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ପରିଷ୍କାର ପରିଚ୍ଛନ ଏବଂ ଅନ୍ୟ ଲୋକଙ୍କ ଦ୍ୱାରା ପ୍ରଦୂଷଣ ହୋଇନଥିବା ଜଣେ ଜୀବନ ସାଥି ଖୋଜୁଥିବାର ଦେଖିବାକୁ ମିଳିଥିଲା

କ'ଣ ରହିଛି ବିଜ୍ଞାପନ ପଛର କାହାଣୀ
ଏହି ବିଜ୍ଞାପନ ଏକ କାହାଣୀ ସହିତ ଶେଷ ହେଉଛି। ଯେଉଁଠାରେ ସେହି ବ୍ୟକ୍ତିଙ୍କୁ ତାଙ୍କ ନୂତନ ପ୍ରେମିକା ତାଙ୍କର ସେହି ମହିଳା ବିଦ୍ୱେଷପୂର୍ଣ୍ଣ ଦୃଷ୍ଟିକୋଣର ବିରୋଧ କରୁଛନ୍ତି। ଏପରିକି ସେ ତାଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଉଛନ୍ତି। ଏହି ସମୟରେ ବ୍ରାଣ୍ଡ ଭାବରେ "ଡେଟଲ" ପ୍ରବେଶ କରିବା ସହ ବିଷାକ୍ତ ପୁରୁଷଙ୍କ ପାଇଁ ଏକ ସମାଧାନ ଭାବରେ ନଜର ଆସୁଛି। ଏଥିରେ କୁହାଯାଇଛି ଯେ ବିଷାକ୍ତ ପୁରୁଷ ହେଉଛନ୍ତି ଜୀବାଣୁ (Bacteria) ପରି।

କମ୍ପାନୀ ଆଶା କରିଥିଲା ​​ଯେ ଏହି ବାର୍ତ୍ତା ପ୍ରଶଂସା ପାଇବ, ହେଲେ ଚୀନୀ ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ଉପରେ ଏହାର ବିପରୀତ ପ୍ରଭାବ ପଡ଼ିଥିଲା। ବିଜ୍ଞାପନ ପ୍ରକାଶିତ ହେବା ମାତ୍ରେ ଏହାକୁ ନେଇ ତାତି ଉଠିଥିଲେ ଲୋକେ। ଚୀନ୍ ସୋସିଆଲ ମିଡି଼ଆ ୟୁଜର କହିଛନ୍ତି ଯେ ଏହି ବିଜ୍ଞାପନ ମହିଳାଙ୍କୁ ଆପତ୍ତିଜନକ ଭାବରେ ଦର୍ଶାଉଛି। ଏହି ବିବାଦ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। ଯାହା ପରେ ଚୀନ୍ ରେ ବିଭିନ୍ନ ମଞ୍ଚରେ "ଡେଟଲ୍" ଉତ୍ପାଦ ବର୍ଜନ ପାଇଁ ଡାକରା ଦିଆ ଯାଇଥିଲା।

ଏହା ସହ ପଢନ୍ତୁ: ୩ ଚୀନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ବିବାଦ ବଢିବା ପରେ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଥିଲା "ଡେଟଲ୍"

ବ୍ୟାପକ ବିରୋଧ ହେବା ପରେ "ଡେଟଲ୍" ମୂଳ କମ୍ପାନୀ "ରେକିଟ୍", ଏହି ବିଜ୍ଞାପନକୁ ହଟାଇ ଦେଇଥିଲା। ସୋମବାର କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି, "ଆମେ ସ୍ୱୀକାର କରୁଛୁ ଯେ ଏହି ବିଜ୍ଞାପନ ଅନେକ ଲୋକଙ୍କ, ବିଶେଷକରି ମହିଳାଙ୍କ ଭାବନାକୁ ଆଘାତ ଦେଇଛି। ବିଜ୍ଞାପନର ବିଷୟବସ୍ତୁ ତିଆରି ଏବଂ ସମୀକ୍ଷା କରିବାରେ ଆମେ କରିଥିବା ଯେକୌଣସି ଅବହେଳା ପାଇଁ ଆମେ ସମ୍ପୂର୍ଣ୍ଣ ଦାୟୀ ରହୁଛୁ।"

ଇଣ୍ଟରନେଟ-ସୋସିଆଲ ମିଡ଼ିଆ ଦୁନିଆରେ ଲାଗିଲା
ଚୀନ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ "ୱେଇବୋ" (Chinese Social Media Platform Weibo) ରେ ଲୋକ ଏହି ବିଜ୍ଞାପନକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। "ଡେଟଲ୍" ଜଣେ ବ୍ୟକ୍ତିଙ୍କ ପବିତ୍ରତାକୁ ଏହାର ଉତ୍ପାଦର ଜୀବାଣୁ-ନାଶକ କ୍ଷମତା ସହିତ ସମାନ କରିଥିବାରୁ ଏହା ଲୋକଙ୍କ ମନରେ କ୍ରୋଧ ସୃଷ୍ଟି କରିଛି। ଜଣେ "ୱେଇବୋ" ୟୁଜର କହିଛନ୍ତି ଏହା ହେଉଛି ଏକ ଭୟଙ୍କର ବିଜ୍ଞାପନ। ଏହା ମୋତେ ଚକିତ କରିଦେଇଛି। ଆଉ ଜଣେ ୟୁଜର କହିଛନ୍ତି ମୁଁ ଆଉ କେବେ ହେଲେ "ଡେଟଲ୍" ବ୍ୟବହାର କରିବି ନାହିଁ। ବଜାରରେ ଆହୁରି ଅନେକ ବ୍ରାଣ୍ଡ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dettol China Ad Backlash: Company Apologizes for 'Toxic Men' Campaign | Argus News