USA vs China Trade War / ୩ ଚୀନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
·3 months ago·3 min read

Key Points
ସୁରକ୍ଷାଗତ କାରଣ ଦର୍ଶାଇ ଆମେରିକା କିଛି ପ୍ରମୁଖ ଚୀନ୍ ଭିତ୍ତିକ କମ୍ପାନୀ ଉପରେ ଲଗାଇଛି ପ୍ରତିବନ୍ଧକ।
US China tech military fusion: ଆମେରିକା କଳା ତାଲିକାଭୁକ୍ତ ହୋଇଥବା ପ୍ରତିବନ୍ଧକ ଲଗାଯାଇଥିବା ଚୀନୀ କମ୍ପାନୀ ଙ୍କ ଏକ ସଦ୍ୟତମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଛୋଟ ନୁହେଁ ବରଂ ବହୁ ବଡ଼ ବଡ଼ କମ୍ପାନୀ ସାମିଲ ଅଛନ୍ତି। ଏପରିକି ଏହି ତାଲିକାରେ ତିନୋଟି ପ୍ରମୁଖ ଚୀନୀ କମ୍ପାନୀ ସ୍ଥାନ ପାଇଥିବା ଜଣାପଡ଼ିଛି। ଆମେରିକା ପକ୍ଷରୁ ଦାବି କରାଯାଉଛି ଯେ ଏହି କମ୍ପାନୀ ଚୀନ୍ ସେନାକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ଇ-କମର୍ସ କମ୍ପାନୀ ଆଲିବାବା, ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ବାଇଡୁ ଏବଂ ବିଶ୍ୱର ସର୍ବବୃହତ ବୈଦ୍ୟୁତିକ କାର ନିର୍ମାତା BYD ଅନ୍ତର୍ଭୂକ୍ତ ରହିଛନ୍ତି। ଦେଶର ୩ କମ୍ପାନୀ ଉପରେ ଆମେରିକା ଦ୍ୱାରା ପ୍ରତିବନ୍ଧକ ଲଗାଯିବାକୁ ନେଇ ଚୀନ୍ ପକ୍ଷରୁ ଆନୁଷ୍ଠାନିକ ଭାବରେ ପ୍ରତିବାଦ କରାଯାଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ କରି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର କିଛି ସପ୍ତାହ ପରେ ଆମେରିକା ପ୍ରତିରକ୍ଷା ବିଭାଗ ଏହି ଘୋଷଣା ଆସିଛି। ଉଭୟ ଦେଶ ସେମାନଙ୍କ ସମ୍ପର୍କରେ ସ୍ଥିରତା ବଜାୟ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ଟ୍ରମ୍ପ୍ ସେପ୍ଟେମ୍ବରରେ ସି ଜିନପିଙ୍ଗଙ୍କୁ ୱାଶିଂଟନ ଗସ୍ତ କରିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ହେଲେ ତଥାପି ଏହି ପ୍ରତିବନ୍ଧିତ ହୋଇଥିବା କମ୍ପାନୀର ନୂତନ ତାଲିକା ପ୍ରକାଶିତ ହେବା ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି, ଆମେରିକା-ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିପାରେ।
ତାଲିକା ପୂର୍ବରୁ ପ୍ରକାଶିତ ହୋଇଥିଲା, ହେଲେ...
ପେଣ୍ଟାଗନ୍ ପୂର୍ବରୁ ଏକ ତାଲିକା ପ୍ରକାଶ କରିବାର ମାସକ ପରେ ଏହି ସଦ୍ୟ ପ୍ରକାଶିତ ହୋଇଥିବା ତାଲିକା ସାମ୍ନାକୁ ଆସିଛି। ହେଲେ ଏହା ପରେ ବିନା କୌଣସି ଏହାକୁ ପ୍ରତ୍ୟାହାର କରି ନିଆ ଯାଇଥିଲା। ଏହି ନୂତନ ତାଲିକା ପୂର୍ବ ତାଲିକା ସହିତ ପ୍ରାୟ ସମାନ। ଯାହା ଗତ ଫେବୃଆରୀରେ ସଂକ୍ଷିପ୍ତ ଭାବରେ ପ୍ରକାଶିତ ହୋଇଥିଲା। ହେଲେ ତଥାପି ଏଥର ଦୁଇଟି ମେମୋରୀ ଚିପ୍ ତିଆରି କମ୍ପାନୀକୁ ପୁନର୍ବାର କଳା ତାଲିକାଭୂକ୍ତ କରାଯାଇଛି। ଯାହାକୁ ପୂର୍ବରୁ ହଟାଇ ଦିଆଯାଇଥିଲା।
ଏହା ସହ ପଢନ୍ତୁ: ପତ୍ନୀଙ୍କ ପାଇଁ ବିବାଦରେ ଆମେରିକୀୟ ପ୍ରତିରକ୍ଷା ସଚିବ; କ'ଣ ରହିଛି ପୁରା ଘଟଣାକ୍ରମ?
ତାଲିକାରେ ଥିବା କମ୍ପାନୀ ସହ କ'ଣ ହେବ?
ଚୀନ୍ ମାମଲାରେ ଗଠିଚ ହୋଇଥିବା ଆମେରିକା ସଂସଦର (US Congress) ହାଉସ୍ କମିଟି ମୁଖ୍ୟ ହେଉଛନ୍ତି ଶାସକ ରିପବ୍ଲିକାନ୍ ପାର୍ଟି ସଦସ୍ୟ ଜନ୍ ମୋଲିନାର୍। ଏନେଇ କହିଛନ୍ତି ଯେ ଏହି ଅପଡେଟ୍ ତାଲିକା ଆମେରିକୀୟ କମ୍ପାନୀ, ସରକାର ଏବଂ ଜନସାଧାରଣଙ୍କ ପାଇଁ ଏକ ଚେତାବନୀ ସଦୃଶ୍ୟ। ଆମେରିକୀୟ କମ୍ପାନୀକୁ ଏହି ଚୀନୀ କମ୍ପାନୀ ସହିତ ବ୍ୟବସାୟ କରିବା ବନ୍ଦ କରିବା ଆବଶ୍ୟକ। ଯିଏ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ। ନଚେତ୍ ଏହା ଚୀନ୍ର ସାମରିକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ତାଲିକାରେ ଆଲିବାବା (Alibaba), ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ବାଇଡୁ (Baidu) ଏବଂ ଟେନସେଣ୍ଟ ଭଳି କୃତ୍ରିମ ବୁଦ୍ଧିମତ୍ତା (Chinese AI Company Tencent) କ୍ଷେତ୍ରରେ କାମ କରୁଥିବା ପ୍ରମୁଖ ଚୀନ୍ ଟେକ୍ କମ୍ପାନୀ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଟେନସେଣ୍ଟ ପୂର୍ବରୁ ଏହି ତାଲିକାରେ ରହିଥିଲା। ବାଇଡୁ ଅଭିଯୋଗକୁ ଅସ୍ୱୀକାର କରି ସ୍ଥାନୀୟ ଗଣମାଧ୍ୟମରେ କହିଛି ଯେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏନେଇ ଜଣେ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ ତାଲିକାରେ "ବାଇଡୁ" ଅନ୍ତର୍ଭୁକ୍ତ ହେବାର କୌଣସି ଯୁକ୍ତି ସମ୍ମତ କାରଣ ନାହିଁ। କମ୍ପାନୀ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବିବେଚନା କରୁଛି। ପ୍ରତିବନ୍ଧକ କମ୍ପାନୀ ତାଲିକାରୁ ବାଇଡୁକୁ ହଟାଇବା ପାଇଁ ସମସ୍ତ ଆଇନଗତ ପଦକ୍ଷେପ ନେବେ।
ଅନ୍ୟପକ୍ଷରେ ଆଲିବାବା ପକ୍ଷରୁ କୁହାଯାଇଛି ଯେ କମ୍ପାନୀକୁ କଳା ତାଲିକାଭୂକ୍ତ କରିବା ହେଉଛି ଭୁଲ୍। ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ କହିଛି। ଆମର କୌଣସି ସାମରିକ କାର୍ଯ୍ୟକଳାପରେ ସମ୍ପୃକ୍ତି ନାହିଁ। ଯଦିଓ କଳା ତାଲିକାରେ ସାମିଲ ହେବା ଦ୍ୱାରା ତୁରନ୍ତ ଆଇନଗତ ପ୍ରଭାବ ପଡ଼ି ନପାରେ, ହେଲେ ତଥାପି ଏହା ଦ୍ୱାରା ଭବିଷ୍ୟତରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ।

Related Topics
Explore more stories
USA vs China Trade WarWhy US blacklisted Alibaba Baidu BYDPentagon 1260H list Chinese military companiesUS China tech military fusionUS defense contract ban Chinese firmsSection 1260H blacklist update 2026Ministry of Industry and Information Technology ChinaBYD Nio EV military blacklistAlibaba tech military linksUS national security tech crackdownTrump Xi Beijing summit aftermath