Trump China Visit / ସନ୍ଧ୍ୟାରେ ବେଜିଂ ପହଞ୍ଚିବେ ଡୋନାଲ୍ଡ ଟ୍ରମ୍ପ; ଚୀନ ଦେଲା ଚେତାବନୀ
·57 mins ago·2 min read

Key Points
୨ ଦିନିଆ ଚୀନ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସି ଜିନପିଙ୍ଗ-ଟ୍ରମ୍ପଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ହେବ ଆଲୋଚନା ? ରହିଛି ସାରା ବିଶ୍ଵର ନଜର...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରଶଂସା କରିଛନ୍ତି । ଇରାନ ଯୁଦ୍ଧ, ତୈଳ ସଂକଟ ଓ ବିଶ୍ଵ ବାଣିଜ୍ୟ ସଂକଟ ଭିତରେ ଟ୍ରମ୍ପଙ୍କ ଏହି ବୟାନ ଗୁରୁତ୍ଵ ବହନ କରୁଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସନ୍ଧ୍ୟାରେ ଚୀନ ପହଞ୍ଚିବେ । ଟ୍ରମ୍ପ ଦ୍ଵିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ସରକାରୀ ଚୀନ ଯାତ୍ରା । ଏହା ପୂର୍ବରୁ ଟ୍ରମ୍ପ ୨୦୧୭ରେ ଚୀନ ଯାଇଥିଲେ ।
ଏବେ ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଚୀନ ଗସ୍ତରେ ଯାଉଛନ୍ତି । ବେଜିଂରେ ଟ୍ରମ୍ପ ତାଙ୍କ ଚୀନ ସମକକ୍ଷ ସି ଜିନପିଙ୍ଗଙ୍କୁ ଭେଟିବେ । ଜିନପିଙ୍ଗ ଓ ଟ୍ରମ୍ପଙ୍କ ଆଲୋଚନା ଉପରେ ସମଗ୍ର ବିଶ୍ଵର ନଜର ରହିଛି ।
ଏଥିସହ ପଢ଼ନ୍ତୁ: ଚର୍ଚ୍ଚାରେ ଚୀନୀ ସୁନ୍ଦରୀ; କାରନାମା ଶୁଣିଲେ ଉଡ଼ିଯିବ ହୋସ୍
ତାଇୱାନ ପ୍ରସଙ୍ଗକୁ ଚୀନର ନା
ଏହାରି ଭିତରେ ଆମେରିକାରେ ଥିବା ଚୀନ ଦୂତାବାସ ଟ୍ରମ୍ପଙ୍କ ଗସ୍ତର ଠିକ୍ ପୂର୍ବରୁ ତାଇୱାନକୁ ନେଇ ରେଡ୍ ଲାଇନ୍ ଜାରି କରିଛି । ଚୀନ ଦୂତାବାସ ପକ୍ଷରୁ ସ୍ପଷ୍ଟ ଶବ୍ଦରେ କୁହାଯାଇଛି ଯେ, ତାଇୱାନ ଉପରେ କୌଣସି ଚର୍ଚ୍ଚା ହେବ ନାହିଁ ।
ଯେତେବେଳେ କି ଚୀନ ଗସ୍ତର ଠିକ୍ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଇୱାନ ପ୍ରସଙ୍ଗ ଉଠାଇଛନ୍ତି । ତାଇୱାନକୁ ସିଧାସଳଖ ଅସ୍ତ୍ରଶସ୍ତ୍ର ବିକ୍ରି ନେଇ ଟ୍ରମ୍ପ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
କ'ଣ କହିଥିଲେ ଟ୍ରମ୍ପ ?
ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଚୀନ ଯାତ୍ରା ସମୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ବୈଠକର ମୁଖ୍ୟ ପ୍ରସଙ୍ଗ ବାଣିଜ୍ୟ ରହିବ । ହ୍ଵାଇଟ୍ ହାଉସ୍ରୁ ବାହାରିବା ସମୟରେ ଏହି ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ବୈଠକର ଏଜେଣ୍ଡା ବାବଦରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, "ଦୁଇ ଦେଶ ଏକାଧିକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ।" ଏହା ସହ ଜିନପିଙ୍ଗଙ୍କ ସହ ସମ୍ପର୍କ ଭଲ ରହିଛି, ଆଗକୁ ଆହୁରି ଉତ୍ତମ ହେବ ବୋଲି ଟ୍ରମ୍ପ ଆଶାବାଦୀ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ଭାରତକୁ ପ୍ରଶଂସା କଲେ ନେତାନ୍ୟାହୁ; ପାକିସ୍ତାନକୁ କହିଲେ ଖଳନାୟକ
ଏଥିସହ ଟ୍ରମ୍ପ ଆଉ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି, "ଚଳିତ ବର୍ଷ ଶେଷ ଆଡ଼କୁ ସି ଜିନପିଙ୍ଗ ଆମେରିକା ଗସ୍ତରେ ଆସି ପାରନ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆମେରିକା ଗସ୍ତ ରୋମାଞ୍ଚକର ହେବ ।"
ଇରାନ ପ୍ରସଙ୍ଗରେ ଚୀନକୁ ନା
ଇରାନ ସହ ଚାଲିଥିବା ସଂଘର୍ଷରେ ଆମେରିକାର ବିଜୟ ହାସଲ କରିବା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇରାନ ମାମଲାର ସମାଧାନ ପାଇଁ ଚୀନର ସହାୟତା ଆବଶ୍ୟକ ନଥିବା ଟ୍ରମ୍ପ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories