Eileen Wang / ଚର୍ଚ୍ଚାରେ ଚୀନୀ ସୁନ୍ଦରୀ; କାରନାମା ଶୁଣିଲେ ଉଡ଼ିଯିବ ହୋସ୍
·1 hour ago·2 min read

Key Points
ଏଫବିଆଇ ଯାଞ୍ଚ ଅନୁଯାୟୀ ମେୟର ଏଲିନ୍ ଚୀନୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ ରୁ ୨୦୨୨ ମଧ୍ୟରେ ଆମେରିକାରେ ଚୀନ୍ ସମର୍ଥନରେ ପ୍ରଚାର ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
Arcadia Mayor Eileen Wang: ଆମେରିକାର ସଂଘୀୟ ଗୁଇନ୍ଦା ଏଜେନ୍ସି (ଏଫବିଆଇ) ପକ୍ଷରୁ ହୋଇଥିବା ତଦନ୍ତ ବେଳେ ଧରାସ ପଡ଼ିଛନ୍ତି ଜଣେ ଗୁପ୍ତଚର। ଯିଏ ଚୀନ୍ ପାଇଁ ଗୁଇନ୍ଦାଗିରି କରୁଥିବାର ଅଭିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ୍ ପାଇଁ ଗୁଇନ୍ଦାଗିରି କରୁଥିବା ଏହି ମହିଳା ମେୟର ଭାବେ କାର୍ଯ୍ୟ କରି ସାରିଛନ୍ତି ଆମେରିକାରେ ଚୀନ୍ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ହୋଇଥିବା ମହିଳାଙ୍କ ନାଁ ହେଉଛି ୫୮ ବର୍ଷୀୟ ଏଲିନ୍ ୱାଙ୍ଗ। ଯିଏ ପୂର୍ବରୁ କାଲିଫର୍ନିଆର ଆର୍କାଡିଆ ସହରର ମେୟର ଭାବେ କାର୍ଯ୍ୟ କରିଥିଲେ।
ଏଫବିଆଇ ତଦନ୍ତ ଅନୁଯାୟୀ ପୂର୍ବତନ ମେୟର ଏଲିନ୍ ୱାଙ୍ଗ (୫୮ ବର୍ଷ) ଚୀନୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ ରୁ ୨୦୨୨ ମଧ୍ୟରେ ଆମେରିକାରେ ଚୀନ୍ ସମର୍ଥନରେ ପ୍ରଚାର ପ୍ରସାର କରିବାରେ ଭୂମିକା ଗ୍ରହଣ କରିଥିଲେ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ୱେବସାଇଟ୍ ରେ ଚୀନ୍ ସମର୍ଥିତ ବିଷୟବସ୍ତୁ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇନଥିଲେ। ଏଫବିଆଇ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। କଥିତ ଗୁଇନ୍ଦାଗିରି ଏହି ମାମଲାରେ ୱାଙ୍ଗଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ରିପୋର୍ଟ ଅନୁଯାୟୀ ମଙ୍ଗଳବାର (ମେ ୧୨) ଅପରାହ୍ନରେ ଲସ୍ ଆଞ୍ଜେଲସ ସ୍ଥିତ ଡାଉନଟାଉନ୍ ଡିଷ୍ଟ୍ରିକ୍ଟ କୋର୍ଟ ଠାରେ ତାଙ୍କୁ ପ୍ରଥମ ଥର ପାଇଁ ହାଜର କରାଯିବ।
ଏହା ସହ ପଢନ୍ତୁ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ; ରାଷ୍ଟ୍ରପତି ଜିନପିଙ୍ଗଙ୍କ ଥିଲେ ସହଯୋଗୀ
ଆମେରିକୀୟ ନ୍ୟାୟ ବିଭାଗ ଅନୁଯାୟୀ ସେ ଏହି ମାମଲାରେ ନିଜର ଦୋଷ ସ୍ୱୀକାର କରିନ୍ତି, ତାହେଲେ ତାଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ଏଫବିଆଇ କାଉଣ୍ଟର ଇଣ୍ଟେଲିଜେନ୍ସ ଏବଂ ଗୁପ୍ତଚର ବିଭାଗ ସହାୟକ ନିର୍ଦ୍ଦେଶକ ରୋମାନ ରୋଗାୱସ୍କି କହିଛନ୍ତି, ଏଲିନ୍ ୱାଙ୍ଗ ନିଜେ ସ୍ୱୀକାର କରିଛନ୍ତି ଯେ ସେ ଗୁପ୍ତଚର ଭାବରେ ଚୀନ୍ ସରକାରଙ୍କ ସ୍ୱାର୍ଥକୁ ସମର୍ଥନ କରିଥିଲେ। ତାଙ୍କୁ ତଦନ୍ତ ପରିସରଭୂକ୍ତ କରାଯିବା ସହ ଏବଂ ଦଣ୍ଡିତ କରାଯିବ।
ଏହା ସହ ପଢନ୍ତୁ: ପତ୍ନୀଙ୍କ ପାଇଁ ବିବାଦରେ ଆମେରିକୀୟ ପ୍ରତିରକ୍ଷା ସଚିବ; କ'ଣ ରହିଛି ପୁରା ଘଟଣାକ୍ରମ?
୨୦୨୨ରେ ଆର୍କାଡିଆ ସିଟି କାଉନସିଲ୍କୁ ନିର୍ବାଚିତ ହୋଇଥିଲେ ଏଲିନ୍ ୱାଙ୍ଗ
ଗତ ୨୦୨୨ ନଭେମ୍ବରରେ ଏଲିନ୍ ୱାଙ୍ଗ ଆର୍କାଡିଆ ସିଟି କାଉନସିଲ୍କୁ ନିର୍ବାଚିତ ହୋଇଥିଲେ। ଏହା ଏକ ୫ ସଦସ୍ୟ ବିଶିଷ୍ଟ ଶାସନ ସଂସ୍ଥା ଯେଉଁଠାରୁ ମେୟର ପର୍ଯ୍ୟାୟ କ୍ରମେ ନିର୍ବାଚିତ ହୋଇଥାନ୍ତି। ଏଲିନ୍ ୱାଙ୍ଗ କାଲିଫର୍ନିଆର ଆର୍କାଡିଆ ସହରର ମେୟର ଭାବେ ପୂର୍ବରୁ କାର୍ଯ୍ୟ କରିସାରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories