Ocean Mystery / ଯୁଦ୍ଧ ଭିତରେ ଆସିବ କି ବଡ଼ ବିପର୍ଯ୍ୟୟ ? ସମୂଦ୍ର କୂଳରେ ପଡ଼ିଛି ବିଶାଳକାୟ 'ଡୁମ୍ସଡେ ମାଛ'
·4 months ago·2 min read

Key Points
ବିଶ୍ଵାସ ରହିଛି ଏହି ଡୁମ୍ସଡେ ମାଛ ବଡ଼ ପ୍ରାକୃତିକ ବିପଦର ଠିକ୍ ପୂର୍ବରୁ ଗଭୀର ସମୁଦ୍ରରୁ ଉପକୂଳକୁ ବାହାରି ଆସନ୍ତି । ବିଶେଷକରି ଏହାକୁ ଜାପାନର ଲୋକ ମାନିଥାନ୍ତି । ଯଦିଓ ବୈଜ୍ଞାନିକ ଭାବେ ଏହାର କୌଣସି ପ୍ରମାଣ ନାହିଁ ।
ନୂଆଦିଲ୍ଲୀ: ବେଳାଭୂମିରେ ମରି ପଡ଼ିଛି ଅଥଳ ସମୁଦ୍ର ଗର୍ଭରେ ରହୁଥିବା ବିଶାଳକାୟ ମାଛ । ବିଶ୍ଵର ଏହି ବିଶାଳ ଲମ୍ବା ହାଡ଼ ଥିବା ମାଛ ୩୬ ଫୁଟ୍ ଅର୍ଥାତ୍ ୧୧ ମିଟର ପର୍ଯ୍ୟନ୍ତ ବଢ଼ିପାରେ । ସମୁଦ୍ର ଗର୍ଭରେ ଟ୍ଵିଲାଇଟ୍ ଜୋନ୍ କିମ୍ବା ମେସୋପେଲାଜିକ୍ ଜୋନ୍ ଯାହାକି ୩ ହଜାର ଫୁଟ୍ ଗଭୀର ରେ ରହିଥାନ୍ତି ।
ଏହି ବିଶାଳକାୟ ମାଛକୁ ଡୁମ୍ସଡେ ମାଛ (Doomsday Fish) କୁହାଯାଏ । ଏହି ଡୁମ୍ସଡେ ମାଛକୁ ଓରାଫିଶ୍ (Orafish) ମଧ୍ୟ କୁହାଯାଏ । ଯାହା ରିବନ ଭଳି ହୋଇଥିବା ବେଳେ ଶରୀର ରୁପା ଭଳି କିନ୍ତୁ ଟିକେ ଲାଲ୍ । ବିଶ୍ଵାସ ରହିଛି ଏହି ଡୁମ୍ସଡେ ମାଛ ବଡ଼ ପ୍ରାକୃତିକ ବିପଦର ଠିକ୍ ପୂର୍ବରୁ ଗଭୀର ସମୁଦ୍ରରୁ ଉପକୂଳକୁ ବାହାରି ଆସନ୍ତି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଧମକକୁ ଡରିଲାନି ଇରାନ; କହିଲା- 'ଜାହାଜ ଛାଡ଼, ତେଲ ଲିଟରେ ଦେବୁନି'
ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାଭାସ ?
ବିଶେଷକରି ଏହାକୁ ଜାପାନର ଲୋକ ମାନିଥାନ୍ତି । ଯଦିଓ ବୈଜ୍ଞାନିକ ଭାବେ ଏହାର କୌଣସି ପ୍ରମାଣ ନାହିଁ । ବୈଜ୍ଞାନିକଙ୍କ ଅନୁସାରେ, "ଡୁମ୍ସଡେ ମାଛ ଅସୁସ୍ଥତା ପାଇଁ କିମ୍ବା ପରିବେଶଗତ କାରଣ ଅଥବା ପାଣିପାଗରେ ପରିବର୍ତ୍ତନ କିମ୍ବା ପ୍ରଦୂଷଣ ପାଇଁ କୂଳକୁ ଆସିପାରନ୍ତି । ଆଜି ବି ଡୁମ୍ସଡେ ମାଛ କୂଳକୁ ଆସିବା ସହ ପ୍ରାକୃତିକ ବିପର୍ଯ୍ୟୟର ସମ୍ପର୍କ ରହସ୍ୟ ହୋଇ ରହିଛି ।
ଜାପାନବାସୀଙ୍କ ବିଶ୍ଵାସ
ଜାପାନରେ ଏହି ଡୁମ୍ସଡେ ମାଛକୁ ସମୁଦର ଭଗବାନଙ୍କ ଦୂତ ବୋଲି ବିଶ୍ଵାସ କରାଯାଏ । ସମୁଦ୍ରର ଡ୍ରାଗନ ଭଗବାନଙ୍କ ପ୍ରାସାଦରୁ ଡୁମ୍ସଡେ ମାଛ ବଡ଼ ସମ୍ଭାବ୍ୟ ବିପର୍ଯ୍ୟୟର ବାର୍ତ୍ତା ନେଇ ଆସିଥାଏ । ବଡ଼ ଧରଣର ଭୂମିକମ୍ପ କିମ୍ବା ସୁନାମି ପୂର୍ବରୁ ଡୁମ୍ସଡେ ମାଛ କୂଳକୁ ଆସେ ବୋଲି ବିଶ୍ଵାସ କରାଯାଏ ।
୨୦୧୧ରେ ଆସିଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପୂର୍ବରୁ ଜାପାନର ଉପକୂଳରେ ପ୍ରାୟ ୨୦ଟି ଡୁମ୍ସଡେ ମାଛ ଭାସୁଥିବା ଦେଖା ଯାଇଥିଲା । ଯାହା ପରେ ଆସିଥିଲା ୯ ତୀବ୍ରତାର ଭୂମିକମ୍ପ ସହ ସୁନାମି । ୨୦୧୭ରେ ଫିଲିପ୍ପାଇନ୍ସ, ୨୦୨୩ରେ ତାଇୱାନ ଏବଂ ୨୦୨୪ରେ କାଲିଫର୍ଣ୍ଣିଆ ଭୂମିକମ୍ପ ପୂର୍ବରୁ ଡୁମ୍ସଡେ ମାଛକୁ ବେଳାଭୂମିରେ ଦେଖିବାକୁ ମିଳିଥିଲା ।
ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ଫସିଛନ୍ତି ପୁରୀର ଆରବୀ; ଧର୍ମ ପରିବର୍ତ୍ତନ ପାଇଁ କରାଯାଉଛି ବାଧ୍ୟ
ଏବେ ମେକ୍ସିକୋର କାବୋ ସ୍ୟାନ ଲୁକାସ ସମୁଦ୍ର କୂଳରେ ୨ଟି ଡୁମ୍ସଡେ ମାଛ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଦୁର୍ଲଭ ଓ ରହସ୍ୟମୟ ବିଶାଳ ମାଛକୁ ନେଇ ସୋସିଆଲ୍ ମିଡିଆରେ ଆଗକୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories