Videos
|
International

Number Plate Auction / ଗୋଟିଏ ନମ୍ବର ପ୍ଲେଟ୍‌ର ଦାମ୍ ୧୭ କୋଟି, ନମ୍ବର ଜାଣିଲେ ହେବେ ଆଶ୍ଚର୍ଯ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଗୋଟିଏ ନମ୍ବର ପ୍ଲେଟ୍‌ର ଦାମ୍ ୧୭ କୋଟି, ନମ୍ବର ଜାଣିଲେ ହେବେ ଆଶ୍ଚର୍ଯ୍ୟ
Number Plate Auction

Key Points

ଏତେ ମହଙ୍ଗା ନମ୍ବର ପ୍ଲେଟ୍
ନମ୍ବର ପ୍ଲେଟ୍ ପାଇଁ ୧୭ କୋଟି ଖର୍ଚ୍ଚ
ଦୁବାଇରେ ଚର୍ଚ୍ଚାରେ ଏହି ଫ୍ୟାନ୍ସି ନମ୍ବର
କିଛି ଗାଡ଼ିର ନମ୍ବର ପ୍ଲେଟ୍ ଏତେ ମହଙ୍ଗା ହୋଇଥାଏ ଯେ, ଏହାର ଦାମରେ ଅନେକ ଦାମୀ କାର୍‌ ମଧ୍ୟ କିଣିହେବ । ନିଜ ପସନ୍ଦର ଫ୍ୟାନ୍ସି ନମ୍ବର ପ୍ଲେଟ୍ ପାଇବା ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ ଦୁବାଇରେ ଜଣେ ବ୍ୟକ୍ତି ଗୋଟିଏ ନମ୍ବର ପ୍ଲେଟ୍ ପାଇଁ ୧-୨ ଲକ୍ଷ ଟଙ୍କା ନୁହେଁ ବରଂ ୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଦୁବାଇରେ ଆୟୋଜିତ ୧୨୧ତମ ନମ୍ବର ପ୍ଲେଟ୍ ନିଲାମୀରେ ଏଭଳି ରେକର୍ଡ ଦାମ୍‌ରେ ନମ୍ବର ବିକ୍ରି ହୋଇଛି ।

ଖଲିଜ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଦୁବାଇର ସଡ଼କ ଓ ପରିବହନ କର୍ତ୍ତୃପକ୍ଷ (RTA) ପକ୍ଷରୁ ଏହି ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ନିଲାମୀର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୬୫.୭୨୧ ମିଲିୟନ ଦିରହମ୍‌ର ନିଲାମୀ ହୋଇଥିଲା । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୭୦ କୋଟି ଟଙ୍କା ।

ଏଥି ସହ ପଢନ୍ତୁ:  ଦଶହରା ମେଳାରେ ଅଘଟଣ; ଷ୍ଟଣ୍ଟ ସମୟରେ ବାଇକ୍‌ରେ ଲାଗିଲା ନିଆଁ, ଜଳିଗଲେ ଯୁବତୀ

CC44 ନମ୍ବର ପ୍ଲେଟ୍ ସବୁଠାରୁ ମହଙ୍ଗା

ଏହି ନିଲାମୀରେ CC44 ନମ୍ବର ପ୍ଲେଟ୍ ୬.୭୨ ମିଲିୟନ ଦିରହମ୍‌ରେ ବିକ୍ରି ହୋଇଛି, ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୧୭ କୋଟି ଟଙ୍କା । ଏହା ନିଲାମୀର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ ଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, BB18 ନମ୍ବର ପ୍ଲେଟ୍ ୬.୬୨ ମିଲିୟନ ଦିରହମ୍‌ରେ ବିକ୍ରି ହୋଇଥିବା ବେଳେ BB80 ନମ୍ବର ପ୍ଲେଟ୍ ପାଇଁ ୫.୯ ମିଲିୟନ ଦିରହମ୍‌ର ନିଲାମୀ ହୋଇଥିଲା । ସେହିପରି BB117 ନମ୍ବର ପ୍ଲେଟ୍ ୧.୦୧୬ ମିଲିୟନ ଦିରହମ୍‌ରେ ବିକ୍ରି ହୋଇଥିଲା ।

୬୦ଟି ଫ୍ୟାନ୍ସି ନମ୍ବର ପ୍ଲେଟ୍ ନିଲାମୀରେ ରଖାଯାଇଥିଲା

ଦୁବାଇର ହିଲଟନ୍ ଦୁବାଇ ଅଲ୍ ହବତୁର୍ ସିଟିରେ ଏହି ନିଲାମୀ ଆୟୋଜିତ ହୋଇଥିଲା । ଏଥିରେ ଦୁଇ, ତିନି, ଚାରି ଓ ପାଞ୍ଚ ଅଙ୍କ ବିଶିଷ୍ଟ ମୋଟ ୬୦ଟି ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ନିଲାମୀ ପାଇଁ ରଖାଯାଇଥିଲା । ଏହି ନମ୍ବରଗୁଡ଼ିକରେ AA, BB, CC, H, U, V, W, X, Y ଓ Z ଭଳି କୋଡ୍ ସାମିଲ ଥିଲା ।
ଏହି ନିଲାମୀରେ ଯୋଗ ଦେବା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ ୨୫,୦୦୦ ଦିରହମ୍‌ର ସିକ୍ୟୁରିଟି ଜମା କରିବା ସହ ଆବଶ୍ୟକ ଫି’ ଦେବାକୁ ପଡ଼ିଥିଲା ।

ଗତବର୍ଷ ମଧ୍ୟ ହୋଇଥିଲା କୋଟି କୋଟି ଟଙ୍କାର ନିଲାମୀ

ଦୁବାଇରେ ପ୍ରତିବର୍ଷ ଏଭଳି ଫ୍ୟାନ୍ସି ନମ୍ବର ପ୍ଲେଟ୍‌ର ନିଲାମୀ ଆୟୋଜନ କରାଯାଏ । ଅନେକ ଲୋକ ନିଜର ସ୍ୱତନ୍ତ୍ର ପରିଚୟ ଓ ସଉକ ପାଇଁ ଏଭଳି ନମ୍ବର କିଣିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ୨୦୨୫ ମସିହାରେ ମଧ୍ୟ ଦୁବାଇର RTA ପକ୍ଷରୁ ଆୟୋଜିତ ନିଲାମୀରେ ମୋଟ ୧୦୯ ମିଲିୟନ ଦିରହମ୍‌ର ନମ୍ବର ପ୍ଲେଟ୍ ବିକ୍ରି ହୋଇଥିଲା ।