|
logo
Live
Argus News App
GET APP

Argus News - ମହଙ୍ଗା ପଡ଼ିଲା ଦୁବାଇରେ ଡ୍ରୋନ୍ ଆକ୍ରମଣର ଫଟୋ ସେୟାର୍; ବ୍ରିଟିଶ୍ ବିମାନ ସହାୟକ ଗିରଫ

International

Cyber Law / ମହଙ୍ଗା ପଡ଼ିଲା ଦୁବାଇରେ ଡ୍ରୋନ୍ ଆକ୍ରମଣର ଫଟୋ ସେୟାର୍; ବ୍ରିଟିଶ୍ ବିମାନ ସହାୟକ ଗିରଫ

Sushanta Sahoo
Browse all articles by Sushanta Sahoo
·5 hours ago·2 min read
ମହଙ୍ଗା ପଡ଼ିଲା ଦୁବାଇରେ ଡ୍ରୋନ୍ ଆକ୍ରମଣର ଫଟୋ ସେୟାର୍; ବ୍ରିଟିଶ୍ ବିମାନ ସହାୟକ ଗିରଫ
Photo Share Leads to Arrest

Key Points

ନିକଟରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଆଉ ସେହି ଆକ୍ରମଣ ସମୟର ଫଟୋକୁ କଏଦ କରି ନେଇଥିଲେ ବ୍ରିଟିଶ ବିମାନରେ ସହାୟକ ଥିବା ଯୁବକ ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଥିବା ବେଳେ ୟୁଏଇ ସୁରକ୍ଷା ଓ ସାଇବର ଆଇନକୁ କଡ଼ାକଡ଼ି କରିଛି । ଦୁବାଇରେ ୨୫ ବର୍ଷୀୟ ବିମାନ ସହାୟକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ବ୍ରିଟିଶ ବିମାନରେ ସହାୟକ ଥିବା ଯୁବକଙ୍କୁ ଡ୍ରୋନ୍ ଆକ୍ରମଣ ସହ ଜଡ଼ିତ ଫଟୋ ସେୟାର୍ କରିବାରୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ନିକଟରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଆଉ ସେହି ଆକ୍ରମଣ ସମୟର ଫଟୋକୁ କଏଦ କରି ନେଇଥିଲେ ବ୍ରିଟିଶ ବିମାନରେ ସହାୟକ ଥିବା ଯୁବକ । ଉକ୍ତ ଫଟୋକୁ ସାଥୀମାନଙ୍କୁ ପଠାଇଥିଲେ ।

ଏଥିସହ ପଢ଼ନ୍ତୁ: ଇରାନରେ ପଶି ନିଖୋଜ ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା; ପିଠି ଥାପୁଡାଇଲେ ଟ୍ରମ୍ପ

ସୂଚନାଯୋଗ୍ୟ, ୟୁଏଇର ସାଇବର ଆଇନ୍ ଅନୁସାରେ- ସର୍ବସାଧାରଣ ସୁରକ୍ଷାକୁ ପ୍ରଭାବିତ କରୁଥିବା କୌଣସି ବି ତଥ୍ୟ ଅଥବା ଫଟୋ କିମ୍ବା ଭିଡିଓ କାହାରିକୁ ପଠାଇବା ଉପରେ ପ୍ରତିବନ୍ଧକ ରହିଛି ।

ହ୍ଵାଟ୍ସଆପ୍‌ରେ ଛାଡ଼ିଥିଲେ ଫଟୋ

ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ବ୍ରିଟିଶ୍ ବିମାନର କ୍ୟାବିନ୍ କ୍ରିଉ ଏକ ପ୍ରାଇଭେଟ୍ ହ୍ଵାଟ୍ସଆ୍ ଗ୍ରୁପରେ ଡ୍ରୋନ୍ ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ଫଟୋ ପୋଷ୍ଟ କରିଥିଲେ । ପଚାରିଥିଲେ କ'ଣ ବିମାନବନ୍ଦରର ସେହି ଅଞ୍ଚଳ ଦେଇ ଚାଲିକି ଯିବା ସୁରକ୍ଷିତ ଅଟେ ? ଯୁବକ ଜଣଙ୍କ ନିଜ ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରୟାସ କରିଥିବା ବେଳେ, ୟୁଏଇ ପ୍ରଶାସନ ଏହାକୁ ଆଇନ୍‌ର ଉଲ୍ଲଂଘନ ଦର୍ଶାଇଛି ।

ଯଦି କୋର୍ଟରେ ଏହି ଅଭିଯୋଗ ସତ ସାବ୍ୟସ୍ତ ହୁଏ, ତାହେଲେ ବ୍ରିଟିଶ ନାଗରିକଙ୍କୁ ଅତି କମ୍‌ରେ ଦୁଇ ବର୍ଷ ଜେଲ୍ ହୋଇପାରେ । ଜେଲ୍ ସହ ୨୦୦, ୦୦୦ ଦିହରମ (ପ୍ରାୟ ୫୪ ହଜାର ଡଲାର ଅଥବା ଭାରତୀୟ ଟଙ୍କାରେ ୪୫ ଲକ୍ଷ ଟଙ୍କାରୁ ଅଧିକ) ଜରିମାନା କରାଯାଇପାରେ । ଜେଲରେ ସଜ୍ଜା କାଟିବା ଓ ଜରିମାନା ଦେବା ପରେ ତାଙ୍କୁ ପ୍ରତ୍ୟର୍ପଣ କରାଯିବ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ୪୮ ଘଣ୍ଟା ପରେ ଇରାନକୁ ଧ୍ବଂସ କରିଦେବି !

ସ୍କାନ୍‌ରରେ ୭୦ରୁ ଅଧିକ ବ୍ରିଟିଶ ନାଗରିକ

ଆଇନ୍‌ଗତ ସହାୟତା ପ୍ରଦାନକାରୀ ସଂସ୍ଥା ଡିଟେନଡ୍ ଇନ୍ ଦୁବାଇ ଅନୁସାରେ, ବିଗତ ସପ୍ତାହରେ ପ୍ରାୟ ୭୦ ଜଣ ବ୍ରିଟିଶ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନଙ୍କ ମଧ୍ୟରେ ପର୍ଯ୍ୟଟକ, ପ୍ରବାସୀ ଓ ବିମାନ ସେବାରେ କାର୍ଯ୍ୟରତ କର୍ମଚାରୀ ଅଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber Law: ମହଙ୍ଗା ପଡ଼ିଲା ଦୁବାଇରେ ଡ୍ରୋନ୍ ଆକ୍ରମଣର ଫଟୋ ସେୟାର୍; ବ୍ରିଟିଶ୍ ବିମାନ ସହାୟକ ଗିରଫ | Argus News