Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Airport Explosion / ଦୁବାଇ, କୁଏତ ବିମାନବନ୍ଦରରେ ବଡ଼ ବିସ୍ଫୋରଣ; ଧୂଆଁରେ ଭର୍ତ୍ତି ଆକାଶ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଦୁବାଇ, କୁଏତ ବିମାନବନ୍ଦରରେ ବଡ଼ ବିସ୍ଫୋରଣ; ଧୂଆଁରେ ଭର୍ତ୍ତି ଆକାଶ
Middle East Tensions Rise

Key Points

ରବିବାର ଦୁବାଇର ମାରିନା ଏବଂ ସୁଫୋହ ସହ ୟୁଏଇର ଫୁଜୈରାହ ତୈଳ ଟର୍ମିନାଲ୍ ଉପରେ ଇରାନ ଆକ୍ରମଣ କରିଛି । ସେପଟେ କୁଏତ ବିମାବନ୍ଦର ଉପରେ ଶତାଧିକ ଡ୍ରୋନ୍ ମାଡ଼ କରାଯାଇଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ୧୬ ଦିନରେ ପହଞ୍ଚିଛି । ଇରାନ ଆକ୍ରମଣକୁ ଶାଣିତ କରୁଛି । ରବିବାର ଦୁବାଇର ମାରିନା ଏବଂ ସୁଫୋହ ସହ ୟୁଏଇର ଫୁଜୈରାହ ତୈଳ ଟର୍ମିନାଲ୍ ଉପରେ ଇରାନ ଆକ୍ରମଣ କରିଛି । ସେପଟେ କୁଏତ ବିମାବନ୍ଦର ଉପରେ ଶତାଧିକ ଡ୍ରୋନ୍ ମାଡ଼ କରାଯାଇଥିବା ଜଣାପଡ଼ିଛି ।

ଫୁଜୈରାହ ଆକାଶ ଧୂଆଁରେ ଭର୍ତ୍ତି ହୋଇ ଯାଇଛି । ଆକ୍ରମଣ ପରେ ଲାଗିଥିବା ନିଆଁକୁ ଆୟତ୍ତ ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି କର୍ତ୍ତୃପକ୍ଷ । ଏହି ଆକ୍ରମଣରେ ଜଣେ ଜୋର୍ଡାନ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଇରାନର ଖାର୍ଗ ଦ୍ୱୀପ ଉପରେ ଟ୍ରମ୍ପଙ୍କ ପୁନଃ ଆକ୍ରମଣ ଚେତାବନୀ, ଯୁଦ୍ଧ ଜାହାଜ ପଠାଇବାକୁ ଆହ୍ୱାନ

ଇରାନ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିବା ଜାରି ରଖିଛି । ଶନିବାର ମଧ୍ୟ ଦୁବାଇ ଉପରେ ଇରାନ ଆକ୍ରମଣ କରିଥିବା ବେଲେ ଇଣ୍ଟରସେପ୍ଟ କରିଥିଲା ଦୁବାଇ । ଶୁକ୍ରବାର ମଧ୍ୟ ଇରାନ ପକ୍ଷରୁ ଦୁବାଇ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରାଯାଇଥିଲା ।

ଇରାନର ଗୁରୁତ୍ଵପୂର୍ଣ୍ଣ ଖାର୍ଗ ଦ୍ଵୀପ ଉପରେ ଆମେରିକା ଆକ୍ରମଣ ପରେ ଉତ୍ତେଜନା ଆହୁରି ବଢ଼ିଛି । ଖାର୍ଗ ହେଉଛି ଇରାନର ତୈଳ ରପ୍ତାନକାରୀ କେନ୍ଦ୍ର । ଯେଉଁଠୁ ଦେଶର ୯୦ ପ୍ରତିଶତ ତୈଳ ରପ୍ତାନୀ କରାଯାଏ । ଏବେ ଆମେରିକା, ଇରାନର ଲାଇଫ୍ ଲାଇନ୍ ଉପରେ ଆଖି ପକାଇଛି ।

୧୬ ଦିନର ଯୁଦ୍ଧରେ ୟୁଏଇ ଉପରେ ଇରାନ ୧୮୦୦ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଖିବା କୁହାଯାଉଛି । ଯେଉଁଥିରେ ୧୬୦୦ ଡ୍ରୋନ୍ ଏବଂ ୨୯୪ଟି ବାଲିଷ୍ଟିକ ମିସାଇଲ୍ ଏବଂ ୧୫ଟି କ୍ରୁଜ୍ ମିସାଇଲ୍ ରହିଛି । ଏହି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୧ ଜଣ ଆହତ ହୋଇଛନ୍ତି । ୟୁଏଇ ଉପରେ କେବଳ ଶନିବାର ୯ଟି ବାଲିଷ୍ଟିକ ମିସାଇଲ୍ ସହ ୩୩ଟି ଡ୍ରୋନ୍ ମାଡ଼ କରିଛି ତେହରାନ ।

ଏଥିସହ ପଢ଼ନ୍ତୁ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ କ'ଣ ଚାହୁଁଛନ୍ତି କିମ୍ ? ସମୁଦ୍ରକୁ ଫିଙ୍ଗିଲେ ବାଲିଷ୍ଟିକ୍ ମିସାଇଲ୍

ତେବେ ୟୁଏଇ ଉପରେ ଇରାନ କରୁଥିବା ଆକ୍ରମଣକୁ ନେଇ ସରକାର ସତର୍କ ଅଛନ୍ତି । ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ଫଟୋ ଓ ଭିଡିଓ ପୋଷ୍ଟ ଉପରେ ପୋଲିସ ନଜର ରଖିଛି । ଏଭଳି ଗୁଜବ କରୁଥିବା ୧୦ ଜଣ ବିଦେଶୀ ନାଗରିକଙ୍କୁ ୟୁଏଇ ଧରିଛି ।

ଫେବ୍ରୁଆରୀ ୨୮ରୁ ଯୁଦ୍ଧ ଆରମ୍ଭ ପରେ ଶନିବାର ଇରାନ, ୟୁଏଇକୁ ଚେତାବନୀ ଦେଇଛି । କହିଛି, ଯଥା ସମ୍ଭବ ୩ଟି ମୁଖ୍ୟ ବନ୍ଦରରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉ । କାହିଁକି ନା ଉକ୍ତ ବନ୍ଦରରୁ ଆମେରିକା ଆକ୍ରମଣ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Explosions Reported at Dubai and Kuwait Airports Amid Iran Drone Attacks | Argus News | Argus News