|
logo
Live
Argus News App
GET APP

Argus News - ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ କ'ଣ ଚାହୁଁଛନ୍ତି କିମ୍ ? ସମୁଦ୍ରକୁ ଫିଙ୍ଗିଲେ ବାଲିଷ୍ଟିକ୍ ମିସାଇଲ୍

International

North Korea Missile Launch / ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ କ'ଣ ଚାହୁଁଛନ୍ତି କିମ୍ ? ସମୁଦ୍ରକୁ ଫିଙ୍ଗିଲେ ବାଲିଷ୍ଟିକ୍ ମିସାଇଲ୍

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ କ'ଣ ଚାହୁଁଛନ୍ତି କିମ୍ ? ସମୁଦ୍ରକୁ ଫିଙ୍ଗିଲେ ବାଲିଷ୍ଟିକ୍ ମିସାଇଲ୍
Global tensions rise again

Key Points

ଦକ୍ଷିଣ କୋରିଆ ଓ ଆମେରିକା ବାର୍ଷିକ ସୈନ୍ୟ ଅଭ୍ୟାସ 'ଫ୍ରିଡମ୍ ଶିଲ୍ଡ' ଜାରି ରଖିଥିବା ବେଳେ ଉତ୍ତର କୋରିଆ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଏହି ସୈନ୍ୟ ଅଭ୍ୟାସକୁ ସବୁବେଳେ ଉତ୍ତର କୋରିଆ ବିରୋଧ କରି ଆସୁଛି ଏବଂ ଏହାକୁ ଯୁଦ୍ଧ ପ୍ରସ୍ତୁତି ବୋଲି ମାନି ଆସୁଛି ।
ନୂଆଦିଲ୍ଲୀ: ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ୧୫ ଦିନ ହେଲା ଯୁଦ୍ଧ ଜାରି ରହିଛି । ଅନ୍ୟପଟେ ଉତ୍ତର କୋରିଆ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିବା ନଜର ଆସୁଛି । ଶନିବାର ଉତ୍ତର କୋରିଆ ସମୁଦ୍ରକୁ ମିସାଇଲ୍ ମାଡ଼ କରିଛି ।

ଏନେଇ ପଡ଼ୋଶୀ ଦକ୍ଷିଣ କୋରିଆ ସେନା ସହ ଜାପାନ ସରକାର ସ୍ପଷ୍ଟ କରିଛନ୍ତି । ଦକ୍ଷିଣ କୋରିଆ ଓ ଜାପାନ ଅନୁସାରେ, ଉତ୍ତର କୋରିଆ ୧୦ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଏହା ପୂର୍ବରୁ ଉତ୍ତର କୋରିଆ ଜାନୁଆରୀ ୨୭ ତାରିଖରେ ପୂର୍ବତଟ ଆଡ଼କୁ ଏକାଧିକ ସ୍ଵଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଉତ୍‌କ୍ଷେପଣ କରିଥିଲା ।

ଏଥିସହ ପଢ଼ନ୍ତୁ: କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ?

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ କହିଛନ୍ତି, "ଶନିବାର ଦିନ ପ୍ରାୟ ଗୋଟାଏ ୨୦ ମିନିଟ୍ ସମୟରେ ଉତ୍ତର କୋରିଆ ସୁନାନ ଅଞ୍ଚଳରୁ ମିସାଇଲ୍ ଉତ୍‌କ୍ଷେପଣ କରିଛି । ଚଳିତ ବର୍ଷ ଉତ୍ତର କୋରିଆ ତୃତୀୟଥର ପାଇଁ ଏଭଳି ବାଲିଷ୍ଟିକ୍ ମିସାଇଲ୍ ଉତେକ୍ଷପଣ କରିଛି ।"

ଆଲର୍ଟରେ ଦକ୍ଷିଣ କୋରିଆ

ଉତ୍ତର କୋରିଆ ଗୋଟିଏ ଦିନରେ ୧୦ଟି ବାଲିଷ୍ଟିକ୍ ମିସାଇଲ୍ ଉତ୍‌କ୍ଷେପଣ କରିବା ପରେ ଦକ୍ଷିଣ କୋରିଆ ସତର୍କ ରହିଛି । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ କହିଛନ୍ତି, "ଆମ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଆମେରିକା ଓ ଜାପାନକୁ ଉତ୍ତର କୋରିଆର ମିସାଇଲ୍ ପରୀକ୍ଷଣ ସୂଚନା ଅବଗତ କରାଇଛୁ । ଏଥିସହ ଅତିରିକ୍ତ ମିସାଇଲ୍ ଉପରେ ତୀକ୍ଷ୍‌ଣ ନଜର ରଖିଛୁ ।"

ଏଥିସହ ପଢ଼ନ୍ତୁ: ଯୁଦ୍ଧ ବନ୍ଦ ପାଇଁ ଇରାନର ୩ଟି ବଡ଼ ସର୍ତ୍ତ: ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ...

ଜାପାନ ବି ସତର୍କ

ଏହି ଘଟଣା ଉପରେ ଜାପାନ ସରକାର ମଧ୍ୟ ତୀକ୍ଷ୍‌ଣ ନଜର ରଖିଛନ୍ତି । ଜାପାନ କହିଛି "ଉତ୍ତର କୋରିଆ ଉତ୍‌କ୍ଷେପଣ କରିଥିବା ସାମଗ୍ରୀ ବାଲିଷ୍ଟିକ୍ ମିସାଇଲ୍ ହୋଇପାରେ ।" ସେହିଭଳି ଜାପାନ କୋଷ୍ଟଗାର୍ଡ ଅନୁସାରେ, ପୂର୍ବରୁ ମଧ୍ୟ ଉତ୍ତର କୋରିଆ ସନ୍ଦିଗ୍ଧ ବାଲିଷ୍ଟିକ ମିସାଇଲ୍ ସମୁଦ୍ରକୁ ମାଡ଼ କରିଛି ।

ଶକ୍ତି ପ୍ରଦର୍ଶନ ପାଇଁ ପ୍ରୟାସ

ଦକ୍ଷିଣ କୋରିଆ ଓ ଆମେରିକା ବାର୍ଷିକ ସୈନ୍ୟ ଅଭ୍ୟାସ 'ଫ୍ରିଡମ୍ ଶିଲ୍ଡ' ଜାରି ରଖିଥିବା ବେଳେ ଉତ୍ତର କୋରିଆ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଏହି ସୈନ୍ୟ ଅଭ୍ୟାସକୁ ସବୁବେଳେ ଉତ୍ତର କୋରିଆ ବିରୋଧ କରି ଆସୁଛି ଏବଂ ଏହାକୁ ଯୁଦ୍ଧ ପ୍ରସ୍ତୁତି ବୋଲି ମାନି ଆସୁଛି । ଏଭଳି ସ୍ଥିତିରେ ଦକ୍ଷିଣ କୋରିଆ ଓ ଆମେରିକାର ଯୁଦ୍ଧାଭ୍ୟାସ ଜବାବରେ ଉତ୍ତର କୋରିଆ ଶକ୍ତ ପ୍ରଦର୍ଶନ କରିବାକୁ ମିସାଇଲ୍ ଉତ୍‌କ୍ଷେପଣ କରିଥାଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
North Korea Missile Launch: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ କ'ଣ ଚାହୁଁଛନ୍ତି କିମ୍ ? ସମୁଦ୍ରକୁ ଫିଙ୍ଗିଲେ ବାଲିଷ୍ଟିକ୍ ମିସାଇଲ୍ | Argus News