Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲକ୍ଷଣ ଦେଖାଯିବାର ୩ ଦିନରେ ହୋଇ ଯାଉଛି ମୃତ୍ୟୁ; ଜାଣନ୍ତୁ କେତେ ପ୍ରାଣଘାତୀ 'ଇବୋଲା' ଭୂତାଣୁ ?

International

Ebola Outbreak / ଲକ୍ଷଣ ଦେଖାଯିବାର ୩ ଦିନରେ ହୋଇ ଯାଉଛି ମୃତ୍ୟୁ; ଜାଣନ୍ତୁ କେତେ ପ୍ରାଣଘାତୀ 'ଇବୋଲା' ଭୂତାଣୁ ?

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଲକ୍ଷଣ ଦେଖାଯିବାର ୩ ଦିନରେ ହୋଇ ଯାଉଛି ମୃତ୍ୟୁ; ଜାଣନ୍ତୁ କେତେ ପ୍ରାଣଘାତୀ 'ଇବୋଲା' ଭୂତାଣୁ ?
Deadly Infection Returns in Congo

Key Points

'ଇବୋଲା' ଭୂତାଣୁ ସଂକ୍ରମିତ ହୋଇ ପ୍ରାୟ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ସନ୍ଦିଗ୍ଧ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଆଫ୍ରିକୀୟ ଦେଶ କଙ୍ଗୋରେ ଏବେ ପ୍ରାଣଘାତୀ ଭୂତାଣୁ 'ଇବୋଲା' ଆତଙ୍କ ଦେଖା ଦେଇଛି ।
ନୂଆଦିଲ୍ଲୀ: ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା 'ଇବୋଲା' ଭୂତାଣୁ ଆତଙ୍କ ପୁଣି ଥରେ ଦେଖା ଦେଇଛି । ମିଳିଥିବା ସୂଚନା ଅନୁସାରେ, 'ଇବୋଲା' ଭୂତାଣୁ ସଂକ୍ରମିତ ହୋଇ ପ୍ରାୟ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ସନ୍ଦିଗ୍ଧ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

ଆଫ୍ରିକୀୟ ଦେଶ କଙ୍ଗୋରେ ଏବେ ପ୍ରାଣଘାତୀ ଭୂତାଣୁ 'ଇବୋଲା' ଆତଙ୍କ ଦେଖା ଦେଇଛି । ଏବେ ସୁଦ୍ଧା କଙ୍ଗୋରେ ୨୪୬ ଜଣ ଇବୋଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ପରୀକ୍ଷଣ କରାଯାଉଥିବା ୨୦ଟି ନମୁନାରୁ ୧୩ଟି ନମୁନା ସଂକ୍ରମିତ ମିଳୁଛି ।

ଏଥିସହ ପଢ଼ନ୍ତୁ: 'ଭ୍ୟାକ୍ସିନ୍‌ ନେବା ପରେ ସଂକୁଚିତ ହେଉଥିଲା ଗୁପ୍ତାଙ୍ଗ'; ମିଛ ଗୁଜବରୁ ହିଂସା, ସ୍ଵାସ୍ଥ୍ୟକର୍ମୀଙ୍କ ସହ ୧୭ ମୃତ 

ସୂଚନାଯୋଗ୍ୟ, ୨୦୧୮ରୁ ୨୦୨୦ ମଧ୍ୟରେ କଙ୍ଗୋରେ 'ଇବୋଲା' ଭୂତାଣୁ ଯୋଗୁଁ ବ୍ୟାପକ ମୃତ୍ୟୁ ହୋଇଥିଲା । ସେହି ସୟରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ବିଶ୍ଵବ୍ୟାପୀ 'ଇବୋଲା'ରେ ପ୍ରାୟ ୨ ହଜାର ଲୋକ ଆଖି ବୁଜିଥିଲେ ।

'ଇବୋଲା'କୁ ଦୁନିଆର ସବୁଠୁ ଅଧିକ ବିପଜ୍ଜନକ ଭୂତାଣୁ କୁହାଯାଉଛି । 'ଇବୋଲା' ସଂକ୍ରମିତ ୯୦ ପ୍ରତିଶତ ଲୋକଙ୍କ ପ୍ରାଣହାନୀ ଘଟୁଛି । 'ଇବୋଲା' ସଂକ୍ରମିତଙ୍କ ଠାରେ ଡାଇରିଆ ସହ ରକ୍ତ ବାନ୍ତି ଲକ୍ଷଣ ଦେଖା ଯାଉଛି ।

୩ ଦିନରେ ନେଉଛି ଜୀବନ

ରିପୋର୍ଟ ଅନୁସାରେ, ଏହି ମାରାତ୍ମକ ଭୂତାଣୁ କେବଳ ୩ ଦିନ ମଧ୍ୟରେ କାହାରି ଜୀବନ ନେଇ ଯାଇପାରେ । ଛୁଇଁବା କିମ୍ବା ଆଖପାଖରେ ରହିବା ଦ୍ଵାରା ଏହି ଭୂତାଣୁ ବ୍ୟାପିଥାଏ । ଏହାଛଡ଼ା ଛିଙ୍କିବା ଓ କାଶିବା ଜଳୀୟ ବାଷ୍ପ କଣିକାରେ ଏହା ବ୍ଯାପିଥାଏ । 'ଇବୋଲା' ସଂକ୍ରମିତ ପଶୁଙ୍କୁ ଖାଇବା ଦ୍ଵାରା ମଧ୍ୟ ଏହା ସଂକ୍ରମିତ ହୋଇଥାଏ ।

ଏଥିସହ ପଢ଼ନ୍ତୁ: UPରେ କାଳବୈଶାଖୀର କରାଳ ରୂପ, ଝଡ଼ ବର୍ଷା ଓ ବଜ୍ରପାତ ନେଲା ୧୦୪ ଜୀବନ 

ଶରୀରରେ ହୋଇଥିବା କୌଣସି ପ୍ରକାର ଘା' ଅଥବା ଆଖି, ନାକ, ମୁହଁକୁ ଛୁଇଁବ ଦ୍ଵାରା 'ଇବୋଲା' ଭୂତାଣୁ ସଂକ୍ରମିତ କରିପାରେ । ଏହାପରେ ଜ୍ଵର ଆସିବା, କ୍ଳାନ୍ତ ଲାଗିବା, ମୁଣ୍ଡ ବିନ୍ଧିବା ଆଦି ଲକ୍ଷଣ ଦେଖାଦିଏ । ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ସମୟରେ ଚିକିତ୍ସା ନହେଲେ ମୃତ୍ୟୁ ହୋଇଯାଏ ।

'ଇବୋଲା'ର ଲକ୍ଷଣ

'ଇବୋଲା' ଭୂତାଣୁ ଦ୍ଵାରା ସଂକ୍ରମିତ ବ୍ୟକ୍ତି ସହଜରେ ଥକି ଯାଆନ୍ତି । ଜ୍ଵର ଆସିବା ସହ ଅସହ୍ୟ ମୁଣ୍ଡ ବିନ୍ଧା ହୋଇଥାଏ । ଆଉ ଏଥିରେ ସଂକ୍ରମିତ ହେବା ପରେ ଠିକ୍ ହୋଇଥିବା ବ୍ୟକ୍ତିଙ୍କ ଠାରେ ୨ ବର୍ଷ ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଇଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ebola Virus Outbreak: Know Symptoms, Death Rate & How It Spreads | Argus News | Argus News