Guayaquil Catholic Church Pastor Viral Video / ପାଦ୍ରୀଙ୍କ ଉପରେ ଅଚାନକ ଖସି ପଡ଼ିଲା କ୍ରସ୍; ଦେଖୁ ଦେଖୁ ଚାଲିଗଲା ଜୀବନ, ଭିଡ଼ିଓ ଭାଇରାଲ
·1 hour ago·3 min read

Key Points
ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ, ଜଣେ ମହିଳା ଅନୁଗାମୀଙ୍କୁ ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି। ଯେଉଁଥିରେ ସେ କହୁଛନ୍ତି ଫାଦର..ଆମ୍ବୁଲାନ୍ସ ଡାକ!"
ଚର୍ଚ୍ଚ ପରିସରରେ ଜଣେ ପାଦ୍ରୀଙ୍କ ଉପରେ ଅଚାନକ ଖସି ପଡ଼ିଛି କ୍ରସ୍। ଏହି ଘଟଣାରେ ପାଦ୍ରୀଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ, ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ହେଲେ ତଥାପି ଏହି ଘଟଣା ଏବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହାର କାରଣ ହେଉଛି ଚର୍ଚ୍ଚ ଭିତରେ ରଖାଯାଇଥିବା କ୍ରସ୍ ପାଦ୍ରୀଙ୍କ ଉପରେ ଖସି ପଡ଼ିୂବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଚର୍ଚ୍ଚ ପରିସରରେ ରଖା ଯାଉଥିବା କ୍ରସ୍ ଗଭୀର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରିଥାଏ। ଯାହା ଖ୍ରୀଷ୍ଟ୍ରିଆନ୍ ଧର୍ମର ସବୁଠାରୁ ପ୍ରମୁଖ ଧାର୍ମିକ ପ୍ରତୀକ। ଯାହା ଦର୍ଶାଇଥାଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାନବଜାତିର ପାପର କ୍ଷମା ଏବଂ ମୁକ୍ତି ପାଇଁ କ୍ରସ୍ ଉପରେ ନିଜ ଜୀବନ ବଳିଦାନ ଦେଇଥିଲେ। ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଧାର୍ମିକ ପ୍ରାର୍ଥନାର ଆରମ୍ଭ କିମ୍ବା ଶେଷରେ ସେମାନଙ୍କ ଶରୀରରେ କ୍ରସ୍ ଚିହ୍ନ ଲଗାଇଥାନ୍ତି।
କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
ଲାଟିନ୍ ଆମେରିକୀୟ ଦେଶ ଇକ୍ୱାଡୋର (Ecuador) ସ୍ଥିତ ଗୁଆକିଲ (Guayaquil) ସହରର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଚର୍ଚ୍ଚରେ, କାଠ ନିର୍ମିତ ଏକ ବଡ଼ କ୍ରସ୍ ପାଦ୍ରୀଙ୍କ ଉପରେ ପଡ଼ିବାରୁ ପାଦ୍ରୀ ଆହତ ହୋଇଛନ୍ତି। ପାଦ୍ରୀଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ଫାଦର ପାଟ୍ରିସିଓ ସାଞ୍ଚେଜ୍ (Father Patricio Alfredo Sánchez Molinari)। ଏହି ଘଟଣା ଘଟିବା ସମୟରେ ପାଦ୍ରୀ ଜଣଙ୍କ ଏକ ପବିତ୍ର ପ୍ରାର୍ଥନା ସଭାକୁ ପରିଚାଳନା କରୁଥିଲେ। ଘଟଣାସ୍ଥଳରୁ ମିଳିଥିବା ରିପୋର୍ଟ ଅନୁସାରେ ସହରରେ ଅବସ୍ଥିତ ପର୍ପେଟୁଓ ସୋକୋରୋ ଚର୍ଚ୍ଚ (Perpetuo Socorro Church) ଭିତରେ ଏହି ଅଘଟଣ ଘଟିଥିଲା। ପବିତ୍ର ପ୍ରାର୍ଥନା ସଭା ଚାଲିବା ସମାରୋହ ସମୟରେ ଏକ ବଡ଼ କାଠ ନିର୍ମିତ କ୍ରସ୍ ହଠାତ୍ ତାଙ୍କ ଉପରେ ଖସି ପଡ଼ିବାରୁ ପାଦ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।
ଏହା ସହ ପଢନ୍ତୁ: କଟକଣାରେ ଶେଷ ହେଲା 'ପାମ୍ ସନଡ଼େ' ପ୍ରାର୍ଥନା
ଭାଇରାଲ ହେଉଛି ଏହି ଘଟଣାର ଭିଡ଼ିଓ
ଧାର୍ମିକ ସମାରୋହ ସମୟରେ ଏହି ଭାରୀ ଧାର୍ମିକ ପ୍ରତୀକ ହଠାତ୍ ଭୁଶୁଡ଼ି ପଡ଼ିବା ଉପସ୍ଥିତ ଲୋକଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଅପ୍ରତ୍ୟାଶିତ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ଏବଂ ସହରର କ୍ୟାଥୋଲିକ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଚର୍ଚ୍ଚ ଭିତରେ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେବା ପରେ କର୍ତ୍ତୃପକ୍ଷ ଏବଂ ଚର୍ଚ୍ଚ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା। ସୋସିଆଲ ମିଡିଆରେ ଲାଇଭଷ୍ଟ୍ରିମ୍ ହେଉଥିବା ସମାରୋହ ଆରମ୍ଭ ହେବାର ପ୍ରାୟ ୨୭ ମିନିଟ୍ ପରେ ଏହି ଦୁର୍ଘଟଣା ଘଟିଥିଲା। ଅନଲାଇନ୍ ରେ ପ୍ରସାରିତ ଭିଡ଼ିଓରେ କ୍ରସ୍ ପଡ଼ି ଯାଉଥିବାର ଦେଖାଯାଉଛି। ଯହାଁ ଚର୍ଚ୍ଚା ପରିସରରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଘଟଣା ଘଟିବା ସମୟରେ ଚିତ୍କାର କରି ଉଠିଥିଲେ ଲୋକ
ଏହି ଘଟଣା ପରେ ଗୁଆକିଲ ଆର୍ଚଡାୟୋସିସ୍ (Roman Catholic Archdiocese of Guayaquil) ଏକ ସରକାରୀ ବିବୃତ୍ତିରେ ପାଦ୍ରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ଏପରିକି ସେମାନେ ତାଙ୍କ ପରିବାର, ବନ୍ଧୁ ଏବଂ ରିଡେମ୍ପଟୋରିଷ୍ଟ ଧାର୍ମିକ ସମ୍ପ୍ରଦାୟ (Redemptorist Religious Community) ପ୍ରତି ସମବେଦନା ଜଣାଇଥିଲେ। ସାଞ୍ଚେଜ୍ ମୋଲିନାରି (Sánchez Molinari) ସେହି ଚର୍ଚ୍ଚର ପାରିସ୍ ପାଦ୍ରୀ (The Churchs Parish Priest) ଏବଂ ମୋଷ୍ଟ ହୋଲି ରିଡିମର ମଣ୍ଡଳୀ ସଦସ୍ୟ (Congregation of the Most Holy Redeemer Member) ରହିଥିଲେ। କ୍ରସ୍ ଭୁଶୁଡ଼ି ପଡ଼ିବାର କାରଣ ଅସ୍ପଷ୍ଟ ରହିଛି। ଏହି ଦୁର୍ଘଟଣାଟି ଗଠନାତ୍ମକ କ୍ଷତି କିମ୍ବା ତ୍ରୁଟିପୂର୍ଣ୍ଣ ଫିଟିଂ ଯୋଗୁଁ ହୋଇଥି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆର୍ଚ୍ଚଡାୟସିସ୍ ଏହା କହି ନାହାଁନ୍ତି ଯେ ପାଦ୍ରୀ ତୁରନ୍ତ କିମ୍ବା ଚିକିତ୍ସା ସମୟରେ ପ୍ରାଣ ହରାଇଥିଲେ ନା ନାହିଁ। ଏହି ଘଟଣା ଭକ୍ତ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଗଭୀର ଶୋକ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ, ଜଣେ ମହିଳା ଅନୁଗାମୀଙ୍କୁ ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି। ଯେଉଁଥିରେ ସେ କହୁଛନ୍ତି ଫାଦର..ଆମ୍ବୁଲାନ୍ସ ଡାକ!" ହେଲେ ତଥାପି ମେଡ଼ିକାଲ ସେବା ତାଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହୋଇଥିଲା।

🔴इक्वाडोर... पादरी की मौत हो गई जब एक बड़ा चर्च क्रॉस सीधे उनके सिर पर गिर गया। यह घटना ग्वायाकिल शहर में लगभग 30 मिनट तक चले एक मास के लाइव ब्रॉडकास्ट के दौरान हुई और ब्रॉडकास्ट देखने वालों ने इस घटना को लाइव देखा। पादरी को तुरंत अस्पताल ले जाया गया और चार घंटे बाद उनकी मौत की घोषणा की गई। https://t.co/lKlP3TILK2
— Sajid Tyagi (@ItyagiSajid) October 18, 2026
ଘଟଣା ଘଟିବା ସମୟରେ ଚିତ୍କାର କରି ଉଠିଥିଲେ ଲୋକ
ଏହି ଘଟଣା ପରେ ଗୁଆକିଲ ଆର୍ଚଡାୟୋସିସ୍ (Roman Catholic Archdiocese of Guayaquil) ଏକ ସରକାରୀ ବିବୃତ୍ତିରେ ପାଦ୍ରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ଏପରିକି ସେମାନେ ତାଙ୍କ ପରିବାର, ବନ୍ଧୁ ଏବଂ ରିଡେମ୍ପଟୋରିଷ୍ଟ ଧାର୍ମିକ ସମ୍ପ୍ରଦାୟ (Redemptorist Religious Community) ପ୍ରତି ସମବେଦନା ଜଣାଇଥିଲେ। ସାଞ୍ଚେଜ୍ ମୋଲିନାରି (Sánchez Molinari) ସେହି ଚର୍ଚ୍ଚର ପାରିସ୍ ପାଦ୍ରୀ (The Churchs Parish Priest) ଏବଂ ମୋଷ୍ଟ ହୋଲି ରିଡିମର ମଣ୍ଡଳୀ ସଦସ୍ୟ (Congregation of the Most Holy Redeemer Member) ରହିଥିଲେ। କ୍ରସ୍ ଭୁଶୁଡ଼ି ପଡ଼ିବାର କାରଣ ଅସ୍ପଷ୍ଟ ରହିଛି। ଏହି ଦୁର୍ଘଟଣାଟି ଗଠନାତ୍ମକ କ୍ଷତି କିମ୍ବା ତ୍ରୁଟିପୂର୍ଣ୍ଣ ଫିଟିଂ ଯୋଗୁଁ ହୋଇଥି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆର୍ଚ୍ଚଡାୟସିସ୍ ଏହା କହି ନାହାଁନ୍ତି ଯେ ପାଦ୍ରୀ ତୁରନ୍ତ କିମ୍ବା ଚିକିତ୍ସା ସମୟରେ ପ୍ରାଣ ହରାଇଥିଲେ ନା ନାହିଁ। ଏହି ଘଟଣା ଭକ୍ତ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଗଭୀର ଶୋକ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ, ଜଣେ ମହିଳା ଅନୁଗାମୀଙ୍କୁ ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି। ଯେଉଁଥିରେ ସେ କହୁଛନ୍ତି ଫାଦର..ଆମ୍ବୁଲାନ୍ସ ଡାକ!" ହେଲେ ତଥାପି ମେଡ଼ିକାଲ ସେବା ତାଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହୋଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories