Europe Heatwave 2026 / ଉପର ମୁହାଁ ପାରଦ; ଲୋକେ କହିଲେ...
·1 hour ago·2 min read

Key Points
ବ୍ରିଟେନ ଠାରୁ ଆୟାରଲ୍ୟାଣ୍ଡ ଏବଂ ଫ୍ରାନ୍ସ ପର୍ଯ୍ୟନ୍ତ, ମେ ମାସରେ ତାପମାତ୍ରା ରେକର୍ଡ ଭାଙ୍ଗି ଦେଇଛି। ଗୋଟିଏ ପଟେ ଗ୍ରୀଷ୍ମ ପ୍ରାବହ ଜାରି ରହିଥିବା ବେଳେ ଅନ୍ୟପଟେ ୟୁରୋପୀୟ ଗରମରେ ଛଟପଟ ହେଉଛନ୍ତି।
Record breaking temperatures Europe May: ବର୍ତ୍ତମାନ ୟୁରୋପ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କବଳରେ ରହିଛି। ବ୍ରିଟେନ, ଆୟରଲ୍ୟାଣ୍ଡ ଏବଂ ଫ୍ରାନ୍ସ ଆଦି ୟୁରୋପୀୟ ଦେଶରେ ମେ ମାସରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଲଣ୍ଡନବାସୀ, ଏବେ ସାଧାରଣ ଜନଜୀବନକୁ ବାଧିତ କରୁଥିବା ଗ୍ରୀଷ୍ମ ପ୍ରବାହକୁ "ନର୍କ" ବୋଲି ଅନୁଭବ କରୁଛନ୍ତି। ସ୍ପେନ୍ ରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ପହଞ୍ଚିଥିବାର କୁହାଯାଉଛି। ଅନ୍ୟପଟେ ଇଟାଲୀ ପ୍ରଚଣ୍ଡ ଖରାରେ ବାହାରେ କାମ କରିବା ଉପରେ କଟକଣା ଲଗାଇଛି। ଅନ୍ୟପଟେ ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ ମାନବ ସୃଷ୍ଟ ଜଳବାୟୁ ପରିବର୍ତ୍ତନ ବିଶ୍ୱକୁ ନୂତନ ଏବଂ ବିପଜ୍ଜନକ ପାଣିପାଗ ଧାରାକୁ ଠେଲି ଦେଉଛି।
କ'ଣ ରହିଛି ୟୁରୋପ ସ୍ଥିତି?
ଗତ ସୋମବାର (ମେ ୨୫) ବ୍ରିଟେନ, ଆୟରଲ୍ୟାଣ୍ଡ ଏବଂ ଫ୍ରାନ୍ସ ଆଦି ୟୁରୋପୀୟ ଦେଶରେ ତାପମାତ୍ରା ପୂର୍ବ ରେକର୍ଡ଼ ଭାଙ୍ଗିଛି। ପାଣିପାଗ ସଂସ୍ଥା ଚେତାବନୀ ଦେଇଛନ୍ତି ଯେ ୟୁରୋପରେ ଚଳିତ ସପ୍ତାହରେ ପ୍ରବଳ ଗରମ ଜାରି ରହିପାରେ। "ହିଟ୍ ଡୋମ୍" (Heat Dome) ଭାବରେ ଜଣାଶୁଣା ଆଫ୍ରିକା ମହାଦେଶର ଉତ୍ତର ଭାଗରୁ ଗରମ ପବନ ଏବେ ୟୁରୋପ ମୁହାଁ ହେବାରେ ଲାଗିଛି। ଯାହା ପଶ୍ଚିମ ୟୁରୋପରେ ଏକ ଉଚ୍ଚ-ଚାପ ପ୍ରଣାଳୀ ତଳେ ଫସି ରହିଛି। ଏହା ଦ୍ୱାରା ଗ୍ରୀଷ୍ମ ଋତୁରେ ସ୍ୱାଭାବିକ ଅପେକ୍ଷ ଅଧିକ ଗରମ ଅନୁଭୂତ ହେବାରେ ଲାଗିଛି।
ଏହା ସହ ପଢନ୍ତୁ: କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?
ଚଳିତ ସପ୍ତାହରେ ସ୍ପେନ୍ ରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ପହଞ୍ଚିବା ନେଇ ଆଶା କରାଯାଉଛି। ଯେତେବେଳେ ଇଟାଲୀରେ କିଛି ସ୍ଥାନରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି। ବ୍ରିଟିଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ମେ ମାସରେ ସବୁଠାରୁ ଗରମ ଦିନ ରେକର୍ଡ କରାଯାଇଛି। ଦକ୍ଷିଣ-ପଶ୍ଚିମ ଲଣ୍ଡନ ସ୍ଥିତ କ୍ୟୁ ଗାର୍ଡେନ ଅଞ୍ଚଳରେ ତାପମାତ୍ରାସ ୩୪.୮ ଡିଗ୍ରୀ ସେଲସିୟସ୍ ପହଞ୍ଚିଥିଲା। ଯାହା ପୂର୍ବ ରେକର୍ଡ ଠାରୁ ୨ ଡିଗ୍ରୀ ଅଧିକ ରହିଥିବାର କୁହାଯାଉଛି। ବର୍ତ୍ତମାନ ବ୍ରିଟେନରେ ଯେଉଁଣ ଗରମ ଅନୁଭୂତ ହେଉଛି ତାହା ଗରମ ଗ୍ରୀଷ୍ମ ଋତୁର ସବୁଠାରୁ ଗରମ ଦିନରେ ମଧ୍ୟ ଅସାଧାରଣ ଭାବରେ ବିବେଚିତ ହେବ।
ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ ମାନବ-ସୃଷ୍ଟ ଜଳବାୟୁ ପରିବର୍ତ୍ତନ ଗ୍ରୀଷ୍ମ ପ୍ରବାହ, ମରୁଡି ଏବଂ ବନ୍ୟା ଭଳି ଅତି ବିପଜ୍ଜନକ ପାଣିପାଗ ଜନିତ ଘଟଣାକୁ ଅଧିକ ବିପଜ୍ଜନକ କରୁଛି। ଏହି କାରଣରୁ ତାପମାତ୍ରା ଏହାର ପୂର୍ବ ରେକର୍ଡ଼ ଭାଙ୍ଗୁଛି। ଗତ ସପ୍ତାହରେ ଜଳବାୟୁ ଉପରେ ଗବେଷଣା କରୁଥିବା ଗବେଷକ ବ୍ରିଟେନ୍ ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ ଦେଶରେ ଜଳବାୟୁ ପୂର୍ବରୁ ଯାହା ରହିଥିଲା ତାହା ବର୍ତ୍ତମାନ ଆଉ ନାହିଁ। ଦିନକୁ ଦିନ ବଢୁଥିବା ତାତିକୁ ସହ୍ୟ କରିବା ପାଇଁ ସ୍କୁଲ ଏବଂ ହସ୍ପିଟାଲ ଭଳି କୋଠାକୁ ବଦଳାଇବା ପାଇଁ ସେମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Europe Heatwave 2026Record breaking temperatures Europe May:Heatwave and Record High Temperature in EuropeEurope heat dome climate crisisextreme summer heat in EuropeWestern Europe temperature double averageUK France record hottest May daysKew Gardens London temperature recordhealth risk heat dome Europe 2026global warming extreme weather Europe