Videos
|
International

European Airlines gets Hoax Threat / ଧମକ ମିଳିବା ପରେ ୟୁରୋପରେ ଖେଳିଗଲା ଆତଙ୍କ; ଜରୁରୀକାଳୀନ ଅବତରଣ କାରିବାରେ ଲାଗିଲା ବିଭିନ୍ନ ବିମାନ

Subhramjit Ray
Browse all articles by Subhramjit Ray
·3 hours ago·3 min read
ଧମକ ମିଳିବା ପରେ ୟୁରୋପରେ ଖେଳିଗଲା ଆତଙ୍କ; ଜରୁରୀକାଳୀନ ଅବତରଣ କାରିବାରେ ଲାଗିଲା ବିଭିନ୍ନ ବିମାନ
European Airlines gets Hoax Threat

Key Points

ଗୁରୁବାର ଦିନ ୟୁରୋପରେ ଅନେକ ଯାତ୍ରୀ ବିମାନରେ ବୋମା ଧମକ ଯୋଗୁଁ ଆତଙ୍କ ଖେଳିଯାଇଥିଲା। ଯାହା ଫଳରେ ଫିନଏୟାର, ରାୟାନଏୟାର ଏବଂ ଏୟାରଲିଙ୍ଗସ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ କିମ୍ବା ରୁଟ୍ ବଦଳାଇବାକୁ ପଡିଥିଲା।
ଗୁରୁବାର (ନଭେମ୍ବର ୫) ୟୁରୋପରେ ଅଚାନକ ଖେଳି ଯାଇଥିଲା ଆତଙ୍କ। ବିଭିନ୍ନ ଦେଶରେ ଅନେକ ଯାତ୍ରୀବାହୀ ବିମାନକୁ ବୋମା ଧମକ ମିଳିଥିଲା। ଏହି ଧମକ ଯୋଗୁଁ ଅନେକ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏପରିକି କିଛି ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ଧମକ ମିଳିବା ପରେ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ରହିଥିବା ସଂସ୍ଥା ସତର୍କ ହୋଇ ଉଠିଥିଲେ। ହେଲେ ତଥାପି ଏହି ଘଟଣାରେ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ କୌଣସି ବିମାନରେ କୌଣସି ସନ୍ଦେହଜନକ ବସ୍ତୁ ନଥିଲା ବୋଲି ଜଣାପଡିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି।

ଫିନଲ୍ୟାଣ୍ଡରୁ ଇଟାଲୀ ଯାଉଥିବା ବିମାନକୁ ମିଳିଲା ଧମକ
ଫିନିଶ ବିମାନ କମ୍ପାନୀ ଫିନଏୟାର (Finnair) ରିପୋର୍ଟ କରିଛି ଯେ ରାଜଧାନୀ ହେଲସିଙ୍କି ଠାରୁ, ଇଟାଲୀର ରାଜଧାନୀ ରୋମ ଅଭିମୁଖେ ଯାଉଥିବା ଫ୍ଲାଇଟ୍ ୧୭୬୧ କୁ ବୋମା ଧମକ ମିଳିଥିଲା। ହେଲେ ଧମକ ମିଳିବା ସତ୍ତ୍ୱେ ଏହି ବିମାନ ଇଟାଲୀର ରାଜଧାନୀ ରୋମ ଠାରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଏହା ପରେ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ହେଲେ କୌଣସି ସନ୍ଦେହ ଜନକ ବସ୍ତୁ ମିଳିନଥିଲା।

ବୁଲଗେରିଆ ଯାଉଥିବା ରାୟାନଏୟାର ଏୟାରଲାଇନ୍ସ ର ୩ ବିମାନ କଲା ଜରୁରୀକାଳୀନ
ବୁଲଗେରିଆ ରାଜଧାନୀ ସୋଫିଆ ଅଭିମୁଖେ ଯାଉଥିବା ରାୟାନଏୟାର (Ryanair) ଏୟାର ଲାଇନ୍ସ ର ତିନୋଟି ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା। ଡେନମାର୍କ ରାଜଧାାନୀ କୋପେନହେଗନ୍ ଠାରୁ ସୋଫିଆ ଯାଉଥିବା ଏକ ବିମାନ ଏବଂ ମାଦ୍ରିଦ୍ ଠାରୁ ଆସିଥିବା ଅନ୍ୟ ଏକ ବିମାନ ସୋଫିଆ ସ୍ଥିତ ଭାସିଲ୍ ଲେଭସ୍କି ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଲଣ୍ଡନ ସ୍ଥିତ ଷ୍ଟାନଷ୍ଟେଡ୍ ବିମାନବନ୍ଦରରୁ ସୋଫିଆ ଯାଉଥିବା ଅନ୍ୟ ଏକ ବିମାନକୁ ବୁଲଗେରିଆର ଦ୍ୱିତୀୟ ବୃହତ୍ତମ ସହର ପ୍ଲୋଭଡିଭ୍ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଏନେଇ ଅଧିକାରୀ କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ବିମାନକୁ ଯାଞ୍ଚ କରାଯାଉଛି।

ଆୟରଲ୍ୟାଣ୍ଡ ଠାରୁ ଇଟାଲୀ ଯାଉଥିବା ବିମାନ ଫ୍ରାନ୍ସ ସାମରିକ ଘାଟିରେ କରିଥିଲା ଅବତରଣ
ଅନ୍ୟ ଏକ ଘଟଣାରେ ଆୟରଲ୍ୟାଣ୍ଡ ଠାରୁ ଇଟାଲୀ (Ireland to Italy Flight) ଯାଉଥିବା ଏକ ଏୟାରଲିଙ୍ଗସ୍ ବିମାନକୁ (Aer Lingus Airlines) ବୋମା ଧମକ ମିଳିବା ପରେ ଫ୍ରାନ୍ସ ଅଭିମୁଖେ ସ୍ଥାନାନ୍ତର ହୋଇଥିଲା। ବିମାନଟି ପଶ୍ଚିମ ଫ୍ରାନ୍ସର ନର୍ମାଣ୍ଡି ଅଞ୍ଚଳର ଏଭ୍ରେକ୍ସ ସାମରିକ ବାୟୁସେନା ଘାଟିରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଫରାସୀ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଏହି ବିମାନରେ ୧୫୧ ଜଣ ଯାତ୍ରୀ ଏବଂ ୬ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରୁଛନ୍ତି। ଫ୍ଲାଇଟ୍ ଟ୍ରାକିଂ (Flight Tracking) ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ଆୟରଲ୍ୟାଣ୍ଡ ରାଜଧାନୀ ଡବଲିନ୍ ଠାରୁ ଇଟାଲୀର ରାଜଧାନୀ ରୋମ୍ ଯାଉଥିବା ବିମାନ ହଠାତ୍ ଫ୍ରାନ୍ସ ରାଜଧାନୀ ପ୍ୟାରିସ ନିକଟରେ ପହଞ୍ଚିବା ସମୟରେ ଏହାର ଗତିପଥ ପରିବର୍ତ୍ତନ କରିଥିଲା। ପରେ ଏହା ଏଭ୍ରେକ୍ସ ଅଭିମୁଖେ ଯାତ୍ରା କରିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମଗ୍ର ୟୁରୋପରେ ବୃଦ୍ଧି ପାଉଛି ମିଥ୍ୟା ବୋମା ଧମକ ମାମଲା
ଏହା କୌଣସି ଘଟଣା ନୁହେଁ। ଚଳିତ ସପ୍ତାହରେ ୟୁରୋପର ଅନେକ ଏୟାରଲାଇନ୍ସ ସମାନ ଧରଣର ମିଥ୍ୟା ବୋମା ଧମକ ପାଇଛନ୍ତି। ଏହି ଧମକ ଯୋଗୁଁ ଅନେକ ବିମାନର ଯାଞ୍ଚ କରାଯାଇଛି। କିଛି ବିମାନର ଦିଗ ପରିବର୍ତ୍ତନ କରିବାକୁ ପଡ଼ିଛି। ଅନ୍ୟ ଏକ ମାମଲାରେ ଏକ ଯାତ୍ରୀବାହୀ ବିମାନକୁ ଏସ୍କର୍ଟ ପାଇଁ ଇଟାଲୀୟ ବାୟୁସେନାର ଯୁଦ୍ଧ ବିମାନ ମଧ୍ୟ ନିୟୋଜିତ ହୋଇଥିଲା।

ଏହି ଘଟଣାକ ଦ୍ୱାରା ପ୍ରଭାବିତ ବିମାନ କମ୍ପାନୀକ ମଧ୍ୟରେ ପୋଲାଣ୍ଡର LOT, ସ୍କାଣ୍ଡିନେଭିୟାନ୍ ଏୟାରଲାଇନ୍ସ (SAS), ୱିଜ୍ ଏୟାର ଏବଂରାୟାନ୍ଏୟାର ଅନ୍ତର୍ଭୂକ୍ତ ରହିଛି। ଗୋଟିଏ ଦିନ ପୂର୍ବରୁ ବୁଲଗେରିଆ ଯାଉଥିବା ଏକ ବିମାନକୁ ଉଡ଼ାଣ ସମୟରେ ବୋମା ଧମକ ମିଳିବା ପରେ ହଙ୍ଗେରୀ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ।