Videos
|
International

Pakistan Army HQ Firing / ପାକିସ୍ତାନ ସେନା ମୁଖ୍ୟାଳୟ ନିକଟରେ ଅନ୍ଧାଧୁନିଆ ଗୁଳିମାଡ଼; ରାୱଲପିଣ୍ଡିରୁ ଇସଲାମାବାଦ ପର୍ଯ୍ୟନ୍ତ ଖେଳିଗଲା ଆତଙ୍କ

Subhramjit Ray
Browse all articles by Subhramjit Ray
·9 mins ago·2 min read
ପାକିସ୍ତାନ ସେନା ମୁଖ୍ୟାଳୟ ନିକଟରେ ଅନ୍ଧାଧୁନିଆ ଗୁଳିମାଡ଼; ରାୱଲପିଣ୍ଡିରୁ ଇସଲାମାବାଦ ପର୍ଯ୍ୟନ୍ତ ଖେଳିଗଲା ଆତଙ୍କ
Pakistan Army HQ Firing

Key Points

ଗୁଳିକାଣ୍ଡ ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଜଣେ ପୋଲିସ ମୁଖପାତ୍ର କହିଛନ୍ତି ଯେ ଆକ୍ରମଣକାରୀଙ୍କ ନାମ ମହମ୍ମଦ ହୁସେନ। ପାକିସ୍ତାନୀ ସୈନିକଙ୍କ ଉପରକୁ ଗୁଳିମାଡ଼ କରିବା, ପାଲଟା ଜବାବରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିଲା।
Pakistan Army GHQ Under Attack: ସେନା ମୁଖ୍ୟାଳୟ ନିକଟରେ ହୋଇଥିବା ଅନ୍ଧାଧୁନିଆ ଗୁଳିମାଡ଼ରେ କମ୍ପିଉଠିଛି ପାକିସ୍ତାନ। ଆଖିବୁଜା ଗୁଳି ବର୍ଷଣ ଯୋଗୁଁ ସେନା ମୁଖ୍ୟାଳୟ ରାୱଲପିଣ୍ଡି ଠାରୁ ରାଜଧାନୀ ଇସଲାମାବାଦ ପର୍ଯ୍ୟନ୍ତ ଆତଙ୍କ ଖେଳିଯାଇଛି। ମଙ୍ଗଳବାର (ଅଗଷ୍ଟ ୧୧) ରାୱଲପିଣ୍ଡି ଠାରେ ଜଣେ ଅଜଣା ବନ୍ଧୁକଧାରୀ ହଠାତ୍ ପାକିସ୍ତାନୀ ସେନା ପାଟ୍ରୋଲିଂ ଦଳ ଉପରେ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ଜଣେ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି। ରାୱଲପିଣ୍ଡି ପୋଲିସ ଏହି ଘଟଣା ଘଟିଥିବା ନେଇ ସ୍ପଷ୍ଟ କରିଛି। ପାକିସ୍ତାନ ସେନା ମୁଖ୍ୟାଳୟ ରାୱଲପିଣ୍ଡି ଠାରେ ଅବସ୍ଥିତ। ଯେଉଁଠାରେ ଏହି ଗୁଳିମାଡ଼ ସେଠାରୁ ଚକଲାଲା ସ୍ଥିତ ସେନା ମୁଖ୍ୟାଳୟରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ। ପାକିସ୍ତାନର ରାଜଧାନୀ ଇସଲାମାବାଦ ମଧ୍ୟ ଘଟଣାସ୍ଥଳରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ଆକ୍ରମଣ ଘଟଣା ପାକିସ୍ତାନ ସେନାକୁ ଆତଙ୍କିତ କରିଦେଇଛି।

ଗୁଳିମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଆତଙ୍କ
ରାୱଲପିଣ୍ଡି ପୋଲିସ ମୁଖପାତ୍ରଙ୍କ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତି ଅନୁଯାୟୀ,ଏହି ଘଟଣା ଦିନ ପ୍ରାୟ ୧୧:୧୫ ସମୟରେ ହୋଇଥିଲା। ଆକ୍ରମଣକାରୀ ମଲ୍ ରୋଡ୍ ଠାରେ ପାକିସ୍ତାନୀ ପାଟ୍ରୋଲିଂ ଦଳ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ଶୁଣାଯିବା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପୋଲିସ ମୁଖପାତ୍ର କହିଛନ୍ତି ଯେ ଆକ୍ରମଣକାରୀଙ୍କ ପରିଚୟ ମିଳିସାରଛି। ସେ ହେଉଛନ୍ତି ମହମ୍ମଦ ହୁସେନ। ପାକିସ୍ତାନୀ ସୈନିକଙ୍କ ଉପରକୁ ଗୁଳିମାଡ଼ କରିବା ପରେ, ଆକ୍ରମଣକାରୀ ପାଲଟା କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଥିଲେ।

ଏହା ସହ ପଢନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ସ୍ୱାତ; ୭ ମୃତ, ୧୮ ଆହତ

ରାଜନୈତିକ ଦଳ ସହିତ ରହିଛି ସମ୍ପର୍କ; ମୋବାଇଲ ଫୋନ୍ରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ରାୱଲପିଣ୍ଡି ପୋଲିସ ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ମହମ୍ମଦ ହୁସେନ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ଜଡ଼ିତ ରହିଥିଲା। ଘଟଣାସ୍ଥଳରୁ ଆକ୍ରମଣକାରୀଙ୍କ ମୃତଦେହ ଉଦ୍ଧାର କରାଯିବା ପରେ, ସେଠାରେ ହୋଇଥିବା ଅନୁସନ୍ଧାନ ସମୟରେ ଘଟଣାସ୍ଥଳରୁ ତାଙ୍କର ମୋବାଇଲ୍ ଫୋନ୍ ସମେତ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।

ଜଣେ ପୋଲିସ ମୁଖପାତ୍ର କହିଛନ୍ତି ଯେ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀର ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଆକ୍ରମଣକାରୀ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରରେ ସାମିଲ ରହିଥିଲେ। ଯାହାର ଦୃଢ଼ ପ୍ରମାଣ ମଧ୍ୟ ମିଳିସାରିଛି। ଏହି ଷଡ଼ଯନ୍ତ୍ର ପଛରେ ରହିଥିବା ସମ୍ପୂର୍ଣ୍ଣ ନେଟୱାର୍କ୍କୁ ଉନ୍ମୋଚନ କରିବା ପାଇଁ ଆଇନ ପ୍ରବର୍ତ୍ତନ ସଂସ୍ଥା (Law Enforcement Agency) ଏବେ ମୃତକଙ୍କ ଫୋନ୍ କଲ୍ ବିବରଣୀ ଏବଂ ଡିଜିଟାଲ୍ ପ୍ରମାଣ ଯାଞ୍ଚ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: