Videos
|
International

Swat Valley Attack Today / ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ସ୍ୱାତ; ୭ ମୃତ, ୧୮ ଆହତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ସ୍ୱାତ; ୭ ମୃତ, ୧୮ ଆହତ
Swat Valley Attack Today

Key Points

ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସୈଦୁ ଟିଚିଂ ହସ୍ପିଟାଲ ନିଆଯାଇଥିଲା। ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଘେରାବନ୍ଦୀ କରି ତତ୍କାଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। 
Swat Valley Attack KPK Pakistan: ରବିବାର (ଅଗଷ୍ଟ ୨) ପାକିସ୍ତାନର ସ୍ୱାତ ଉପତ୍ୟାକାରେ ହୋଇଛି ଏକ ଆତ୍ମଘାତୀ ଆକ୍ରମଣ। ଏନେଇ ପୋଲିସ କହିଛି ଯେ ରବିବାର ସ୍ୱାତ ଠାରେ କାବଲ ଥାନାର ଫାଟକ ବାହାରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଅତି କମରେ ୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ, ୧୮ ଜଣ ଆହତ ହୋଇଛନ୍ତି। ସ୍ୱାତ ଜିଲ୍ଲା ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୋଲିସ ଅଧିକାରୀ, ପୋଲିସ ଷ୍ଟେସନ ପ୍ରବେଶ ପଥରେ ଆତ୍ମଘାତୀ ଆକ୍ରମଣକାରୀର ତଲାସି ନେବାକୁ ଚେଷ୍ଟା କରିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା।

ପାକିସ୍ତାନୀ ଗଣମାଧ୍ୟମ "ଦି ଡନ୍" ଖବର ଅନୁଯାୟୀ, ପୋଲିସ କହିଛି ଯେ ପ୍ରାରମ୍ଭିକ ଭାବରେ ଏହି ଆତ୍ମଘାତୀ ଆକ୍ରମଣରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଆମର ପୋଲିସ ହାଇ ଆଲର୍ଟ୍ ରେ ରହିଛି। ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଆତ୍ମଘାତୀ ବିସ୍ଫରୋଣ ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି ଏବଂ ଅଧିକ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ ଚାଲିଛି।"

ଏହା ସହ ପଢନ୍ତୁ: ପାକିସ୍ତାନରେ ତାଣ୍ଡବ; ସିକ୍ୟୁରିଟି ପୋଷ୍ଟ ଆକ୍ରମଣରେ ୭ ପୋଲିସ ମୃତ

ଯେତେବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ସେତେବେଳେ ସ୍ୱାତ ଉପତ୍ୟାକାରେ ବଢୁଥିବା ଆତଙ୍କବାଦୀ ହିଂସା ବିରୋଧରେ କବାଲ ଚୌକ ଠାରେ ଏକ ପ୍ରତିବାଦ ଆୟୋଜିତ ହୋଇଥିଲା। ଏହି ବିସ୍ଫୋରଣ କାରଣରୁ ବହୁ ଲୋକ ପ୍ରାଣ ହରାଇଥିଲେ। ଯାହା ପରେ ପୋଲିସ, ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ଜରୁରୀକାଳୀନ ପ୍ରତିକ୍ରିୟା ଆରମ୍ଭ କରିଥିଲେ।

ସ୍ୱାତ ଅମନ ଜିରଗା (ସ୍ଥାନୀୟ ଆଦିବାସୀ ପରିଷଦ) ସ୍ୱାତ ଘାଟିରେ ଏକ ଶାନ୍ତି ରାଲି ଆୟୋଜନ କରିଥିଲା। ଏହି ରାଲିରେ ଅଂଶଗ୍ରହଣ କରିଥିବା ଲୋକ ସ୍ଲୋଗାନ ଦେଇଥିଲେ ଏବଂ ପ୍ଲାକାର୍ଡ ଧରିଥିଲେ ଯେଉଁଥିରେ ସେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଦାବି ହୋଇଥିଲା। ଏହି ଅଞ୍ଚଳରେ ବିଗତ କିଛି ମାସ ଧରି ସୁରକ୍ଷା ଜନିତ ସ୍ଥିତି ଖରାପ ରହିଛି।

ଏହା ସହ ପଢନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ

 ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସୈଦୁ ସରିଫ ଟିଚିଂ ହସ୍ପିଟାଲ ନିଆଯାଇଥିଲା। ସେହିପରି ସୁରକ୍ଷା କର୍ମୀ ଘଟଣାସ୍ଥଳରେ ଘେରାବନ୍ଦୀ କରି ସେଠାରେ ସର୍ଚ୍ଚ ଅପରେସନ୍ କରିଥିଲେ। ଅଧିକାରୀ ଆକ୍ରମଣ ସହ ପରିସ୍ଥିତି ସମ୍ପର୍କରେ ତଦନ୍ତ କରୁଛନ୍ତି। ଏହା ସହିତ ସେନା ଯବାନଙ୍କୁ ମଧ୍ୟ ଘଟଣାସ୍ଥଳରେ ନଜର ଆସିଥିଲେ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: