Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pizza for Python / ପିଜ୍ଜା ପାଇଁ ଆସିଲା ଭୟଙ୍କର ଅଫର୍; ଶୁଣିଲେ ତାଜୁବ ହୋଇଯିବେ ଆପଣ

Subhramjit Ray
Browse all articles by Subhramjit Ray
·3 hours ago·2 min read
ପିଜ୍ଜା ପାଇଁ ଆସିଲା ଭୟଙ୍କର ଅଫର୍; ଶୁଣିଲେ ତାଜୁବ ହୋଇଯିବେ ଆପଣ
Pizza for Python

Key Points

ଫ୍ଲୋରିଡ଼ା ସ୍ଥିତ ଏକ ରେସ୍ତୁରାଁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ମାଗଣା ପିଜ୍ଜା ଅଫର ଯୋଗୁଁ ଚର୍ଚ୍ଚାକୁ ଆସିଛି। ଏହି ରେସ୍ତୁରାଁ ମାଗଣା ପିଜା ବଦଳରେ ଗ୍ରାହକଙ୍କ ଠାରୁ ଏକ ଭୟଙ୍କର ଜିନିଷ ଗ୍ରହଣ କରୁଛି।
Pizza offered for catching Burmese Pythons: ଆପଣ ହୁଏତ ଅନେକ ପ୍ରକାରର ପିଜା ଅଫର ବିଷୟରେ ଶୁଣିଥିବେ। ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଦିଆଯାଇଥିବା ପିଜ୍ଜା ଅଫର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମେରିକାର ଏକ ରେସ୍ତୁରାଁ ଏକ ଭୟାନକ ମାଗଣା ପିଜ୍ଜା ଅଫର ଦେଇଛି। ବାସ୍ ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ସର୍ତ୍ତ ପୂରଣ କରିବାକୁ ହେବ। ଆଉ ତାହା ହେଉଛି ସୁଦୂର ବର୍ମାରୁ (ଆଜିର ମିଆଁମାର) ଆସିଥିବା ଅଜଗରଙ୍କୁ (Burmese Pythons) ଧରିବା। ବର୍ତ୍ତମାନ ଫ୍ଲୋରିଡା ରାଜ୍ୟରେ ଏକ ପାଇଥନ୍ ଚ୍ୟାଲେଞ୍ଜ (2026 Florida Python Challenge) ଚାଲିଛି। ସ୍ଥାନୀୟ ଏଭରଗ୍ଲେଡ୍ସ ସିଟି ସ୍ଥିତ ଏକ ରେସ୍ତୁରାଁ (Everglades City Restaurant Florida) ପାଇଥନ୍ ବଦଳରେ ମାଗଣା ପିଜ୍ଜା ପ୍ରଦାନ କରୁଛି। ଏହି ଅନନ୍ୟ ପଦକ୍ଷେପକୁ ପରିବେଶ ରକ୍ଷା କରିବାର ପ୍ରୟାସର ଏକ ଅଂଶ ଭାବରେ ବର୍ଣ୍ଣନା କରାଯାଉଛି।

ସଦ୍ୟ ଫ୍ଲୋରିଡା ରାଜ୍ୟର ଏଭରଗ୍ଲେଡ୍ସ ସହରରେ ଏକ ଭିନ୍ନ ପରିବେଶ ଦେଖାଯାଉଛି। ପିଜ୍ଜା ପାଇଁ ଟଙ୍କା ନେବା ପରିବର୍ତ୍ତେ ପାଇଥନ୍ ଗ୍ରହଣ କରାଯାଉଛି। ଏଭରଗ୍ଲେଡ୍ସ ସିଟି ସ୍ଥିତ ୱାଇଲ୍ଡମ୍ୟାନ୍ସ ପିଜା, ପାସ୍ତା ଏବଂ ପାଇଥନ୍ ରେସ୍ତୁରାଁ (Woodman's Pizza, Pasta & Python Restaurants) ମାଲିକ ଡଷ୍ଟିନ୍ କ୍ରମ୍ (Florida Restaurant Owner Dustin Crum) ୨୦୨୬ ଫ୍ଲୋରିଡା ପାଇଥନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ଏପରି ଅନନ୍ୟ ଧାରଣା ଆଣିଥିଲେ। ଗତ ୧୦ ତାରିଖରୁ ଆସନ୍ତା ୧୯ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ୧୦ ଦିନିଆ ପରିବେଶଗତ କାର୍ଯ୍ୟକ୍ରମ, ବିପଜ୍ଜନକ ସାପ ସଂଖ୍ୟା ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ସମୟରେ, ବୃତ୍ତିଗତ ଶିକାରୀ ଏଭରଗ୍ଲେଡ୍ସ ସିଟି ପରିସଂସ୍ଥାକୁ (Everglades City Ecosystem) ସୁରକ୍ଷା ଦେବା ପାଇଁ ଏହି ବିଦେଶୀ ସରୀସୃପକୁ ଧରିଥାନ୍ତି। ଏଥିପାଇଁ ଲୋକେ ନଗଦ ପୁରସ୍କାର ପାଇଁ ମଧ୍ୟ ପ୍ରତିଯୋଗିତା କରିଥାନ୍ତି।

ଏହା ସହ ପଢନ୍ତୁ: ଘରେ ପାଳିଥିଲା ଅଜଗର; ବିଦ୍ୟୁତ୍ ବିଲ୍ ପାଇଁ ହୋଇଗଲା କାରନାମା ଉଜାଗର

ଅଜଗରର ପ୍ରତ୍ୟେକ ଅଂଶର ହେବ ବ୍ୟବହାର
ସୁଦୂର ବର୍ମାରୁ ଆସିଥିବା ଅଜଗର ଏବେ ଫ୍ଲୋରିଡା ରାଜ୍ୟର ପରିସଂସ୍ଥା ପାଇଁ ବିପଦ ପାଲଟିଛନ୍ତି। ଯିଏ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଯାହାର ଫଳସ୍ୱରୂପ ବର୍ତ୍ତମାନ ଏଠାରେ ଅଜଗରଙ୍କୁ ଧରିବା ଅଭିଯାନ ଚାଲିଛି। ରେସ୍ତୁରାଁ ମାଲିକ ଡଷ୍ଟିନ୍ ଙ୍କ କହିବା କଥା ଯେ ଏହି ଛୋଟ ଛୋଟ ପଦକ୍ଷେପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରିବ। ସେ କେବଳ ଅଜଗରଙ୍କ ବଦଳରେ ଲୋକଙ୍କୁ ପିଜା ଖୁଆଉ ନାହାଁନ୍ତି, ବରଂ ଅଜଗରର ପ୍ରତ୍ୟେକ ଅଂଶକୁ ପୁନଃ ବ୍ୟବହାର ମଧ୍ୟ କରୁଛନ୍ତି। ସେ କହିଛନ୍ତି ଯେ ସେ ଅଜଗରର ଚମଡ଼ାରୁ କ୍ରିମ୍ ଏବଂ ସାବୁନ ତିଆରି କରୁଛନ୍ତି ଏବଂ ଏହାର ହାଡ଼ ଅଳଙ୍କାର ତିଆରି କରିବା ପାଇଁ ବ୍ୟବହାର କରାଯାଉଛି। ଗତ ୨୦୦୦ ମସିହାରୁ ୨୦୨୫ ଅପ୍ରେଲ ପର୍ଯ୍ୟନ୍ତ ଫ୍ଲୋରିଡା ରାଜ୍ୟର ପ୍ରାକୃତିକ ବାସସ୍ଥାନରୁ ୨୩ ହଜାରରୁ ଅଧିକ ଅଜଗରଙ୍କୁ ଅପସାରିତ କରାଯାଇଛି। ଗତ ୨୦୧୭ ରେ ଦେୟଯୁକ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଧରାପଡ଼ିଥିବା ଏବଂ ଅପସାରିତ ହୋଇଥିବା ଅଜଗରଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored