China Flat Python Rescue Case / ଘରେ ପାଳିଥିଲା ଅଜଗର; ବିଦ୍ୟୁତ୍ ବିଲ୍ ପାଇଁ ହୋଇଗଲା କାରନାମା ଉଜାଗର
·2 months ago·3 min read

Key Points
ଚୀନ୍ ରେ ଜଣେ ବ୍ୟକ୍ତିଙ୍କୁ ସେ ଭଡା ନେଇଥିବା ଫ୍ଲାଟ୍ ବିଦ୍ୟୁତ୍ ବିଲ୍ ପାଇଁ ଜେଲ୍ ପଠାଯାଇଥିଲା। ସେହି ବ୍ୟକ୍ତି ତାଙ୍କ ଫ୍ଲାଟ୍କୁ ଏକ ସର୍ପ ପ୍ରଜନନ କେନ୍ଦ୍ରରେ ପରିଣତ କରି ଦେଇଥିଲେ।
China illegal python breed centre expose: କୌଣସି ଗୃହ ପାଳିତ ଜୀବ ନୁହେଁ ବରଂ ୩ ଶହରୁ ଅଧିକ ଅଜଗରଙ୍କ ପାଳିବା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଚୀନୀ ବ୍ୟକ୍ତି। ଯିଏ ସେ ରହୁଥିବା ଏକ ଫ୍ଲାଟ୍ ମଧ୍ୟରେ ବିଶାଳକାୟ ଅଜଗରଙ୍କୁ ପାଳିବା ସହ, ବନ୍ୟ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ଅବୈଧ ପ୍ରଜନନ କେନ୍ଦ୍ର ଖୋଲି ପୋଲିସ ହାତରେ ଧରା ପଡ଼ିଛନ୍ତି। ସେହି ଫ୍ଲାଟ୍ ମଧ୍ୟରୁ ପୋଲିସ ୩ ଶହରୁ ଅଧିକ ଅଜଗରଙ୍କୁ ଉଦ୍ଧାର କରିଛି। ଏହି କାରାନାମାର ପର୍ଦ୍ଦାଫାଶ ସେହି ଫ୍ଲାଟ ପାଇଁ ଆସୁଥିବା ବିଦ୍ୟୁତ୍ ବିଲ୍ ପାଇଁ ହୋଇଥିଲା। ଏହି ବିଦ୍ୟୁତ ଏତେ ଅଧିକ ଥିଲା ପୋଲିସ ସେହି ଫ୍ଲାଟ ଉପରେ ଚଢାଉ କରି ସେଠାରୁ ଅବୈଧ ଉପାୟରେ ରଖା ଯାଇଥିବା ଅଜଗର ସାପଙ୍କୁ ଉଦ୍ଧାର କରିଥିଲା।
ସେଠାରେ ରହୁଥିବା ବ୍ୟକ୍ତିଙ୍କୁ ବେଆଇନ ଭାବରେ ବିରଳ ବନ୍ୟ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଅବୈଧ ପ୍ରଜନନ କେନ୍ଦ୍ର ଖୋଲିବା ଅଭିଯୋଗ ଜେଲ୍ ଦଣ୍ଡାଦେଶ ହୋଇଛି। ତାଙ୍କ ଫ୍ଲାଟ ପାଇଁ କ୍ରମାଗତ ଭାବରେ ଆସୁଥିବା ବିଦ୍ୟୁତ୍ ବିଲ୍ ତାଙ୍କ କାରନାମାର ପର୍ଦ୍ଦାଫାସ କରିଥିଲା। ଅଭିଯୁକ୍ତ ସାପଙ୍କୁ ଜୀବିତ ଏବଂ ଆରାମଦାୟକ ରଖିବା ପାଇଁ ଦିନରାତି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ହିଟର୍ ଚଲାଉଥିଲା। ଯାହା ଫଳରେ ତାଙ୍କ ଫ୍ଲାଟ ପାଇଁ ବିଦ୍ୟୁତ୍ ବିଲ୍ ଆକାଶଛୁଆଁ ହେବାରେ ଲାଗିଥିଲା
ଭଡାରେ ମିଳିଥିବା ଫ୍ଲାଟ ପାଲଟିଥିଲା ଅଜଗର ପ୍ରଜନନ କେନ୍ଦ୍ର
ଏହି ଘଟଣା ଚୀନ୍ର ଝେଜିଆଙ୍ଗ ପ୍ରଦେଶର ତାଇଝୋଉ ସହରରେ ଘଟିଛି। ଯେଉଁଠି ସେହି ବ୍ୟକ୍ତି ସେଠାରେ ରହିବା ପାଇଁ ଏକ ଫ୍ଲାଟ ଭଡ଼ା ନେବା ସହ ଦୀର୍ଘ ସମୟ ଧରି ରହୁଥିଲେ। ପରେ ସେ ଏହାକୁ ଏକ ଅଜଗର ପ୍ରଜନନ କେନ୍ଦ୍ରରେ ପରିଣତ କରିଦେଲେ। ଯେତେବେଳେ ପୋଲିସ ସେହି ଫ୍ଲାଟ୍ ଲାଗି ଏତେ ଅଧିକ ବିଦ୍ୟୁତ୍ ବିଲ୍ କାହିଁକି ଆସୁଛି ତାହା ଯାଞ୍ଚ କରିବାକୁ ପହଞ୍ଚିଲା, ସେତେବେଳେ ଫ୍ଳାଟ ଭିତରୁ ୩ ଶହରୁ ଅଧିକ ବିପଦପୂର୍ଣ୍ଣ ଅଜଗର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା।
ଏହା ସହ ପଢନ୍ତୁ: ୩୪ ତମ ମହଲାରେ କିଣିଲେ ଘର; ହେଲେ ବିଲ୍ଡିଂ ବାହାରିଲା...
ପାହାଡ଼ ତଳେ ମିଳିଥିବା ଏକ ବିଶାଳ ଅଜଗର ପାଇଁ ଥାନାରେ ପହଞ୍ଚିଲା ମାମଲା
ଏହି ଘଟଣାର ପର୍ଦ୍ଦାଫାସ ଜଣେ ବୃଦ୍ଧ ବ୍ୟକ୍ତି ପାହାଡ଼ ତଳେ ଏକ ବଡ଼ ସାପ ଦେଖିବା ପରେ କରିଥିଲେ। ଜଣେ ବୟସ୍କ ବ୍ୟକ୍ତିଙ୍କ ହାତ ଆକାରର ସାପ ସେହି ଅଞ୍ଚଳରେ ଦେଖା ଯାଉଥିବା ସାଧାରଣ ସାପ ଠାରୁ ରଙ୍ଗରେ ଆଶ୍ଚର୍ଯ୍ୟଜନକ ଭାବରେ ଭିନ୍ନ ଥିଲା। ବୃଦ୍ଧ ବ୍ୟକ୍ତି ସନ୍ଦେହ କଲେ ଏବଂ ସ୍ଥାନୀୟ ପୋଲିସକୁ ଖବର ଦେଲେ। ପୋଲିସ ତଦନ୍ତରୁ ଜଣାପଡିଲା ଯେ ପାହାଡ଼ ତଳେ ମିଳିଥିବା ବିଶାଳ ସାପ ସ୍ଥାନୀୟ ସାପ ନୁହେଁ। ପୋଲିସ ସନ୍ଦେହ କରୁଥିଲା ଯେ ଏହି ସାପ କୌଣସି ସ୍ଥାନରୁ ପଳାଇ ଆସିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଜଗରକୁ ବଞ୍ଚିବା ଏବଂ ପ୍ରଜନନ କରିବା ପାଇଁ ଅତ୍ୟଧିକ ଗରମ ଏବଂ ଆର୍ଦ୍ରତା ଆବଶ୍ୟକ ହୋଇଥାଏ। ଏକ ବନ୍ଦ ଫ୍ଲାଟ ମଧ୍ୟରେ ଏପରି ପରିବେଶ ସୃଷ୍ଟି କରିବା ପାଇଁ, ଦିନକୁ ୨୪ ଘଣ୍ଟା ବଡ଼ ବଡ଼ ହିଟର ଚଲାଇବାକୁ ପଡ଼ିଥାଏ। ଯାହା ବିଦ୍ୟୁତ୍ ବ୍ୟବହାରକୁ ଯଥେଷ୍ଟ ବୃଦ୍ଧି କରେ। ଅଭିଯୁକ୍ତ ଫ୍ଲାଟ ମଧ୍ୟରେ ଅଜଗରଙ୍କ ପ୍ରଜନନ କରାଉଥିଲେ। ଯେଉଁଥିପାଇଁ ମୋଟା ବିଦ୍ୟୁତ ବିଲ୍ ଆସୁଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ସନ୍ଦେହ କରୁଥିଲା ଯେ ସେଠାରେ ଚାଲି ଥାଇପାରେ ସାପ ପ୍ରଜନନ କେନ୍ଦ୍ର
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ପରେ, ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ପୋଲିସ ସନ୍ଦେହ କରିଥିଲା ଯେ ଏକ ଘରେ ସାପଙ୍କ ପ୍ରଜନନ ହେଉଥିଲା, ଯେଉଁଥିପାଇଁ ୨୪ ଘଣ୍ଟା ଗରମ ରଖିବା ପାଇଁ ବ୍ୟବହୃତ ହେଉଥିବା ହିଟର ଯୋଗୁଁ ଅତ୍ୟଧିକ ବିଦ୍ୟୁତ୍ ଖର୍ଚ୍ଚ କରିବାକୁ ପଡ଼ୁଥିଲା। ପୋଲିସ ଏପରି ଏକ ଫ୍ଲାଟ୍ ଖୋଜିବା ଆରମ୍ଭ କରିଥିଲା। ପୋଲିସ ଯଥାଶୀଘ୍ର ସେହି ଫ୍ଲାଟ୍ ଖୋଜି ପାଇଥିଲା ଯେଉଁଠାରେ ସାପ ରଖାଯାଉଥିଲା ଏବଂ ଯାହାର ବିଦ୍ୟୁତ୍ ବିଲ୍ ଅନେକ ଗୁଣ ଅଧିକ ରହିଥିଲା।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍
ଫ୍ଲାଟ୍ ଭିତରୁ ମିଳିଲେ ୩ ଶହରୁ ଅଧିକ ବିଶାଳ ଅଜଗର
ଚଢ଼ାଉ ସମୟରେ ଅଭିଯୁକ୍ତଙ୍କୁ ଫ୍ଲାଟ ମଧ୍ୟରୁ ଏକୁଟିଆ ପାଇଥିଲା। ଏପରିକି ସେହି ଫ୍ଲାଟ ମଧ୍ୟରେ ବିଭିନ୍ନ କୋଣରୁ ୩ ଶହରୁ ଅଧିକ ଅଜଗର ସାପଙ୍କୁ ଉଦ୍ଧାର କରିଥିଲା। ଚୀନ୍ ରେ ଅଜଗର ସାପଙ୍କ ଅବୈଧ ପ୍ରଜନନ ବିରୋଧରେ କଠୋର ଆଇନ ଅଛି। ଯାହାକୁ ସଂରକ୍ଷିତ ପ୍ରଜାତି ଭାବରେ ବର୍ଗୀକୃତ କରାଯାଇଛି। ଚୀନ୍ ଆଇନ ଅନୁଯାୟୀ, ସରକାରୀ ଅନୁମତି ବିନା ଏପରି ସଂରକ୍ଷିତ ପ୍ରଜାତିକୁ କିଣିବା, ବିକ୍ରୟ କରିବା, ପାଳନ କରିବା କିମ୍ବା ପରିବହନ କରିବା ସମ୍ପୂର୍ଣ୍ଣ ବେଆଇନ। ଯେଉଁଥିପାଇଁ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ।
ସ୍ଥାନୀୟ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ CCTV ପକ୍ଷରୁ ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଦୀର୍ଘ ଦିନ ଧରି ଏକ ଫ୍ଲାଟ ଭଡ଼ାରେ ନେଇ ରହୁଥିଲା। ଯିଏ ଏହାକୁ ଏକ ସାପ ପ୍ରଜନନ କେନ୍ଦ୍ରରେ ପରିଣତ କରି ଦେଇଥିଲେ। ଗିରଫ ହେବା ପରେ ଜୁନ୍ ଶେଷ ଆଡ଼କୁ ପ୍ରାୟ ୨ ବର୍ଷ ଧରି କୋର୍ଟ୍ ଏହି ମାମଲାରେ ଶୁଣାଣି କରିଥିଲା। ଅଭିଯୁକ୍ତକୁ ବିରଳ ଏବଂ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କୁ ଗୁରୁତର କ୍ଷତି ପହଞ୍ଚାଇବା ପାଇଁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Related Topics
Explore more stories