Videos
|
International

Flydubai Crash Attempt / ଓମାନରେ ଥିଲା ବ୍ୟାନ୍; ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରୀ ମାରିଥିବା କୋ-ପାଇଲଟର ସତ ଜଣାପଡ଼ିଲା...

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଓମାନରେ ଥିଲା ବ୍ୟାନ୍; ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରୀ ମାରିଥିବା କୋ-ପାଇଲଟର ସତ ଜଣାପଡ଼ିଲା...
Flydubai Crash Attempt

Key Points

ଫ୍ଲାଇଦୁବାଇ ବିମାନ ଆତଙ୍କୀ ହମଲା ଘଟଣା
ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରାମାଡ଼
ଜଣାପଡ଼ିଲା କୋ-ପାଇଲଟର ସତ
ଓମାନରେ ବ୍ୟାନ୍ ଥିଲା, ନାଁ ସାମ୍ନାକୁ ଆସିଲା
ଫ୍ଲାଇଦୁବାଇର ଫ୍ଲାଇଟ୍ ୧୦୭୩ରେ ହୋଇଥିବା ଆତଙ୍କୀ ହମଲା ଘଟଣା । ଭାରତୀୟ ପାଇଲଟ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିବା ସହ-ପାଇଲଟର ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । କ୍ୟାପ୍ଟେନ ସ୍ମିଥଙ୍କୁ ଛୁରାମାଡ଼ କରିବା ଓ ବିମାନକୁ କ୍ରାସ୍ କରିବା ପାଇଁ ଯୋଜନା ରଖିଥିବା ସହ-ପାଇଲଟ କଟ୍ଟରପନ୍ଥୀ ଚିନ୍ତାଧାରା ରଖୁଥିବା ସନ୍ଦେହ କରାଯାଇଥିଲା । ଏଥିଲାଗି ଓମାନ ତାକୁ ପୂର୍ବରୁ ହିଁ ବିମାନ ଚଲାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି କୋ-ପାଇଲଟ୍‌ର ନାମ ହମାମ୍ ଅଲ୍-ହମାମି ବୋଲି ଜଣାପଡ଼ିଛି ।

  • ବ୍ୟାନ୍ ପରେ ବି କେମିତି ଚଲାଉଥିଲା ବିମାନ ?
ଓମାନ ହମାମ୍‌କୁ ବ୍ୟାନ୍ କରିବା ପରେ ମଧ୍ୟ ଫ୍ଲାଇଦୁବାଇ ଏହି ପାଇଲଟକୁ ଚାକିରି ଦେଇଥିଲା । ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଇସ୍ରାଏଲକୁ ସଂଯୋଗ କରୁଥିବା ସମ୍ବେଦନଶୀଳ ଆକାଶ ପଥରେ ବିମାନ ଚଲାଉଥିଲା । ମାତ୍ର ଏହା ସ୍ପଷ୍ଟ ହୋଇନାହିଁ ଯେ ଓମାନ ନିଜ ଦେଶର ଏହି ପାଇଲଟଙ୍କ କଟ୍ଟରପନ୍ଥୀ ଚିନ୍ତାଧାରା ସମ୍ପର୍କରେ ଅନ୍ୟ ଦେଶଗୁଡ଼ିକୁ ସୂଚିତ କରିଥିଲା କି ନାହିଁ। ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଇଦୁବାଇର ଏକ ଯାତ୍ରୀବାହୀ ବିମାନକୁ କ୍ରାସ୍ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଏହି ମାମଲାରେ ଇସ୍ରାଏଲୀ ଅଧିକାରୀ କୋ-ପାଇଲଟ୍‌କୁ ପଚରାଉଚରା କରିବେ।

  • ଭାରତୀୟ କ୍ୟାପ୍ଟେନଙ୍କ ଉପରେ ହୋଇଥିଲା ଛୁରାମାଡ଼
ଫ୍ଲାଇଦୁବାଇର ଫ୍ଲାଇଟ୍ FZ1073 ଉପରେ ବୁଧବାର (ସେପ୍ଟେମ୍ବର ୩୦) ଆତଙ୍କୀ ଆକ୍ରମଣ ଉଦ୍ୟମ ହୋଇଥିଲା । ଇସ୍ରାଏଲୀ ଅଧିକାରୀମାନଙ୍କ କହିବା ଅନୁସାରେ, ଓମାନ ନାଗରିକ ତଥା ଉକ୍ତ ବିମାନର ସହପାଇଲଟ୍ ହମାମ୍ ଅଲ୍-ହମାମି ଭାରତୀୟ କ୍ୟାପ୍ଟେନ ସ୍ମିଥ୍ ମଚ୍ଛାରାଙ୍କୁ ହଠାତ୍ ମଝି ଆକାଶରେ ଛୁରାମାଡ଼ କରିଥିଲେ । ମାତ୍ର ଅନ୍ୟ ଯାତ୍ରୀମାନେ ଓ କ୍ରୁ ମେମ୍ବର୍ସ କୋ-ପାଇଲଟକୁ କାବୁ କରିଥିଲେ । ଫଳରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଥିଲା । ବିମାନରେ ୧୭୦ ଜଣ ଯାତ୍ରୀଙ୍କ ସହ କ୍ରୁ ମେମ୍ବର ଥିଲେ । ଏହି ବିମାନରେ କିଛି ରିଜର୍ଭ ପାଇଲଟ ମଧ୍ୟ ଯାତ୍ରା କରୁଥିଲେ । ସେମାନେ ବିମାନକୁ ଉତ୍ତର-ପଶ୍ଚିମ ସାଉଦି ଆରବର ତବୁକ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ । ଏହାପରେ ସାଉଦି ଆରବର ଅଧିକାରୀମାନେ କୋ-ପାଇଲଟକୁ ହେପାଜତକୁ ନେଇଥିଲେ ।

ପଢନ୍ତୁ ଏହି ଖବର: ଫ୍ଲାଇଦୁବାଇ ପ୍ଲେନ୍ ହାଇଜ୍ୟାକ୍; କେମିତି ବିମାନ ଚଳାଇଲେ ସାଧାରଣ ଇସ୍ରାଏଲୀ ନାଗରିକ ? ନିଜେ କହିଲେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • UAE ଗଲା କୋ-ପାଇଲଟ୍
ଗୁରୁବାର କୋ-ପାଇଲଟ୍କୁ ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଇ ଦିଆଯାଇଛି । ସେଠାରେ ଇସ୍ରାଏଲୀ ଅଧିକାରୀମାନେ ତାକୁ ପଚରାଉଚରା କରିପାରନ୍ତି । ବିମାନରେ ପ୍ରକୃତରେ କଣ ଘଟିଥିଲା ସେନେଇ ତଦନ୍ତ କରାଯିବ । ଏହାସହିତ କୋ-ପାଇଲଟଙ୍କ ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ଓ ଏହା ପଛରେ ମାଷ୍ଟରମାଇଣ୍ଡ କିଏ ସେ ନେଇ ଯାଞ୍ଚ କରାଯିବ । ପଚରାଉଚରା ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇପାରେ ।