Cockpit Fight / ଦୁଇ ପାଇଲଟଙ୍କ ମଧ୍ୟରେ ଛୁରାମାଡ଼ ପରେ ବିମାନର ଜରୁରୀ ଅବତରଣ
·43 mins ago·2 min read

Key Points
ଦୁବାଇରୁ ତେଲ୍ ଅଭିବ ଯାଉଥିବା ବିମାନରେ ପାଇଲଟଙ୍କୁ ଛୁରାମାଡ଼
ଦୁଇ ପାଇଲଟଙ୍କ ମଧ୍ୟରେ ଛୁରାମାଡ଼ ପରେ ହେଲା ଜରୁରୀ ଅବତରଣ
ସାଉଦି ଆରବରେ ସୁରକ୍ଷିତ ଅବତରଣ କଲା ଫ୍ଲାଏ ଦୁବାଇ ବିମାନ
ବିମାନରେ ଅଧିକାଂଶ ଇସ୍ରାଏଲ୍ ଯାତ୍ରୀ, ନେତାନ୍ୟାହୁ ପଠାଇଲେ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ୩୪ ହଜାର ଫୁଟ୍ ଉପରେ ଆତଙ୍କ । ଶତାଧିକ ଯାତ୍ରୀଙ୍କ ଜୀବନ ସହ ଖେଳିଲେ ପାଇଲଟ୍ । ଦୁବାଇରୁ ଇସ୍ରାଏଲ୍ର ତେଲ ଅଭିବ ଯାଉଥିବା ଫ୍ଲାଏ ଦୁବାଇର ଫ୍ଲାଇଟ୍ FZ1073 ବୁଧବାର ମଝି ଆକାଶରେ ହାଇଜ୍ୟାକ୍ କରିବାକୁ ପ୍ରୟାସ କରାଯାଇଥିବା ଆଶଙ୍କା ହୋଇଛି ।
ପ୍ରାୟ ୧୮୯ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଫ୍ଲାଏଦୁବାଇ ବିମାନ ପ୍ରଥମେ ଏମରଜେନ୍ସି ସିଗନାଲ୍ ପଠାଇଥିଲା । ଆଉ କିଛି ସେକେଣ୍ଡ ପରେ ବିମାନରୁ ଏଭଳି କୋଡ୍ ଆସିଲା, ଯାହା ବିମାନକୁ ହାଇଜ୍ୟାକ୍ କରାଯିବା କିମ୍ବା ବେଆଇନ୍ ଭାବେ ଦଖଲ ଦେବାର ସଂକେତ ଥିଲା ।
ଏଥିସହ ପଢ଼ନ୍ତୁ: ଉଡ଼ାଣ ଭରୁ ଭରୁ କ୍ରାସ୍ ହୋଇଗଲା ସେନା ବିମାନ, ୬ ଜଣଙ୍କ ମୃତ୍ୟୁ
ଏହାରି ଭିତରେ ବିମାନର କକପିଟ୍ରେ ଦୁଇ ପାଇଲଟଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଖବର ଆସିଛି । ଏପରିକି ଜଣେ ପାଇଲଟ୍ ଆତ୍ମହତ୍ୟା ଉଦ୍ୟମ କରିଥିବା ଦାବି ହେଉଛି । ସ୍ଥିତି ଏଭଳି ହୋଇଥିଲା ଯେ, ଇସ୍ରାଏଲ୍ ତାର ଯୁଦ୍ଧ ବିମାନ ମଧ୍ୟ ପଠାଇବାକୁ ପ୍ରସ୍ତୁତ ହୋଇ ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ବୋଇଂ 737 ମ୍ୟାକ୍ସ ୮ ପ୍ରଥମେ ୭୭୦୦ ସ୍କ୍ଵାଙ୍କ କୋଡ୍ ପଠାଇଥିଲା । ଏହା ଆନ୍ତର୍ଜାତୀୟ ସ୍ତରରେ ସାମାନ୍ଯ ଜରୁରୀ ସ୍ଥିତିର ସଂକେତ । କିଛି ସେକେଣ୍ଡ ପରେ ବିମାନ ୭୫୦୦ କୋଡ୍ ପଠାଇଥିଲା । ଏହି କୋଡ୍ ହାଇଜ୍ୟାକିଂ କିମ୍ବା ବିମାନରେ କୌଣସି ବେଆଇନ୍ ହସ୍ତକ୍ଷେପର ଆଶଙ୍କାର ସଂକେତ ।
ତାବୁକରେ ଜରୁରୀ ଅବତରଣ
ତେଲ ଅଭିବ ଯାଉଥିବା ବିମାନ ଆକାଶ ମାର୍ଗରେ ଗତିପଥ ବଦଳାଇ ଶେଷରେ ସାଉଦି ଆରବର ତାବୁକ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ, ବିମାନଟି ଭାରତୀୟ ସମୟ ସକାଳ ୧୦ଟା ୫୦ ସମୟରେ ଉତ୍ତର-ପଶ୍ଚିମ ସାଉଦି ଆରବ ଆକାଶରେ ମାତ୍ର ୨ ମିନିଟରେ ୩୪ ହଜାର ଫୁଟ୍ରୁ ୧୬ ହଜାର ୬୦୦ ଫୁଟ୍ ପର୍ଯ୍ୟନ୍ତ ଖସି ଆସିଥିଲା । ତାର ୧୨ ମିନିଟ୍ ପରେ ୧୧ଟା ୨ରେ ବିମାନ ଜରୁରୀ ଅବତରଣ ସିଗନାଲ୍ ପଠାଇଥିଲା ।
ବିମାନରେ କ'ଣ ଘଟିଲା ?
ଇସ୍ରାଏଲ୍ ଗଣମାଧ୍ୟମ ଅନୁସାରେ, ପଠା ଯାଇଥିବା ଏମରଜେନ୍ସି ସିଗନାଲ୍ କୌଣସି ହାଇଜ୍ୟାକିଂ ପାଇଁ ନୁହେଁ ବରଂ ଦୁଇ ପାଇଲଟ ମଧ୍ୟରେ ହୋଇଥିବା ଝଗଡ଼ା ପାଇଁ ଆସିଥିଲା । ପ୍ରକୃତରେ କକପିଟ୍ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ସଂଘର୍ଷ ଓ ଛୁରାମାଡ଼଼ ହୋଇଛି କି ନାହିଁ ତାର ଯାଞ୍ଚ ଆରମ୍ଭ ହୋଇଛି ।
ଏଥିସହ ପଢ଼ନ୍ତୁ: AIର ନାମ ବଦଳାଇଲେ ଡୋନାଲ୍ଡ ଟ୍ରମ୍ପ, ଏଣିକି କୁହାଯିବ ‘ସୁପର ଇଣ୍ଟେଲିଜେନ୍ସ’

ସୂଚନା ଅନୁସାରେ, ବିମାନଟି ଏମରଜେନ୍ସି ଆଲର୍ଟ ପଠାଇବା ପରେ ସମ୍ପର୍କ ତୁଟି ଯାଇଥିଲା । ସାଉଦି ଏୟରସ୍ପେସରେ ସମ୍ପର୍କ ନ ହେବାରୁ ଇସ୍ରାଏଲ୍ ଏହାକୁ ସମ୍ଭାବ୍ୟ ହାଇଜ୍ୟାକିଂ ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲା । ଯାହାପରେ ତାବୁକରେ ସୁରକ୍ଷିତ ଅବତରଣ ହୋଇଛି ।
ଏବେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ବିମାନରେ ଥିବା ଯାତ୍ରୀଙ୍କୁ ଇସ୍ରାଏଲ୍ ନେବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଇସ୍ରାଏଲ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି । ସେପଟେ ଫ୍ଲାଏଦୁବାଇ କହିଛି, "ଯାତ୍ରୀଙ୍କୁ ନେବା ପାଇଁ ଦୁବାଇରୁ ଆଉ ଏକ ବିମାନ ସାଉଦି ଆରବ ପଠାଯିବ, ଯାହା ଇସ୍ରାଏଲ୍ ଯିବ ।"

Related Topics
Explore more stories