Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Breaking News / ଯୁଦ୍ଧ ପରେ ନିର୍ବାଚନ ଲଢିବେ ହିଟଲର୍-ଜେଲେନସ୍କି

Subhramjit Ray
Browse all articles by Subhramjit Ray
·3 months ago·3 min read
ଯୁଦ୍ଧ ପରେ ନିର୍ବାଚନ ଲଢିବେ ହିଟଲର୍-ଜେଲେନସ୍କି
Adolf Hitler vs Volodymyr Zelenskyy

Key Points

ଯୁଦ୍ଧ ପରେ ଏବେ ନିର୍ବାଚନ ରଣାଙ୍ଗନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ହିଟଲର୍-ଜେଲେନସ୍କି। 
Arcis Sur Aube Mayor Election 2026: ମଧ୍ୟ ପ୍ରାଚ୍ୟ ସଂକଟ ଏବଂ ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଚର୍ଚ୍ଚାକୁ ଆସିଛନ୍ତି ହିଟଲର୍-ଜେଲେନସ୍କି। ବର୍ତ୍ତମାନ ଉଭୟେ ଯୁଦ୍ଧ ପାଇଁ ନୁହେଁ ବରଂ ନିର୍ବାଚନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଆଉ ଉଭୟଙ୍କ ମଧ୍ୟରେ ମୁକାବିଲା ଫ୍ରାନ୍ସର ଆର୍ସି-ସୁର-ଓବେସ୍ ନାମକ ଛୋଟ ସହରରେ ଅନୁଷ୍ଠିତ ହେଉଛି। ପ୍ରାୟ ୨୭୮୫ ଜଣ ଲୋକ ବସବାସ କରୁଥିବା ଏହି ସହରର ଏହା ଇଣ୍ଟରନେଟ ଦୁନିଆରେ ପ୍ରସିଦ୍ଧ ହୋଇଯାଇଛି।

ରବିବାର (ମାର୍ଚ୍ଚ ୨୨) ଫ୍ରାନ୍ସର ଆର୍ସି-ସୁର-ଓବେସ୍ ସହରରେ (Arcis Sur Aube City France) ହେବାକୁ ଯାଉଛି ମେୟର ନିର୍ବାଚନ (Arcis Sur Aube Mayor Election 2026)। ଆଉ ଏହି ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି ହିଟଲର-​​ଜେଲେନସ୍କି। ସହରର ବର୍ତ୍ତମାନ ମେୟର ଚାର୍ଲ୍ସ ହିଟଲର (Mayor Charles Hitler) ପୁନର୍ବାର ନିର୍ବାଚିତ ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କ ନାଁ ହେଉଛି ରେନୋ ଜେଲେନସ୍କି (Antoine Renault-Zielinski)। ହିଟଲର ନାଁ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ (German Dictator Adolf Hitler) ସହ ଜଡ଼ିତ। ଆଉ ଅନ୍ୟପଟେ ଜେଲେନସ୍କିଙ୍କ ନାମ ବର୍ତ୍ତମାନର ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ (Ukrainian President Volodymyr Zelensky) ସହିତ ସମାନ। ପ୍ରାର୍ଥୀଙ୍କ ନାଁ ପାଇଁ ଏବେ ଫ୍ରାନ୍ସର ଆର୍ସି-ସୁର-ଓବେସ୍ ସହରର ମେୟର ନିର୍ବାଚନ ଚର୍ଚ୍ଚାରେ ରହିଛି।

ନିର୍ବାଚନ ବେଳେ ନିଜ ନାଁ ପାଇଁ ଚର୍ଚ୍ଚାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚାର୍ଲ୍ସ ହିଟଲର। ଏନେଇ ତାଙ୍କ କହିବା କଥା ଏହା ସମ୍ପୂର୍ଣ୍ଣ ପାଗଳାମି। ମୋ ଜୀବନରେ ଲୋକେ କେତେବେଳେ ମୋ ନାମକୁ ନେଇ ମଜା କରୁଥିଲେ। କେତେବେଳେ ସେମାନେ ମୋ ନିର୍ବାଚନ ପୋଷ୍ଟରରେ ଆଡଲଫ୍ ହିଟଲରଙ୍କ ଭଳି ନିଶର ଚିତ୍ର ଆଙ୍କି ଦେଉଥିଲେ। ହେଲେ ଏହା ମୋ ପାଇଁ କୌଣସି ବଡ଼ କଥା ନଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ମୁଁ ଅନଲାଇନ୍ ରେ ଏପରି ଏକ ଲେଖା ଦେଖିଲି ଯେ ଯେଉଁଥିରେ ଲେଖା ହୋଇଥିଲା ଯେ ମୋ ସହରରେ ୩୭% ଲୋକ ହେଉଛନ୍ତି ହିଟଲର। ଏକଥା ଶୁଣିବା ପରେ ମୋ ସ୍ତ୍ରୀ କାନ୍ଦୁଛନ୍ତି।

ଏଥିସହ ପଢ଼ନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?

ଉଭୟ ପ୍ରାର୍ଥୀଙ୍କ ନାଁ ପଛରେ ରହିଥିବା କାହାଣୀ
ଚାର୍ଲ୍ସ ହିଟଲର୍ କହିଛନ୍ତି ମୂଳତଃ ତାଙ୍କ ପରିବାର ଜର୍ମାନ ସୀମା ନିକଟବର୍ତ୍ତୀ ଉତ୍ତର ଆଲସାସ୍ ଅଞ୍ଚଳର ବାସିନ୍ଦା। ତାଙ୍କ ପିତା ଜଣେ ମେଷପାଳକ ଥିଲେ ଏବଂ ଯୁଦ୍ଧ ସମୟରେ ତାଙ୍କୁ ଜର୍ମାନୀର ବାଧ୍ୟତାମୂଳକ ଶ୍ରମ କାର୍ଯ୍ୟକ୍ରମରେ ନିଆଯାଇଥିଲା। ଯୁଦ୍ଧ ପରେ ତାଙ୍କ ପିତା ଫେରି ଆସିବା ପରେ, ସେ ତାଙ୍କ ମାଆଙ୍କୁ ଭେଟିଥିଲେ। ସେହି ସମୟରେ, ଲୋକେ ତାଙ୍କୁ ତାଙ୍କର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ୧୯୪୯ ମସିହାରେ ହୋଇଥିଲା ଯେତେବେଳେ ଯୁଦ୍ଧର ସ୍ମୃତି ସେ ପର୍ଯ୍ୟନ୍ତ ତାଜା ହୋଇ ରହିଥିଲା। ହେଲେ ନାମ ପରିବର୍ତ୍ତନ କରିବା ପ୍ରଶାସନିକ ଦୃଷ୍ଟିକୋଣରୁ ବହୁତ ଜଟିଳ ଥିବାବେଳେ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କ ନାଁ ପରିବର୍ତ୍ତନ କରିନଥିଲେ।

ଏବେ ଫ୍ରାନ୍ସରେ ଆମ ପରିବାରର ବହୁତ କମ୍ ସଦସ୍ୟ ଅଛନ୍ତି। ଆଲସାସ୍ ଅଞ୍ଚଳରେ ତାଙ୍କ ସମ୍ପର୍କୀୟ ଭାଇଙ୍କ କେବଳ ଝିଅ ଥିଲେ। ଯେଉଁଥିପାଇଁ ହିଟଲଟ୍ ନାଁ ଧିରେ ଧିରେ ହଜିଗଲାଣି। ଲଜ୍ଜା ଏଡାଇବା ପାଇଁ ତାଙ୍କ ପୁଅଙ୍କ ମଧ୍ୟରୁ ଜଣେ ତାଙ୍କ ନାମ "ହିଟ୍-ଲେ" ଉଚ୍ଚାରଣ କରିବା ଆରମ୍ଭ କରିଛନ୍ତି। ତାଙ୍କ ନାତି ନାତୁଣୀ ସେମାନଙ୍କ ମାଆଙ୍କ ଉପନାମ ବ୍ୟବହାର କରୁଛନ୍ତି। ତଥାପି, ତାଙ୍କର ଜଣେ ଝିଅ ଏବଂ ଜଣେ ବୋହୂ ଏବେ ମଧ୍ୟ ହିଟଲର ଉପନାମ ବ୍ୟବହାର କରୁଛନ୍ତି। ଯେଉଁମାନେ ଦେଶର ଅନ୍ୟ ସହରରେ ଅନୁଷ୍ଠିତ ହେଉଥିବା ନଗର ପରିଷଦ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସେହିପରି ଅନ୍ୟ ଜଣେ ପ୍ରାର୍ଥୀ ଆଣ୍ଟୋନି ରେନୋ ଜିଲେନ୍ସକିଙ୍କୁ ଏବେ ମାତ୍ର ୨୮ ବର୍ଷ। ଯିଏ ପେସାରେ ଜଣେ କଷ୍ଟମ୍ସ ଅଧିକାରୀ। ଯିଏ ନିକଟରେ ଆର୍ସି-ସୁର-ଓବେସ୍ ସହରକୁ ସ୍ଥାନାନ୍ତରିତ ହୋଇଛନ୍ତି। ତାଙ୍କ ନାମର ଦ୍ୱିତୀୟ ଅଂଶ ଜିଲେନ୍ସକି ତାଙ୍କ ପୋଲାଣଅଡ ବଂଶୋଦ୍ଭବ ମାଆଙ୍କ ଠାରୁ ଆସିଛି। ଲୋକେ ପ୍ରାୟତଃ ତାଙ୍କୁ ପଚାରନ୍ତି ଯେ ତାଙ୍କର ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କିଙ୍କ ସହ କ'ଣ ସମ୍ପର୍କ ରହିଛି? ଏହି ପ୍ରଶ୍ନର ଉତ୍ତରରେ ଜିଲେନ୍ସକି କହିଛନ୍ତି ତାଙ୍କର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କ'ଣ ସମ୍ପର୍କ ନାହିଁ। କାରଣ ପୋଲାଣ୍ଡ ଭାଷାରେ "ଜିଲେନସ୍କି" ନାଁ ଇରାଜୀ ଅକ୍ଷର ଆଇ ସହିତ ଶେଷ ହେଉଥିବା ବେଳେ ୟୁକ୍ରେନ ଭାଷାରେ "ଜେଲେନସ୍କି ନାଁ ୱାଇ ଅକ୍ଷର ସହିତ ଶେଷ ହୋଇଥାଏ।

ଏଥିସହ ପଢ଼ନ୍ତୁ: ବିଶ୍ଵର ୮୦ ଦେଶରେ ଆମେରିକା ସେନାର ୭୫୦ ବେସ୍ କ୍ୟାମ୍ପ; ଇରାନ ପାଖରେ କେତେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
France Mayor Election: Candidates Named Hitler and Zelenskyy Face Off | Argus News