Middle East War / କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?
·2 weeks ago·3 min read

Key Points
କାହିଁକି ଯୁଦ୍ଧ ବେଳେ ଦେଶର ସଂସଦ କଂଗ୍ରେସ ପାଖରୁ ୨୦୦ ବିଲିୟନ ଡଲାରର ପାଣ୍ଠି ମାଗିଲେ ରାଷ୍ଟ୍ରପତି ଟ୍ରମ୍ପ?
US President Spending Power Limitation: ଇରାନ ସହ ଚାଲିଥିବା ଯୁଦ୍ଧ ବେଳେ ଅଧିକ ସାମରିକ ସହୟତା ଯୋଗାଇ ଦେବା ପାଇଁ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ଦେଶର ସଂସଦ କଂଗ୍ରେସକୁ ଅନୁରୋଧ ଜଣାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପ୍ରାୟ ୨୦୦ ବିଲିୟନ ଡଲାର ପାଣ୍ଠି ଯୋଗାଇ ଦେବାକୁ ଅନୁରୋଧ କରିଛି। ଏବେ ପ୍ରଶ୍ନ ଉଠୁଛି ଯେ ଦେଶର ସାମ୍ବାଧାନିକ ମୁଖ୍ୟ ଏବଂ ସଶସ୍ତ୍ର ବାହିନୀର ମୁଖ୍ୟ ହୋଇଥିବା ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପ କାହିଁକି ସୈନ୍ୟବାହିନୀ ପାଇଁ ଆବଶ୍ୟକତା ଅନୁସାରେ ସିଧାସଳଖ ଟଙ୍କା ଖର୍ଚ୍ଚ କରିପାରୁ ନାହାଁନ୍ତି। ଏଥିପାଇଁ କାହିଁକି ତାଙ୍କୁ କଂଗ୍ରେସ ପାଖରୁ ଅନୁମତି ନେବାକୁ ପଡୁଛି?
କାହା ପାଖରେ ଅଛି ଟଙ୍କା ଖର୍ଚ୍ଚ କରିବାର କ୍ଷମତା?
ଆମେରିକୀୟ ସାମ୍ବାଧାନିକ ବ୍ୟବସ୍ଥାରେ ସରକାରୀ ପାଣ୍ଠି ଖର୍ଚ୍ଚ କରିବାର ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ନୁହେଁ ବରଂ ଦେଶର ସଂସଦ କଂଗ୍ରେସ ପାଖରେ ରହିଛି। ଏହି ନୀତିକୁ ପ୍ରାୟତଃ "ପାୱାର ଅଫ୍ ଦି ପର୍ସ" (Power of the Purse) କୁହାଯାଏ। ଏ ସମ୍ପର୍କରେ ଆମେରିକୀୟ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ କୁହାଯାଇଛି ଯେ ଆଇନ ଦ୍ୱାରା ଅନୁମୋଦିତ ନହେଲେ ଦେଶର ରାଷ୍ଟ୍ରୀୟ କୋଷାଗାରରୁ ଗୋଟିଏ ଟଙ୍କା ମଧ୍ୟ ବ୍ୟୟ କରାଯାଇ ପାରିବ ନାହିଁ। କହିବାକୁ ଗଲ ଆମେରିକା ରାଷ୍ଟ୍ରପତି ବିନା କଂଗ୍ରେସ ଅନୁମୋଦନରେ ୧ ଡଲାର ମଧ୍ୟ ଖର୍ଚ୍ଚ କରିପାରିବେ ନାହିଁ।
ଏଥିସହ ପଢ଼ନ୍ତୁ: ବିଶ୍ଵର ୮୦ ଦେଶରେ ଆମେରିକା ସେନାର ୭୫୦ ବେସ୍ କ୍ୟାମ୍ପ; ଇରାନ ପାଖରେ କେତେ ?
ଆର୍ଥିକ ମାମଲାରେ ଯାଞ୍ଚ ଏବଂ ସନ୍ତୁଳନର ନିୟମ କଣ?
ଆମେରିକୀୟ ସାମ୍ବାଧାନିକ ନିୟମ ଅନୁସାରେ ଆର୍ଥିକ ମାମଲାରେ ଯାଞ୍ଚ ଏବଂ ସନ୍ତୁଳନ ନିୟମ ପାଳନ କରାଯାଏ। କାରଣ ଆମେରିକାରେ ଆର୍ଥିକ ବ୍ୟବସ୍ଥା ଏପରି ପଦ୍ଧତିରେ ବ୍ୟବସ୍ଥିତ କରାଯାଇଥିଲା ଯେ ସରକାରଙ୍କ କୌଣସି ଗୋଟିଏ ଶାଖା ଯେପରି ଅତ୍ୟଧିକ ଶକ୍ତିଶାଳୀ ନହୁଏ। ଯଦି ରାଷ୍ଟ୍ରପତିଙ୍କ ଖର୍ଚ୍ଚ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥାନ୍ତା, ତାହେଲେ ଏହା ଦ୍ୱାରା ଦେଶର ରାଜକୋଷର ଅପବ୍ୟବହାର ହୋଇଥାନ୍ତା। ହେଲେ ଆର୍ଥିକ ମାମଲାରେ କଂଗ୍ରେସ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ଏହି ବ୍ୟବସ୍ଥାକୁ ସୁନିଶ୍ଚିତ କରେ ଯେ ସମସ୍ତ ପ୍ରମୁଖ ଆର୍ଥିକ ନିଷ୍ପତ୍ତି ଗଣତାନ୍ତ୍ରିକ ଭାବରେ ନିଆଯାଉଛି।
ରାଷ୍ଟ୍ରପତି କେବଳ ଅନୁରୋଧ କରିପାରିବେ
ଯଦିଓ ଆମେରିକା ରାଷ୍ଟ୍ରପତି ସଂଘୀୟ ସରକାରର ନେତୃତ୍ୱ ନେଇଥାନ୍ତି, ହେଲେ ଆର୍ଥିକ ମାମଲାରେ ତାଙ୍କର ଭୂମିକା ବଜେଟ୍ ପ୍ରସ୍ତାବ ଦେବା ପର୍ଯ୍ୟନ୍ତ ସୀମିତ। ପ୍ରତିବର୍ଷ, ରାଷ୍ଟ୍ରପତି ଏକ ଆର୍ଥିକ ଯୋଜନା ଉପସ୍ଥାପନ କରିଥାନ୍ତି। ଯେଉଁଥିରେ ବ୍ୟୟ କିପରି କରାଯିବ ତାହା ଉଲ୍ଲେଖ ରହିଥାଏ। ହେଲେ ଏହା କେବଳ ଏକ ସୁପାରିଶ ମାତ୍ର। ଏଥିପାଇଁ କଂଗ୍ରେସ ଅନୁମତି ଆବଶ୍ୟକ। ଆର୍ଥିକ ମାମଲା ସହ ଜଡ଼ିତ କୌଣସି ପ୍ରସ୍ତାବକୁ କଂଗ୍ରେସ ସଂଶୋଧିତ କିମ୍ବା ହ୍ରାସ ଅଥବା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବାର କ୍ଷମତା ରଖିଛି।
ଯଦି କଂଗ୍ରେସ ପ୍ରତ୍ୟାଖ୍ୟାନ କରିଦିଏ...
ଯଦି କଂଗ୍ରେସ ଅନୁରୋଧିତ ପାଣ୍ଠିକୁ ଅନୁମୋଦନ କରେ ନାହିଁ, ତାହେଲେ ରାଷ୍ଟ୍ରପତି ଯୋଜନାବଦ୍ଧ ଖର୍ଚ୍ଚ ସହ ଆଗକୁ ବଢ଼ିପାରିବେ ନାହିଁ। ଏପରିକି ଏହା ୟୋଗୁଁ ଅତ୍ୟାବଶ୍ୟକ ପ୍ରକଳ୍ପ ବିଳମ୍ୱିତ କିମ୍ବା ବାତିଲ ହୋଇପାରେ।
୧୯୭୪ ଆଇନର ପ୍ରଭାବ
୧୯୭୪ ମସିହାର "US Impoundment Control Act" ଆଇନ ରାଷ୍ଟ୍ରପତିଙ୍କ ଆର୍ଥିକ ବ୍ୟୟ କ୍ଷମତାକୁ ଆହୁରି କଠୋର କରି ଦେଇଥଲା। ପୂର୍ବତନ ରାଷ୍ଟ୍ରପତି କଂଗ୍ରେସ ଦ୍ୱାରା ପୂର୍ବରୁ ଅନୁମୋଦିତ ପାଣ୍ଠି ଖର୍ଚ୍ଚ କରିବାକୁ ମନା କରିବା ପରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ସ୍ପଷ୍ଟ କରିଥିଲା ଯେ ରାଷ୍ଟ୍ରପତି କଂଗ୍ରେସ ଦ୍ୱାରା ଆବଣ୍ଟିତ ପାଣ୍ଠିକୁ ଅବରୋଧ କରିପାରିବେ ନାହିଁ। କଂଗ୍ରେସ ଦ୍ୱାରା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟୟ କରିପାରିବେ ନାହିଁ। ଏହି ଆଇନ ଏହା ସୁନିଶ୍ଚିତ କରେ ଯେ ଆମେରିକୀୟ ନାଗରିକଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ପ୍ରକାରର କରକୁ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱର ସରକାରୀ କାର୍ଯ୍ୟରେ ବ୍ୟୟ କରୁଛନ୍ତି।
ଏଥିସହ ପଢ଼ନ୍ତୁ: ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ବଡ଼ ଆକ୍ରମଣ, ଆମେରିକା-ଇସ୍ରାଏଲର ବୋମା ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories