Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Nicolas Sarkozy / ଲିବିୟାର ଗଦ୍ଦାଫିଠୁ ବେଆଇନ୍ ନିର୍ବାଚନୀ ଚାନ୍ଦା ନେଇ ଫସିଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଲିବିୟାର ଗଦ୍ଦାଫିଠୁ ବେଆଇନ୍ ନିର୍ବାଚନୀ ଚାନ୍ଦା ନେଇ ଫସିଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି

Key Points

ମାମଲାରେ ଅଦାଲତ ସରକୋଜିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହିତ ୧ ଲକ୍ଷ ୟୁରୋ ଜରିମାନା କରିଛନ୍ତି । ଅନ୍ୟ ମାମଲାରେ ସରକୋଜିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ପାରିସ (ଫ୍ରାନ୍ସ): ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ୍ । ୫ ବର୍ଷ ଜେଲ୍ ସଜ୍ଜା ଶୁଣାଇଲେ କୋର୍ଟ । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲସ ସରକୋଜିଙ୍କୁ ଗୁରୁବାର ପାରିସର ଏକ ଅଦାଲତ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଲିବିୟାର ତତ୍କାଳନୀ ନେତା ମୁଅମ୍ମର ଗଦ୍ଦାଫିଙ୍କ ଠାରୁ ବେଆଇନ୍ ନିର୍ବାଚନୀ ଚାନ୍ଦା ନେବାର ଅପରାଧିକ ଷଡ଼ଯନ୍ତ୍ରରେ କୋର୍ଟ ନିକୋଲସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୨୦୦୭ ମସିହାରେ ନିକୋଲସ ସରକୋଜି ଫ୍ରାନ୍ସର ରାଷ୍ଟ୍ରପତି ଥିଲେ । ଆଉ ସେହି ସମୟରେ ସରକୋଜି ଲିବିୟାର ନେତା ଗଦ୍ଦାଫି ସହ ଗୁପ୍ତ ବୁଝାମଣା କରିଥିବାର ଅଭିଯୋଗ ଆସିଥିଲା । ଅଭିଯୋଗ ଅନୁସାରେ, ଅନ୍ତର୍ଜାତୀୟ ସ୍ତରରେ ବିରୋଧର ସାମ୍ନା କରୁଥିବା ଲିବିୟାକୁ ସମର୍ଥନ ପାଇଁ ସରକୋଜି ନିର୍ବାଚନୀ ଚାନ୍ଦା ନେଇଥିଲେ ।


ଏଥିସହ ପଢ଼ନ୍ତୁ: ବିହାର ନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ ନିଯୁକ୍ତ କଲା ବିଜେପି, ସିଆର୍ ପାଟିଲ୍ ଓ କେଶବ ମୌର୍ଯ୍ୟ ସହ ପ୍ରଭାରୀ


ସରକୋଜିଙ୍କ ମାମଲାର ବିଚାର ବେଳେ ବିଚାରପତି କହିଛନ୍ତି, "ଗଦ୍ଦାଫି ସିଧାସଳଖ ସରକୋଜିଙ୍କୁ ଟଙ୍କା ଦେଇଥିଲେ ଅଥବା ପାଣ୍ଠି ତାଙ୍କ ନିର୍ବାଚନ ଅଭିଯାନ ପାଇଁ ଦିଆଯାଇଥିା ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ନିର୍ବାଚନ ପାଇଁ ଲିବିୟା ସହିତ ସରକୋଜି ବାଣିଜ୍ୟ କରିଥିଲେ ।"


ଏଥିସହ ପଢ଼ନ୍ତୁ: ହୁ ହୁ ହୋଇ ବଢ଼ୁଛି ସୁନା ଦର, ଆଗାମୀ ୫ ବର୍ଷରେ ଛୁଇଁବ ୨ ଲକ୍ଷ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ମାମଲାରେ ଅଦାଲତ ସରକୋଜିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହିତ ୧ ଲକ୍ଷ ୟୁରୋ ଜରିମାନା କରିଛନ୍ତି । ଅନ୍ୟ ମାମଲାରେ ସରକୋଜିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ତେବେ ସରକୋଜିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲେ ବି ସେ ଅପିଲ୍ କଲେ ଜେଲ୍ ଯିବାକୁ ପଡ଼ିବ ନାହିଁ ।


ଏଥିସହ ପଢ଼ନ୍ତୁ: ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ


ପୂର୍ବରୁ ନିର୍ବାଚନୀ ଚାନ୍ଦା ଅଭିଯୋଗକୁ ସରକୋଜି ଅଗ୍ରାହ୍ୟ କରି ଆସୁଛନ୍ତି । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ସରକୋଜିଙ୍କ କହିବା କଥା, "ଏହି ମାମଲାର ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ପରେ କାର୍ଯ୍ୟାନୁଷ୍ଠାନର ଏବଂ ତାଙ୍କ ବିରୋଧରେ ସେଭଳି କୌଣସି ଠୋସ୍ ପ୍ରମାଣ ନାହିଁ ।"

ଏହି ମାମଲାର ତଦନ୍ତ ୨୦୧୩ରେ ଆରମ୍ଭ ହୋଇଥିଲେ । ସେତେବେଳେ ଲିବିୟାର ନେତା ମୁଅମ୍ମର ଗଦ୍ଦାଫିଙ୍କ ପୁଅ ଅଲ-ଇସଲାମ୍ ଅଭିଯୋଗ କରିଥିଲେ ଯେ, ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ସରକୋଜି ତାଙ୍କ ନିର୍ବାଚନ ପ୍ରଚାର ପାଇଁ ବାପାଙ୍କ ଠାରୁ କୋଟି କୋଟି ଟଙ୍କା ନେଇଛନ୍ତି ।

Related Topics

Explore more stories

Sponsored
France Ex-President Nicolas Sarkozy Sentenced to 5 Years in Libya Funding Case | Argus News | Argus News