Lightning Storm / ପାଣିପାଗରେ ବଡ଼ ପରିବର୍ତ୍ତନ; ୨୪ ଘଣ୍ଟାରେ ଲକ୍ଷେ ୭୯ ହଜାର ଥର ଆକାଶରୁ ଖସିଲା ବଜ୍ର
·57 mins ago·2 min read

Key Points
ଭୂମଧ୍ୟସାଗର ଉପକୂଳରେ ଥିବା ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ ହଜାରରୁ ଅଧିକ ଥର ବଜ୍ରପାତ ହୋଇଛି । ଆଉ ଏତେ ସଂଖ୍ୟକ ବଜ୍ରପାତକୁ ନେଇ ଆଶ୍ଚର୍ଯ୍ୟ ପାଣିପାଜ୍ଞ ବିଜ୍ଞାନୀ ।
ନୂଆଦିଲ୍ଲୀ: ପ୍ରଥମେ ପ୍ରବଳ ଗରମ ଏବେ ଆକାଶରୁ ଖସୁଛି ବଜ୍ର । ଫ୍ରାନ୍ସରେ ଭୀଷଣ ଗରମ ଭିତରେ ପାଣିପାଗ ହଠାତ୍ ବଦଳି ଯାଇଛି । ଭୂମଧ୍ୟସାଗର ଉପକୂଳରେ ଥିବା ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ ହଜାରରୁ ଅଧିକ ଥର ବଜ୍ରପାତ ହୋଇଛି । ଆଉ ଏତେ ସଂଖ୍ୟକ ବଜ୍ରପାତକୁ ନେଇ ଆଶ୍ଚର୍ଯ୍ୟ ପାଣିପାଜ୍ଞ ବିଜ୍ଞାନୀ ।
ଆକାଶରେ ଲଗାତାର ବଜୁଳି ସହ ଘଡ଼ଘଡ଼ି ମାରି ଚାଲିଥିଲା । ଏହାସହ ପ୍ରବଳ ବେଗରେ ବହୁଥିଲା ପବନ । ଯାହାକୁ ଦେଖି ଲୋକେ ଚକିତ ହୋଇ ଯାଇଥିଲେ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଗରମ ଓ ଆର୍ଦ୍ର ପବନ ଗୋଟିଏ ସ୍ଥାନରେ ଫସି ଯାଇଥିଲା । ଆଉ ଉକ୍ତ ପବନ ଉପରକୁ ଉଠିବାରୁ ସେଥିରେ ହଠାତ୍ ବିସ୍ଫୋରଣ ଭଳି ପରିବର୍ତ୍ତନ ଆସିଥିଲା ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରୁ ଆଫ୍ରିକା ଯାଇଥିଲେ ବୁଲିବାକୁ...କେମିତି ପାଲଟିଗଲେ କବିଲେଙ୍କ ପତ୍ନୀ ?
ଫଳରେ ବିଶାଳ ସୁପରସେଲ୍ ବାଦଲ ତିଆରି ହୋଇଥିଲା । ଯାହାକି ଦୀର୍ଘ ସମୟ ସକ୍ରିୟ ରହିବା ସହିତ ଲଗାତାର ଘଡ଼ଘଡ଼ି ମାରିଥିଲେ । ଏହି ବାଦଲରୁ ଅନେକ ଅଞ୍ଚଳରେ ବମ୍ବଡର ମଧ୍ୟ ସୃଷ୍ଟି ହୋଇଥିଲା । ଏହି ସ୍ଥିତି ବାୟୁ ମଣ୍ଡଳରେ ଅସ୍ଥିରତାର ଶେଷ ସ୍ଥିତିର ସଂକେତ ଦେଇଥାଏ ।
କୁଆପଥର ବର୍ଷା, ବନ୍ୟା ବିପଦ
ଝଡ଼ ତୋଫାନ୍ ସହିତ କୁଆପଥର ବର୍ଷା ମଧ୍ୟ ହୋଇଛି । ବଡ଼ ବଡ଼ କୁଆପଥର ଫସଲ ସହ ଯାନବାହାନକୁ କ୍ଷତି ପହଞ୍ଚାଇଛି । ପ୍ରବଳ ବର୍ଷା ଓ ଅତ୍ୟଧିକ ବର୍ଷା କାରଣରୁ ବନ୍ୟା ଆଶଙ୍କା ଦେଖା ଦେଇଛି । ତଳିଆ ଅଞ୍ଚଳରେ ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ସ୍ଥିତି ଚିନ୍ତାଜନକ ରହିଛି ।
ଏଥିସହ ଲକ୍ଷାଧିକ ଥର ବଜ୍ରପାତ ଗତିବିଧି ପାଇଁ ଅଗ୍ନିକାଣ୍ଡ ଅଥବା ବୈଦ୍ୟୁତିକ ଉପକରଣ ଖରାପ ହେବାର ଆଶଙ୍କା ରହିଛି । ପାଣିପାଗ ବିଜ୍ଞାନୀ ଏହି ବିଶାଳ ଝଡ଼ ତୋଫାନକୁ ଜଳବାୟୁ ସଂକଟ ସହ ଯୋଡ଼ି କରି ଦେଖୁଛନ୍ତି ।
ଏଥିସହ ପଢ଼ନ୍ତୁ: ଭାରତୀୟଙ୍କ ଆମେରିକୀୟ ସ୍ଵପ୍ନକୁ ଶକ୍ତ ଧକ୍କା; H-1B ଭିସାକୁ ନେଇ ଟ୍ରମ୍ପ ଖେଳିଲେ ନୂଆ ଚାଲ୍
ଗରମ ସମୟରେ ଗରମ ଓ ଆର୍ଦ୍ର ପବନ ସହଜରେ ଏକାଠି ହୋଇ ଯାଆନ୍ତି ଏବଂ ହଠାତ୍ ବିସ୍ଫୋଟକ ତୋଫାନ ସୃଷ୍ଟି କରିଥାନ୍ତି । ଏବେ ଏହା ସମଗ୍ର ୟୁରୋପକୁ ସତର୍କ କରି ଦେଇଛି । ପଡ଼ୋଶୀ ଦେଶରେ ମଧ୍ୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । କାରଣ କେବେ କେବେଳେ ସୀମା ପାର୍ ହୋଇ ଏଭଳି ଘଟିପାରେ ।
ସ୍ଥାନୀୟ ପ୍ରଶାସନ ସହ ଜରୁରୀକାଳୀନ ସେବା ଟିମ୍ ଏବେ ସତର୍କ ରହିଛି । ଘରୁ ନ ବାହାରିବା ଲାଗି ଲୋକଙ୍କୁ ପରାମର୍ଶ ଦିଆ ଯାଉଛି । ପାଣିପାଗ ଆପ୍ ଏବଂ ରେଡିଓରୁ ଅପଡେଟ୍ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories