US Immigration / ଭାରତୀୟଙ୍କ ଆମେରିକୀୟ ସ୍ଵପ୍ନକୁ ଶକ୍ତ ଧକ୍କା; H-1B ଭିସାକୁ ନେଇ ଟ୍ରମ୍ପ ଖେଳିଲେ ନୂଆ ଚାଲ୍
·2 hours ago·2 min read

Key Points
H-1B ଭିସା ଉପରେ ଫି'କୁ ସ୍ଥାୟୀ କରିବ ଆମେରିକା
ଫି'କୁ ନେଇ ନୂଆ ନିୟମ ଆଣିବାକୁ ଯାଉଛି ଟ୍ରମ୍ପ ପ୍ରଶାସନ
ନୂଆ ନିୟମ ଲାଗୁ ହେଲେ ବଢ଼ିଯିବ ନୂଆ ଭିସା ପ୍ରାପ୍ୟ
ପ୍ରଭାବିତ ହେବେ ଭାରତୀୟ ଆଇଟି ପ୍ରଫେସନାଲ୍

ନୂଆଦିଲ୍ଲୀ: ଆମେରିକାରେ କାର୍ଯ୍ୟ କରିବାକୁ ସ୍ଵପ୍ନ ଦେଖୁଥିବା ଭାରତୀୟଙ୍କୁ ଝଟ୍କା । H-1B ଭିସାକୁ ନେଇ ଅଡ଼ୁଆରେ ଫସିବ ଭାରତୀୟ ଆଇଟି ପ୍ରଫେସନାଲ୍ । କାରଣ ଟ୍ରମ୍ପ ପ୍ରଶାସନ ନୂଆ H-1B ଭିସା ଉପରେ ୧ ଲକ୍ଷ ଡଲାର୍ରୁ ଅଧିକ ଫିସ୍ ଲଗାଇବାକୁ ପ୍ରସ୍ତାବ ଆଣିଛନ୍ତି ।
ପ୍ରସ୍ତାବ ଅନୁସାରେ, ନୂଆ H-1B ଭିସା ପାଇଁ ୧ ଲକ୍ଷ ୩ ହଜାର ୨୬୫ ଡଲାର୍ ଦେବାକୁ ପଡ଼ିପାରେ । ବଡ଼ କଥା ହେଉଛି ଏହି ଫିସ୍ କେବଳ ବିଦେଶରୁ ଆବେଦନ କରୁଥିବା ଆବେଦନକାରୀଙ୍କ କ୍ଷେତ୍ରରେ ସୀମିତ ରହିବ ନାହିଁ । ବରଂ ଅଧିକାଂଶ ନୂଆ H-1B ଭିସା ଆବେଦନକାରୀଙ୍କ ଉପରେ ଲାଗୁ ହୋଇପାରେ ।
ଏଥିସହ ପଢ଼ନ୍ତୁ: କଟକଣା ସତ୍ତ୍ୱେ ଭାରତରେ ପହଞ୍ଚିଲେ ୧୫୦ ସିନ୍ଧି କନ୍ୟା… ଖୁବଶୀଘ୍ର ହେବେ ଭାରତୀୟଙ୍କ ବୋହୂ
ଆମେରିକା ଡିପାର୍ଟମେଣ୍ଟ ଅଫ୍ ହୋମଲାଣ୍ଡ ସିକ୍ୟୁରିଟି ଏହି ପ୍ରସ୍ତାବକୁ ଫେଡାଲ୍ ରେଜିଷ୍ଟରରେ ପ୍ରକାଶିତ କରିଛି । ଯଦି ଏହାକୁ ଚୂଡ଼ାନ୍ତ ଅନୁମୋଦନ ମିଳେ । ତାହେଲେ ନୂଆ H-1B ଭିସା ଫିସ୍ ସ୍ଥାୟୀ ଭାବେ ଲାଗୁ ହୋଇପାରେ । ଟ୍ରମ୍ପ ପ୍ରଶାସନ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଅନ୍ତିମ ରୂପ ଦେବାକୁ ପ୍ରୟାସ କରୁଛି ।
ପୂର୍ବରୁ ଲଗାଇଥିଲେ ଅଧିକ ଫିସ୍
ଗତବର୍ଷ ଟ୍ରମ୍ପ ପ୍ରଶାସନ H-1B ଭିସା ଉପରେ ଅସ୍ଥାୟୀ ଭାବେ ୧ ଲକ୍ଷ ଡଲାର୍ ଫିସ୍ ଲଗାଇଥିଲେ । କିନ୍ତୁ, ଜୁନ୍ରେ ଏକ ଫେଡରାଲ୍ ଜଜ୍ ଏହି ଫିସ୍କୁ ଅବୈଧ ଦର୍ଶାଇବା ପ୍ରଶାସନକୁ ଆଦାୟ ଲାଗି ମନା କରିଥିଲେ । ଏବେ ଆମେରିକା ପ୍ରଶାସନ ଉକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି । ଯାହାର ଶୁଣାଣି କୋର୍ଟରେ ଚାଲିଛି ।
H-1B ଭିସା କ'ଣ ?
H-1B ଭିସା ଜରିଆରେ ଆମେରିକୀୟ କମ୍ପାନ ବିଶେଷକରି IT ଓ ଅନ୍ୟ ପେସାଦାର କ୍ଷେତ୍ରରେ ବିଦେଶୀ କର୍ମଚାରୀଙ୍କୁ ଚାକିରିରେ ରଖା ଯାଇଥାଏ । ଟେକ୍ନୋଲୋଜି, ଶିକ୍ଷା ଓ ରିସର୍ଚ୍ଚ ଆଦି କ୍ଷେତ୍ରର ବ୍ୟାପକ ଭାବେ H-1B ଭିସାର ବ୍ୟବହାର କରାଯାଏ । ପ୍ରତିବର୍ଷ ୬୫ ହଜାର ସାମାନ୍ୟ H-1B ଭିସା ଜାରି କରିଥାଏ ଆମେରିକା ।
ଏଥିସହ ପଢ଼ନ୍ତୁ: ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଏବେ ‘ଆମେରିକାର ଅଞ୍ଚଳ’ ! ମ୍ୟାପ୍ ଶେୟାର କଲେ ଟ୍ରମ୍ପ
ସେହିଭଳି ଆଡଭାନ୍ସ ଡିଗ୍ରୀଧାରୀ ବିଦେଶୀ କର୍ମଚାରୀଙ୍କ ପାଇଁ ୨୦ ହଜାର ଅତିରିକ୍ତ ଭିସାର ପ୍ରାବଧାନ ରହିଛି । ସାଧାରଣତଃ ଏହି ଭିସା ୩ରୁ ନେଇ ୬ ବର୍ଷ ପର୍ଯ୍ୟନ୍ତ ମଞ୍ଜୁର କରାଯାଇଥାଏ । ଟ୍ରମ୍ପଙ୍କ ପ୍ରସ୍ତାବ ପୂର୍ବରୁ H-1B ଭିସା ସହ ଜଡ଼ିତ ଫିସ୍ ପ୍ରାୟ ୨ ହଜାରରୁ ୫ ହଜାର ଡଲାର୍ ମଧ୍ୟରେ ଥିଲା । ଏବେ ଏହାକୁ ଅନେକ ଗୁଣା ବୃଦ୍ଧି କରଯାଇ ୧ ଲକ୍ଷ ୩ ହଜାର ୨୬୫ ଡଲାର୍ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories