Pakistani Influencer African Wife / ପାକିସ୍ତାନରୁ ଆଫ୍ରିକା ଯାଇଥିଲେ ବୁଲିବାକୁ...କେମିତି ପାଲଟିଗଲେ କବିଲେଙ୍କ ପତ୍ନୀ ?
·55 mins ago·2 min read

Key Points
ଚର୍ଚ୍ଚାରେ ପାକିସ୍ତାନ ଇନଫ୍ଲୁଏନ୍ସର ରବିଆ
ଆଫ୍ରିକା ବୁଲିବାକୁ ଯାଇଥିଲେ, ହେଲେ
କେମିତି ପାଲଟିଗଲେ ଆଫ୍ରିକୀୟ ଯୁବକଙ୍କ ପତ୍ନୀ ?

ସାରା ବିଶ୍ୱ ଭ୍ରମଣ କରୁଥିବା ପାକିସ୍ତାନୀ ବ୍ଲଗର ରାବିଆ ଏବେ ଚର୍ଚ୍ଚାରେ । ଆଫ୍ରିକାକୁ ବୁଲିବାକୁ ଯାଇଥିବାବେଳେ ସେ ଜଣେ ଆଫ୍ରିକୀୟଙ୍କ ପତ୍ନୀ ପାଲଟିଯାଇଛନ୍ତି । ନିକଟରେ ରବିଆ ଆଫ୍ରିକାର ହମାର ସମ୍ପ୍ରଦାୟକୁ ଗସ୍ତ କରିଥିଲେ, ଠିକ୍ ସେତିକିବେଳେ ଏହି ଆକର୍ଷଣୀୟ ଘଟଣା ଘଟିଥିଲା । ଏହି ଯାତ୍ରା ସମୟରେ ରାବିଆ ଆଫ୍ରିକାର ହମାର ସମ୍ପ୍ରଦାୟର ଜୀବନଶୈଳୀ ଏବଂ ସଂସ୍କୃତିକୁ କ୍ୟାମେରାରେ କଏଦ କରୁଥିଲେ ।
ଠିକ୍ ଏହି ସମୟରେ, ସେ ଜନଜାତିର ଜଣେ ଯୁବକଙ୍କୁ ଭେଟିଥିଲେ, ଯିଏ ତାଙ୍କ ହାତରେ ଏକ ପାରମ୍ପରିକ ଚୁଡ଼ି ପିନ୍ଧାଇଥିଲେ । ରାବିଆ ତାଙ୍କ ଭିଡିଓରେ ଯାହା ପ୍ରକାଶ କରିଥିଲେ ତାହା ଲୋକମାନଙ୍କୁ ସ୍ତବ୍ଧ କରିଦେଇଥିଲା । ଆଫ୍ରିକାରେ ଚୁଡ଼ି ପିନ୍ଧାଇବା ଏକ ବିବାହ ପ୍ରଥା (ହମାର ଜନଜାତି ଚୁଡ଼ି ପ୍ରଥା) ବୋଲି ବିବେଚନା କରାଯାଏ । ଏଠାରେ ଯୁବକମାନେ ତାଙ୍କ ମନ ପସନ୍ଦର ଯୁବତୀଙ୍କୁ ଚୁଡି ପିନ୍ଧାଇ ପତ୍ନୀ ଭାବେ ଗ୍ରହଣ କରନ୍ତି ।
ଚୁଡ଼ି ପିନ୍ଧାଇବା ମାତ୍ରେ, ସ୍ଥାନୀୟ ରୀତିନୀତି ଅନୁଯାୟୀ ଯୁବକ ଜଣକ ରାବିଆଙ୍କୁ ତାଙ୍କ ସ୍ତ୍ରୀ ବୋଲି କହିବା ଆରମ୍ଭ କରିଥିଲେ । ଏ ନେଇ ରବିଆ କହିଛନ୍ତି ଯେ ଯୁବକ ଜଣକ ସେହି ଅଞ୍ଚଳରୁ ସବୁଠୁ କନିଷ୍ଠ ଓ ଅବିବାହିତ । ସେ ରବିଆଙ୍କୁ ଦେଖିବା ମାତ୍ରେ ତୁରନ୍ତ ତାଙ୍କ ହାତରେ ପରମ୍ପରା ଅନୁଯାୟୀ ଏକ ଚୁଡି ପିନ୍ଧାଇ ଦେଇଥିଲା ଓ ତାଙ୍କୁ ସ୍ତ୍ରୀ ବୋଲି ଘୋଷଣା କରିବା ସହ ତାଙ୍କ ହାତକୁ ଛାଡ଼ିନଥିଲା । ଭିଡିଓରେ ରବିଆ ଆଫ୍ରିକୀୟ ଯୁବକଙ୍କଠାରୁ ଖସିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି ।
ପଢନ୍ତୁ ଏହି ଖବର: କାରରେ ପ୍ରେମିକାଙ୍କ ୩୪୦୦ ଚୁମ୍ବନ ଚିହ୍ନ; ୩ ଘଣ୍ଟାର ପରିଶ୍ରମ, ୫୫ ଲକ୍ଷ ଭ୍ୟୁଜ୍....ତା ପରେ ଏମିତି ହେଲା ପୋଲିସର ଏଣ୍ଟ୍ରି
ଭିଡିଓଟି ଦେଖିଥିବା କିଛି ବ୍ୟବହାରକାରୀ ତାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି । ଲୋକମାନେ ଭିଡିଓଟି ଉପରେ ବିଭିନ୍ନ ମଜାଦାର କମେଣ୍ଟ କରିଛନ୍ତି, ପଚାରୁଛନ୍ତି, "ସେ ଏବେ ପାକିସ୍ତାନ ଫେରିବେ କି ନାହିଁ ?" ତେବେ ଏହି ପାକିସ୍ତାନୀ ଇନଫ୍ଲୁଏନ୍ସର ସେହି ପରିସ୍ଥିତିରୁ କିପରି ମୁକୁଳିଲେ, ସେନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି । ହୁଏତ ଆଗକୁ ସେ ଏହି ସମ୍ପର୍କରେ କହିପାରନ୍ତି ।

- କଣ ପୂରା ଘଟଣା ?

- କଣ କହିଲେ ସୋସିଆଲ ମିଡିଆ ୟୁଜର୍ସ ?
ପଢନ୍ତୁ ଏହି ଖବର: କାରରେ ପ୍ରେମିକାଙ୍କ ୩୪୦୦ ଚୁମ୍ବନ ଚିହ୍ନ; ୩ ଘଣ୍ଟାର ପରିଶ୍ରମ, ୫୫ ଲକ୍ଷ ଭ୍ୟୁଜ୍....ତା ପରେ ଏମିତି ହେଲା ପୋଲିସର ଏଣ୍ଟ୍ରି
ଭିଡିଓଟି ଦେଖିଥିବା କିଛି ବ୍ୟବହାରକାରୀ ତାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି । ଲୋକମାନେ ଭିଡିଓଟି ଉପରେ ବିଭିନ୍ନ ମଜାଦାର କମେଣ୍ଟ କରିଛନ୍ତି, ପଚାରୁଛନ୍ତି, "ସେ ଏବେ ପାକିସ୍ତାନ ଫେରିବେ କି ନାହିଁ ?" ତେବେ ଏହି ପାକିସ୍ତାନୀ ଇନଫ୍ଲୁଏନ୍ସର ସେହି ପରିସ୍ଥିତିରୁ କିପରି ମୁକୁଳିଲେ, ସେନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି । ହୁଏତ ଆଗକୁ ସେ ଏହି ସମ୍ପର୍କରେ କହିପାରନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories