German Residential Building Fire / ଆବାସିକ କୋଠାରେ ଲାଗିଲା ନିଆଁ; ୩ ଭାରତୀୟ ମୃତ୍ୟୁ, ହତ୍ୟା ସନ୍ଦେହରେ ଜଣେ ରୋମାନୀୟ ଗିରଫ
·1 hour ago·2 min read

Key Points
ଘଟଣାର ତଦନ୍ତ କରୁଥିବା ପୋଲିସ ହତ୍ୟା ସନ୍ଦେହରେ ସେହି କୋଠାରେ ରହୁଥିବା ଜଣେ ୪୧ ବର୍ଷୀୟ ରୋମାନିଆ ନାଗରିକଙ୍କୁ ଗିରଫ କରିଛି।
ମଙ୍ଗଳବାର (୧୩ ଅକ୍ଟୋବର) ଜର୍ମାନୀ ସ୍ଥିତ ବୋଖୁମ୍ ସହରସ୍ଥିତ ଏକ ଆବାସିକ କୋଠାରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଘଟଣାରେ ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପୋଲିସ ହତ୍ୟା ସନ୍ଦେହରେ ଜଣେ ରୋମାନିଆ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୋଖୁମ୍ ସହରର ହଫଷ୍ଟେଡ୍ ଅଞ୍ଚଳରେ ଥିବା ଏକ ବହୁ-ପରିବାର ଆବାସିକ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବିଭାଗ କର୍ମଚାରୀ ଦ୍ୱିତୀୟ ମହଲା ଆପାର୍ଟମେଣ୍ଟ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ୨୫ ଏବଂ ୨୭ ବର୍ଷ ବୟସର ୨ ମହିଳା ଏବଂ ଜଣେ ୨୬ ବର୍ଷୀୟ ପୁରୁଷ ଅଛନ୍ତି। ସମସ୍ତ ୩ ଜଣ ମୃତକ ଭାରତୀୟ ନାଗରିକ ବୋଲି କୁହାଯାଉଛି।
ଅଗ୍ନିକାଣ୍ଡରେ ୫ ଆହତ
ବୋଖୁମ୍ ସହରର ହଫଷ୍ଟେଡ୍ ଅଞ୍ଚଳର ଏହି ଆବାସିକ କୋଠାରେ ହୋଇଥିବା ଅଗ୍ନିକାଣ୍ଡରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଧୂଆଁ ସଂସ୍ପର୍ଶରେ ଆସିବା ଯୋଗୁଁ ଅନ୍ୟ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ସହର ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକ କେଉଁ ଦେଶର ନାଗରିକ ରହିଥିଲେ ତାହା ସ୍ପଷ୍ଟ ହୋଇନାହିଁ।
ଆବାସିକ କୋଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି। ପୋଲିସ ହତ୍ୟା ସନ୍ଦେହରେ ସେହି କୋଠାରେ ରହୁଥିବା ଜଣେ ୪୧ ବର୍ଷୀୟ ରୋମାନୀୟ ନାଗରିକଙ୍କୁ ଗିରଫ କରିଛି। ପୋଲିସ ବର୍ତ୍ତମାନ ଅଗ୍ନିକାଣ୍ଡ କିପରି ଆରମ୍ଭ ହୋଇଥିଲା ଏବଂ ଏହା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଥିଲା ନା ନାହିଁ ତାହାର ତଦନ୍ତ କରୁଛି।
ଏହା ସହ ପଢନ୍ତୁ: ଭାରତୀୟଙ୍କୁ ନେଇ ଯାଉଥିବା ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ; ନାବିକ ମୃତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଙ୍ଗଳବାର ସକାଳେ (ଭାରତୀୟ ସମୟ ପ୍ରାୟ ୦୪:୧୫ AM) ଏହି ଅଗ୍ନିକାଣ୍ଡ ହୋଇଥିବାର ଜଣାପଡ଼ିଛି। ଏହି ଆବାସିକ କୋଠାରେ ହଠାତ୍ ନିଆଁ ଲାଗିଥିଲା ବୋଲି କୁହାଯାଉଛି। ଅଗ୍ନିକାଣ୍ଡକୁ ଆୟତ୍ତ କରାଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ହେଲେ ସେହି ୩ ଜଣ ଭାରତୀୟଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଏହି ଘଟଣାର ତଦନ୍ତ ଚାଲିଛି। ପୋଲିସ ମାମଲାର ପ୍ରତ୍ୟେକ ଦିଗକୁ ଯାଞ୍ଚ କରୁଛି। ତଦନ୍ତକାରୀ ଦଳ ଅଗ୍ନିକାଣ୍ଡର କାରଣ ଭାବରେ ଯାନ୍ତ୍ରିକ ତ୍ରୁଟିକୁ ଖାରଜ କରିଛନ୍ତି। ନିଆଁ ଲାଗିବା ପଛର ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ହେଲେ ତଥାପି ଅଗ୍ନିକାଣ୍ଡ ପଛରେ ରହିଥିବା କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। ଆବାସିକ କୋଠାରେ ନିଆଁ ଉଦ୍ଦେଶ୍ୟମୂଳକ ଲଗାଯାଇଛି ନାଁ ଏହା ଦୁର୍ଘଟଣାବଶତ ଲାଗିଥିଲା ତାହାର ତଦନ୍ତ ଏବେ ମଧ୍ୟ ଜାରି ରହିଛି।
Related Topics
Explore more stories