Videos
|
International

Russian Drone Strike in Ukraine / ଭାରତୀୟଙ୍କୁ ନେଇ ଯାଉଥିବା ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ; ନାବିକ ମୃତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଭାରତୀୟଙ୍କୁ ନେଇ ଯାଉଥିବା ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ; ନାବିକ ମୃତ
Russian Drone Strike in UkraineTurkish ship attack

Key Points

ଏହା ପୂର୍ବରୁ ରବିବାର (୪ ଅକ୍ଟୋବର), ୟୁକ୍ରେନ ସ୍ଥିତ ସୁମି ଠାରେ ଋଷିଆ ପକ୍ଷରୁ ଭାରତୀୟ ବ୍ୟବସାୟୀଙ୍କ ମାଲିକାନାରେ ଥିବା ଏକ ଔଷଧ ଗୋଦାମ ଉପରେ ହୋଇଥିଲା ଆକ୍ରମଣ।
ଭାରତୀୟଙ୍କୁ ନେଇ ଯାଉଥିବା ଏକ ଜାହାଜ ଉପରେ ଋଷିଆ ପକ୍ଷରୁ ହୋଇଛି ଡ୍ରୋନ୍ ଆକ୍ରମଣ। ସୋମବାର (୫ ଅକ୍ଟୋବର) ଏହି ଆକ୍ରମଣ ସମ୍ପର୍କରେ ପ୍ରତିକ୍ରିୟା ରଖି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି କହିଛନ୍ତି ଯେ କୃଷ୍ଣସାଗରରେ ଏକ ତୁର୍କୀ ପତାକା ରହିଥିବା ମାଲବାହୀ ଜାହାଜ ଉପରେ ଋଷିଆ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ହୋଇଥିବା ଅଗ୍ନିକାଣ୍ଡରେ ଅତି କମରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନ୍ୟ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ତୁର୍କୀ ପତାକା ରହିଥିବା ମାଲବାହୀ ଜାହାଜରେ ଭାରତ ଏବଂ ଆଜରବୈଜାନ ନାଗରିକ ରହିଥିଲେ।

ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ଏକ୍ସ (X) ପୋଷ୍ଟ ସେୟାର କରି କହିଛନ୍ତି, "ଦୁଇଟି ଋଷୀୟ ଡ୍ରୋନ୍ ନିର୍ବିବାଦୀୟ ଜଳସୀମାରେ ମକା ପରିବହନ କରୁଥିବା ଏକ ମାଲବାହୀ ଜାହାଜ ଉପରେ ଏକ ଆକ୍ରମଣ କରିଥି୍ଲା। ଏହି ଜାହାଜରେ ତୁର୍କୀ ପତାକା ଲାଗିଥିଲା ଏବଂ ଏଥିରେ ଭାରତ ଏବଂ ଆଜରବୈଜାନ ନାଗରିକ ରହିଥିଲେ। ଦୁର୍ଭାଗ୍ୟବଶତଃ, ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣରେ ଜାହାଜର କ୍ୟାପ୍ଟେନ୍ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିବାରକୁ ମୁଁ ମୋର ସମବେଦନା ଜଣାଉଛି। ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ ସୂଚନା ଏପର୍ଯ୍ୟନ୍ତ ସଂଗ୍ରହ କରାଯାଉଛି।" 


୧୧ ଜଣଙ୍କୁ କରାଯାଇଛି ଉଦ୍ଧାର; ଜଣେ ଗୁରୁତର
ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ପରେ ୧୧ ଜଣ ଚାଳକ ଦଳ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ଆହୁରି କହିଛନ୍ତି ଯେ ୟୁକ୍ରେନ୍ ବାରମ୍ବାର ଉତ୍ତେଜନା ହ୍ରାସ କରିବା ଏବଂ କୃଷ୍ଣ ସାଗର ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଠିନ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛି। ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ଯେ, "ବୈଶ୍ୱିକ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଟିତ କରିବା ପାଇଁ ଚାପ ପ୍ରୟୋଗ କରିବା ଆବଶ୍ୟକ।

ଏହା ସହ ପଢନ୍ତୁ: ଋଷିଆ ଆକ୍ରମଣରେ ଧ୍ୱଂସ ହୋଇଗଲା ୟୁକ୍ରେନ୍ ସ୍ଥିତ ଭାରତୀୟ ଫାର୍ମା କମ୍ପାନୀ

ପୂର୍ବରୁ ଗତ ରବିବାର (୪ ଅକ୍ଟୋବର) ୟୁକ୍ରେନ ସ୍ଥିତ ସୁମି ଅଞ୍ଚଳରେ ହୋଇଥିବା ଋଷୀୟ ଡ୍ରୋନ୍ ଆକ୍ରମଣରେ ଭାରତୀୟ ବ୍ୟବସାୟୀଙ୍କ ମାଲିକାନାରେ ରହିଥିବା ଏକ ଔଷଧ କାରଖାନାରେ କାର୍ଯ୍ୟରତ ଜଣେ ୫୨ ବର୍ଷୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ଭାରତ କେବଳ ଓକିଲାତି କରିବା ଠାରୁ ଆଗକୁ ବଢ଼ିଛି। ବିଗତ କିଛି ମାସ ମଧ୍ୟରେ ମସ୍କୋ-କୀଭ୍ ଉଭୟଙ୍କ ସହିତ ଆଲୋଚନା କରି ୟୁକ୍ରେନ୍ ସଙ୍କଟର ସମାଧାନ କରିବା ପାଇଁ ପ୍ରୟାସକୁ ତୀବ୍ର କରିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: