Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ମୁଁ କିମ୍ବା ଇଟାଲୀ କେବେ ବି ଭିକ ମାଗେ ନାହିଁ': ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

International

Trump vs Meloni / 'ମୁଁ କିମ୍ବା ଇଟାଲୀ କେବେ ବି ଭିକ ମାଗେ ନାହିଁ': ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
'ମୁଁ କିମ୍ବା ଇଟାଲୀ କେବେ ବି ଭିକ ମାଗେ ନାହିଁ': ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ
Meloni Calls Trump’s Remarks False

Key Points

ଫଟୋ ଉଠାଇବାକୁ ନେଇ ଟ୍ରମ୍ପଙ୍କ ମନ୍ତବ୍ୟର ଧଜିଆ ଉଡ଼ାଇଲେ ଇଟାଲୀ ରାଷ୍ଟ୍ରପତି । ଜି-୭ ସମ୍ମିଳନୀରେ ଟ୍ରମ୍ପଙ୍କ ସହ ଫଟୋ ଉଠାଇବାକୁ ମେଲୋନି ଅନୁରୋଧ କରିଥିଲେ କହିଥିଲେ ଆମେରିକା ରାଷ୍ଟ୍ରପତି ।
ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ କଡ଼ା କାଉଣ୍ଟର । ଫଟୋ ଉଠାଇବାକୁ ନେଇ ଟ୍ରମ୍ପଙ୍କ ମନ୍ତବ୍ୟର ଧଜିଆ ଉଡ଼ାଇଲେ ଇଟାଲୀ ରାଷ୍ଟ୍ରପତି । ଜି-୭ ସମ୍ମିଳନୀରେ ଟ୍ରମ୍ପଙ୍କ ସହ ଫଟୋ ଉଠାଇବାକୁ ମେଲୋନି ଅନୁରୋଧ କରିଥିଲେ କହିଥିଲେ ଆମେରିକା ରାଷ୍ଟ୍ରପତି ।

ଟ୍ରମ୍ପଙ୍କ ଏହି ମନ୍ତବ୍ୟର ତୀବ୍ର ପ୍ରତିବାଦ କରିଛନ୍ତି ଜିଓର୍ଜିଆ ମେଲୋନି । ସେ କହିଛନ୍ତି, "ଜଣେ ଏଭଳି କିଭଳି କହିପାରେ ? ଟ୍ରମ୍ପ ସମ୍ପୂର୍ଣ୍ଣ ଭାବେ ମନଗଢ଼ା କଥା କହୁଛନ୍ତି । ଟ୍ରମ୍ପ ପୂରା ମିଛ କହୁଛନ୍ତି ।"

ଏଥିସହ ପଢ଼ନ୍ତୁ: 'ଚୀନର ଉହାନ ଲ୍ୟାବକୁ ଫଣ୍ଡିଂ ଦେଉଥିଲେ ଆମେରିକାର ବରିଷ୍ଠ ବୈଜ୍ଞାନିକ'; ତୁଳସୀଙ୍କ ବଡ଼ ଖୁଲାସା 

ଏପରିକି ସହଯୋଗୀ ରାଷ୍ଟ୍ରପତି ଟ୍ରମ୍ପ କେବେ ଏତେ ସମ୍ମାନ ଦେଖାନ୍ତି ନାହିଁ ଯେତିକି ଏବେ ସେ ପାଶ୍ଚାତ୍ୟ ରାଷ୍ଟ୍ର ଶତ୍ରୁଙ୍କ ପ୍ରତି ଦେଖାଉଛନ୍ତି ବୋଲି କହିଛନ୍ତି ଇଟାଲୀ ରାଷ୍ଟ୍ରପତି ମେଲୋନି ।

ଆମେରିକା ଯିବେନି ଇଟାଲୀର ବୈଦେଶିକ ମନ୍ତ୍ରୀ

ରୟଟର୍ସ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ମେଲୋନି ନାରାଜ ଅଛନ୍ତି । ଯାହା ପ୍ରଭାବରେ ଇଟାଲୀର ବୈଦେଶିକ ମନ୍ତ୍ରୀ ଏଣ୍ଟୋନିଯୋ ତଜାନୀ ଆଗାମୀ ସପ୍ତାହରେ ଆମେରିକା ଯିବା ଗସ୍ତକୁ ବାତିଲ୍ କରି ଦେଇଛନ୍ତି ।


କ'ଣ କହିଥିଲେ ଟ୍ରମ୍ପ ?

ଫ୍ରାନ୍ସରେ ଆୟୋଜିତ କାର୍ଯ୍ୟକ୍ରମର ଭିଡିଓରେ ମେଲୋନି ଓ ଟ୍ରମ୍ପଙ୍କୁ ଏକ ଛୋଟିଆ ସୋଫାରେ ଏକାଠି ବସି କଥା ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଟ୍ରମ୍ପ ଦାବି କରିଥିଲେ ଯେ, ମେଲୋନି ତାଙ୍କ ସହ କଥା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, ହୁଏତ ମୁଁ କଥା ହୋଇଥିବାରୁ ମେଲୋନି ଖୁସି ହୋଇଥିବେ । ତାଙ୍କ ସହ କଥା ହେବା ମୋ ପାଇଁ ଜରୁରୀ ନଥିଲା ।

ମେଲୋନିଙ୍କ ମୁଡ୍ ଅଫ୍

ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇଛନ୍ତି ମେଲୋନି । ସେ କହିଛନ୍ତି, "ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ମନ ଗଢ଼ା ଅଟେ । ମୁଁ ସତରେ ଚକିତ । ମୋତେ ଜଣାନାହିଁ ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କ ସହ ଏଭଳି ବ୍ୟବହାର କରିଥାନ୍ତି । ଏମିତି ପ୍ରଥମଥର ହୋଇଛି ।"

ଏଥିସହ ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରୁ ନାକାବନ୍ଦୀ ହଟାଇଲା ଆମେରିକା, ୬୦ ଦିନ ଯାଏଁ ବିନା ଶୁଳ୍କରେ ଯାତାୟାତ କରିପାରିବ ଜାହାଜ 

ମୁଁ କେବଳ ଏତିକି କହିବି ଏହା ନୈରାଶ୍ୟଜନକ । ସେ ମନ ରଖିବା ଦରକାର ନା ମୁଁ ନା ଇଟାଲୀ କେବେ କାହାରି ଆଗରେ ହାତ ପାତି ନାହୁଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ମେଲୋନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored