Videos
|
International

Strait of Hormuz Blockade / ହର୍ମୁଜ ପ୍ରଣାଳୀରୁ ନାକାବନ୍ଦୀ ହଟାଇଲା ଆମେରିକା, ୬୦ ଦିନ ଯାଏଁ ବିନା ଶୁଳ୍କରେ ଯାତାୟାତ କରିପାରିବ ଜାହାଜ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ହର୍ମୁଜ ପ୍ରଣାଳୀରୁ ନାକାବନ୍ଦୀ ହଟାଇଲା ଆମେରିକା, ୬୦ ଦିନ ଯାଏଁ ବିନା ଶୁଳ୍କରେ ଯାତାୟାତ କରିପାରିବ ଜାହାଜ
Strait of Hormuz

Key Points

ହର୍ମୁଜ ପ୍ରଣାଳୀରୁ ନାକାବନ୍ଦୀ ହଟିଲା
୬୦ ଦିନ ଅବଧି ଯାଏ ବ୍ଲକେଡ ହଟିବା ନେଇ ଜେଡି ଭାନ୍ସଙ୍କ ସୂଚନା
ଭାରତ ପାଇଁ ବଡ଼ ଆଶ୍ୱସ୍ତି
ଆମେରିକା ହର୍ମୁଜ ପ୍ରଣାଳୀ ଏବଂ ଇରାନର ବନ୍ଦରଗୁଡ଼ିକରୁ ନାକାବନ୍ଦୀ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛି । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ପାଇଁ ଏକ ପ୍ରାରମ୍ଭିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବା ପରେ ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ମଧ୍ୟରେ ଏକ ୧୪-ଦଫା ସମ୍ବଳିତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଏହାପରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ନାକାବନ୍ଦୀ ହଟାଇବା ନେଇ ଆଧିକାରିକ ଘୋଷଣା କରିଛି ।

ଶାନ୍ତିଚୁକ୍ତି ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଚୂଡ଼ାନ୍ତ ଆଲୋଚନା ପାଇଁ ୬୦ ଦିନର ସମୟ ଧାର୍ଯ୍ୟ କରାଯାଇଛି । ଇରାନକୁ ତା'ର ସମସ୍ତ ସମୃଦ୍ଧ ୟୁରେନିୟମ ଭଣ୍ଡାରକୁ ନଷ୍ଟ କରିବାକୁ ପଡ଼ିବ ଏବଂ ପରମାଣୁ ଅସ୍ତ୍ର ନିର୍ମାଣ ନ କରିବାକୁ ପ୍ରତିଶ୍ରୁତି ଦେବାକୁ ହେବ । ବର୍ତ୍ତମାନ ପାଇଁ ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜଗୁଡ଼ିକ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ବିନା କୌଣସି ଶୁଳ୍କରେ ଯାତାୟାତ କରିପାରିବେ ।

ଅଧିକ ପଢ଼ନ୍ତୁ: ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା


ଏହି ନାକାବନ୍ଦୀ ହଟିବା ଦ୍ବାରା ଭାରତ ବଡ଼ ଆଶ୍ଵସ୍ତି ପାଇଛି । ପ୍ରାୟ ତିନି ମାସ ଧରି ଯୁଦ୍ଧାଞ୍ଚଳରେ ଫସି ରହିଥିବା ଭାରତୀୟ ଏଲ୍‌ଏନ୍‌ଜି ଜାହାଜ 'ଦିଶା' ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଗୁଜରାଟ ଅଭିମୁଖେ ଯାତ୍ରା କରିଛି । ଭାରତ ନିଜର ପ୍ରାୟ ୬୦% ଏଲ୍‌ଏନ୍‌ଜି ଏବଂ ୪୦% ଅଶୋଧିତ ତୈଳ ଏହି ମାର୍ଗ ଦେଇ ଆମଦାନୀ କରିଥାଏ ।

ସୂଚନା ଅନୁସାରେ, ଆମେରିକା-ଇରାନ ମଧ୍ୟରେ ୩ ମାସ ୩ ସପ୍ତାହ ଧରି ଜାରି ରହିଥିବା ଯୁଦ୍ଧର ଯବନିକା ପଡ଼ିଛି । ଯୁଦ୍ଧ ବନ୍ଦ ଲାଗି ଉଭୟ ଦେଶ ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
US Lifts Hormuz Strait Blockade After Iran Peace Deal | Argus News