Wuhan Lab Funding / 'ଚୀନର ଉହାନ ଲ୍ୟାବକୁ ଫଣ୍ଡିଂ ଦେଉଥିଲେ ଆମେରିକାର ବରିଷ୍ଠ ବୈଜ୍ଞାନିକ'; ତୁଳସୀଙ୍କ ବଡ଼ ଖୁଲାସା
·3 months ago·3 min read

Key Points
ଜୀବନ ଓ ମୃତ୍ୟୁର ମଧ୍ୟରେ ଥିବା ଫରକକୁ ସମସ୍ତଙ୍କୁ ପରିଚିତ କରାଇଥିବା କରୋନା ଭୂତାଣୁକୁ ନେଇ ହୋଇଛି ଚାଞ୍ଚଲ୍ୟକର ଖୁଲାସା । ଆମେରିକାର ଜାତୀୟ ଗୁଇନ୍ଦା ସଂସ୍ଥା (DNI)ର ବିଦାୟୀ ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।
ନୂଆଦିଲ୍ଲୀ: ମହାମାରୀ କୋଭିଡ୍… ଯାହାକୁ ନେଇ ବିଶ୍ଵ ଆତଙ୍କିତ ଥିଲା । ଯେଉଁଥିରେ ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲା । ଜୀବନ ଓ ମୃତ୍ୟୁର ମଧ୍ୟରେ ଥିବା ଫରକକୁ ସମସ୍ତଙ୍କୁ ପରିଚିତ କରାଇଥିବା କରୋନା ଭୂତାଣୁକୁ ନେଇ ହୋଇଛି ଚାଞ୍ଚଲ୍ୟକର ଖୁଲାସା ।
ଚୀନର ଉହାନ ଲ୍ୟାବ୍ରୁ କୋଭିଡ୍ ବ୍ୟାପିଥିଲା । ଏବେ ଏହା ପଚରେ ଆମେରିକାର ବରିଷ୍ଠ ବୈଜ୍ଞାନିକ ଥିବା ତଥ୍ୟ ସାମ୍ନାକୁ ଆସିଛି । ଆମେରିକାର ଜାତୀୟ ଗୁଇନ୍ଦା ସଂସ୍ଥା (DNI)ର ବିଦାୟୀ ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ତୁଳସୀ ଗାବାର୍ଡଙ୍କ ଦାବି ଅନୁସାରେ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆନ୍ଥୋନି ଫାଉସି ଉହାନର ଏକ ରିସର୍ଚ୍ଚ ଲ୍ୟାବକୁ ଫଣ୍ଡି ଦେଇଥିଲେ । ଏତିକି ନୁହେଁ ଫାଉସି ଜାଣିଶୁଣି ଆମେରିକାର ସଂସଦକୁ ମିଛ ତଥ୍ୟ ଦେଇଥିବା ଦାବି କରିଛନ୍ତି ତୁଳସୀ ।
ଏଥିସହ ପଢ଼ନ୍ତୁ: ଲେବାନନ ଉପରେ ଇସ୍ରାଏଲ୍ର ରାତି ଅଧିଆ ଷ୍ଟ୍ରାଇକ୍, ୧୬ ଜଣଙ୍କ ମୃତ୍ୟୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଦ ଛାଡ଼ିବାର ଶେଷ ଦିନରେ ବଡ଼ ଦାବି
ତୁଳସୀ ଗାବାର୍ଡ ତାଙ୍କ ଅସୁସ୍ଥ ସ୍ଵାମୀଙ୍କ ଦେଖାଶୁଣା ପାଇଁ ଗତ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ଗୁଇନ୍ଦ ମୁଖ୍ୟ ପଦ ଛାଡ଼ିଥିଲେ । ତାଙ୍କ କାର୍ଯ୍ୟକାଳର ଶେଷ ଦିନ ତୁଳସୀ ଗାବାର୍ଡ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ତଥ୍ୟ ସମ୍ବଳିତ ଦସ୍ତାବିଜ୍ ଦେଇ ଆନ୍ଥୋନି ଫାଉସିଙ୍କୁ ଟାଣିଛନ୍ତି ତୁଳସୀ ।
ସେ କହିଛନ୍ତି, "ଉହାନର ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (WIV)ରେ ବାଦୁଡ଼ି କୋଭିଡ୍ ଭୂତାଣୁ ଉପରେ ବିପଜ୍ଜନକ ଅଧ୍ୟୟନ ପାଇଁ ଫାଉସି ଆମେରିକୀୟ ଟିକସଦାତାଙ୍କ ଲକ୍ଷ ଲକ୍ଷ ଡଲାର ଫଣ୍ଡି ଦେଇଥିଲେ ।"
ଏପରିକି ୨୦୨୦ ଆରମ୍ଭରେ ଆମେରିକାରେ କୋଭିଡ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ବାଇଡେନ୍ ସରକାରର ରଣନୀତିର ନେତୃତ୍ଵ ନେଇଥିଲେ ଫାଉସି । ଏପରିକି ସେ ଲ୍ୟାବରୁ ଭାଇରସ୍ ଲିକ୍ ହୋଇଥିବା ସତ ଲୁଚାଇବା ପାଇଁ ରାଜନୀତି କରିଥିବା ତୁଳସୀ ଅଭିଯୋଗ କରିଛନ୍ତି ।
ତୁଳସୀଙ୍କ କାର୍ଯ୍ୟାଳୟ ଅନୁସାରେ, ୮୫ ବର୍ଷୀୟ ଫାଉସି ୨୦୨୫ ଡିସେମ୍ବରରେ ପଦ ଛାଡ଼ିବା ପର୍ଯ୍ୟନ୍ତ ୩୮ ବର୍ଷ ଯାଏ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏଣ୍ଡ୍ ଇନଫେକ୍ସନ୍ ଡିଜିଜ୍ (NIAID)ର ମୁଖ୍ୟ ଥିଲେ । ଫାଉସି ବଡ଼ ବଡ଼ କମ୍ପାନୀ ସହ କୋରନା ରିସର୍ଚ୍ଚ ଓ ସାର୍ବଜନୀନ ଭ୍ଯାକ୍ସିନ୍ ତିଆରି ପାଇଁ ଫଣ୍ଡି କରିଥିଲେ ।
ପରଦା ପଛରେ ରହି ଫାଉସି ପରାମର୍ଶ ଦେଉଥିଲେ । ଏପରିକି ନିଜେ ବାଛିଥିବା ବିଶେଷଜ୍ଞଙ୍କ ସହ ମିଶି କୋଭିଡ୍ ଭୂତାଣୁ ପ୍ରାକୃତିକ, ପଶୁ ଠାରୁ ବ୍ୟାପିଥିବା କଥାକୁ ଅନୁମୋଦନ ଦେଇଥିଲେ । ଯେଭଳି ରିସର୍ଚ୍ଚ ସତ ଲୁଚିଯିବ । କୋଭିଡ୍ ସମୟରେ ଫାଉସି ଦେଶର ମହାମାରୀ ବିଶେଷଜ୍ଞ ସାଜି ସମସ୍ତଙ୍କୁ ମିଛ, ଭ୍ରମାତ୍ମକ ତଥ୍ୟ ଦେଇଥିବା ତୁଳସୀ ଅଭିଯୋଗ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ୧୭୦୦ ବର୍ଷ ପୂର୍ବେ ମହାକାଶରେ ହୋଇଥିଲା ମୃତ୍ୟୁ; ଏବେ 'ବ୍ଲାକ୍ ହୋଲ୍' ନିକଟରେ ଆସିଲା ନଜର
ସେ ନିଜ ବ୍ୟକ୍ତିଗତ ସ୍ଵାର୍ଥ୍ୟ ପାଇଁ IC ମଧ୍ୟରେ ରାଜୀତି କରି ନିଜ ଫାଇଦା ଉଠାଇଛନ୍ତି । ଏପରିକି ଏକ ମିଛ ପେପରକୁ ICର ବିଚାର ପାଇଁ ସତ ନଥିପତ୍ର ଆକାରରେ ଦେଇଥିଲେ । ଯାହାକୁ ପବ୍ଲିଶ୍ କରିବାରେ ସହାୟତା କରିଥିଲେ । ଯେଉଁଥିରେ ଫାଉସି ପଲିସି ମେକର ନୁହେଁ ଜଣେ ବିଶେଷଜ୍ଞ ଭାବେ ପରିଚିତ ହୋଇଥିଲେ ।
ଏଥିପାଇଁ ଆନ୍ଥୋନି ଫାଉସି ଡିପ୍ ଷ୍ଟେଟ୍ ପ୍ଲେବୁକ୍ର ତରିକା ଆପଣାଇଥିବା କହିଛନ୍ତି ତୁଳସୀ । ଏପରିକି କୋଭିଡ୍ର ଉତ୍ତପ୍ତି ନେଇ ଯେଉଁମାନେ ଫାଉସିଙ୍କ ମତ ସହ ସହମତ ହେଉନଥିଲେ । ସେମାନଙ୍କ ଧମକ ଦିଆ ଯାଉଥିଲା, ସେମାନଙ୍କ କ୍ୟାରିଅର ନଷ୍ଟ କରି ଦେଉଥିଲେ ବୋଲି ତୁଳସୀ ଅଭିଯୋଗ କରିଛନ୍ତି । ତେବେ ଏ ଅଭିଯୋଗ ଉପରେ ସଙ୍ଗେ ସଙ୍ଗେ ଫାଉସିଙ୍କ ପ୍ରତିକ୍ରିୟା ଆସି ନାହିଁ ।

Related Topics
Explore more stories