WDMMA Air Force Ranking 2026 / ପ୍ରକାଶ ପାଇଲା ଶକ୍ତିଶାଳୀ ବାୟୁସେନା ତାଲିକା; ପଛରେ ପଡ଼ିଗଲା ଚୀନ
·1 hour ago·2 min read

Key Points
WDMMA ପକ୍ଷରୁ ପ୍ରକାଶିତ ହୋଇଛି ବିଶ୍ୱର ଶକ୍ତିଶାଳୀ ବାୟୁସେନା ରହିଥିବା ଦେଶଙ୍କ ତାଲିକା। ଏହି ତାଲିକାରେ ଚୀନ୍ ପଛରେ ପଡ଼ିଯାଇଛି।
Global Air Powers Ranking 2026: ସଦ୍ୟ "World Directory of Modern Military Aircraft" (WDMMA) ପକ୍ଷରୁ ପ୍ରକାଶିତ ହୋଇଛି ବିଶ୍ୱର ଶକ୍ତିଶାଳୀ ବାୟୁସେନା ରହିଥିବା ଦେଶଙ୍କ ତାଲିକା। WDMMA ଦ୍ୱାରା ଯେଉଁ ତାଲିକା ପ୍ରକାଶିତ ହୋଇଛି ତାହା ବିଶ୍ୱର ବିଭିନ୍ନ ଦେଶର ବାୟୁସେନା ସାମର୍ଥ୍ୟକୁ ପ୍ରଦର୍ଶିତ କରେ। ଏହି ତଥ୍ୟ ଆଧୁନିକ ଯୁଦ୍ଧର ବାସ୍ତବତା ଭିତ୍ତିରେ ବିଭିନ୍ନ ଦେଶର ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରେ। ବର୍ତ୍ତମାନ ବିଶ୍ୱର ୧୦୩ ଦେଶର ୧୨୯ ବାୟୁସେନା ଶାଖାରେ ମୋଟ ୪୮, ୦୮୨ ବିମାନ ବ୍ୟବହୃତ ହେଉଛି।
WDMMA ରାଙ୍କିଂ ଗଠନ ଏକ ଜଟିଳ ସୂତ୍ର ବ୍ୟବହାର କରିଥାଏ। ଯାହା ବିଶ୍ୱର ବିଭିନ୍ନ ଦେଶର ବାୟୁସେନାର ସାମଗ୍ରିକ ଯୁଦ୍ଧ ଲଢିବା କ୍ଷମତାର ମୂଲ୍ୟାଙ୍କନ କରିଥାଏ। ବିଭିନ୍ନ ଦେଶକୁ ରାକିଂ କରିବା ପାଇଁ WDMMA ପୃଥକ ଭାବରେ ଏକ ନିର୍ଦ୍ଧିଷ୍ଟ TruVal ରେଟିଂ ବ୍ୟବହାର କରିଥାଏ। ଯାହା କେବଳ ସମ୍ପୂର୍ଣ୍ଣ ସାମରିକ ଶକ୍ତି ଅପେକ୍ଷା, ପ୍ରତ୍ୟେକ ବୈଶ୍ୱିକ ବାୟୁସେନା ଶକ୍ତିକୁ ପୃଥକ ଭାବରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ପ୍ରଦାନ କରିଥାଏ। ଏଥିପାଇଁ କୌଣସି ଦେଶର ବାୟୁସେନାର ଶାଖାର ପ୍ରଯୁକ୍ତିବିଦ୍ୟା ଆଧୁନିକୀକରଣ, ଆନୁଷଙ୍ଗୀକ ସମର୍ଥନ, ଆକ୍ରମଣ କ୍ଷମତା, ପ୍ରତିଆକ୍ରମଣ ପ୍ରତିହତ କରିବାର ସାମର୍ଥ୍ୟକୁ ମାନଦଣ୍ଡ ଭାବରେ ବିଚାରକୁ ନେଇଥାଏ। ଯାହା ଏହା ନିଶ୍ଚିତ କରେ ଯେ ଏକ କୌଣସି ଦେଶର ବାୟୁସେନାର ସାମର୍ଥ୍ୟ କେବଳ ଏହାର ମୋଟ ବିମାନ ସଂଖ୍ୟା ଦ୍ୱାରା ସ୍ଥିର କରାଯିବ ନାହିଁ।
ଏହା ସହ ପଢନ୍ତୁ: ଡ୍ରୋନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ; ୫୨ ହଜାର କୋଟିରେ କ୍ରୟ କରାଯିବ 'ଆକାଶ ତରଙ୍ଗ'
ସଦ୍ୟ ଉପଲବ୍ଧ ରହିଥିବା ସର୍ବାଧିକ TVR ସ୍କୋର ହେଉଛି ୨୪୨.୯। ଯାହା ଯୁକ୍ତରାଷ୍ଟ୍ର ଆମେରିକାର (United States of America) ବାୟୁସେନା ହାସଲ କରିଛି। ସକ୍ରିୟ WDMMA ସୂଚକାଙ୍କ, ବୈଶ୍ୱିକ ସ୍ତରରେ ତାଲିକାଭୂକ୍ତ ହୋଇଥିବା ୧୦୩ ଦେଶ ଏବଂ ୧୨୯ ବାୟୁସେନା ଶାଖା ଉପରେ ପର୍ଯ୍ୟବେସିତ। ଯେଉଁଥିରେ ସ୍ଥଳସେନା, ନୌସେନା ଏବଂ ମାରିନ୍ କର୍ପସ୍ ବିମାନ ଚଳାଚଳ ଶାଖା ଅନ୍ତର୍ଭୂକ୍ତ ରହିଛି।
WDMMA ବୈଶ୍ୱିକ ତାଲିକାରେ ଆମେରିକୀୟ ନୌସନା ବାୟୁ ଚଳାଚଳ ଶାଖା ଦ୍ୱିତୀୟ, ଋଷୀୟ ବାୟୁସେନା ତୃତୀୟ, ଆମେରିକୀୟ ସ୍ଥଳସେନାର ବାୟୁ ଶାଖା ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଆମେରିକାର ମରିନ୍ କର୍ପସ୍ ବାୟୁ ଶାଖା ପଞ୍ଚମ ସ୍ଥାନରେ ରହିଛି। ଏହା ପରେ ଭାରତୀୟ ବାୟୁସେନା ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଚୀନ୍ ଏବଂ ଜାପାନୀ ବାୟୁସେନା ଯଥାକ୍ରମେ ସପ୍ତମ ଏବଂ ଅଷ୍ଟମ ସ୍ଥାନରେ ରହିଛି। ଇସ୍ରାଏଲୀ ବାୟୁସେନା ନବମ ସ୍ଥାନରେ ରହିଛି। ସେହିପରି ଫ୍ରାନ୍ସ ବାୟୁସେନା ଦଶମ ସ୍ଥାନରେ ରହିଛି।
WDMMA Rank ଅନୁସାରେ ବିଭିନ୍ନ ଦେଶଙ୍କ ତାଲିକା
୧. ଆମେରିକୀୟ ବାୟୁସେନା (US Air Force)
୨. ଆମେରିକୀ ନୌସେନା ବାୟୁ ଶାଖା (US Navy Air Wing)
୩.ଋଷୀୟ ବାୟୁସେନା (Russian Air Force)
୪. ଆମେରିକୀୟ ସ୍ଥଳସେନା ବାୟୁ ଶାଖା (US Army Air Fleet)
୫. ଆମେରିକୀୟ ମରିନ୍ ୟୁନିଟ୍ ବାୟୁ ଶାଖା (United States Marine Corps Aviation)
୬.ଭାରତୀୟ ବାୟୁସେନା (Indian Air Force)
୭. ଚୀନ୍ ବାୟୁସେନା (Chinese Air Force)
୮.ଜାପାନୀ ବାୟୁସେନା (Japanese Air Force)
୯.ଇସ୍ରାଏଲୀ ବାୟୁସେନା (Israeli Air Force)
୧୦.ଫରାସୀ ବାୟୁସେନା (French Air Force)

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories