Videos
|
National

Akash Tarang anti drone system / ଡ୍ରୋନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ; ୫୨ ହଜାର କୋଟିରେ କ୍ରୟ କରାଯିବ 'ଆକାଶ ତରଙ୍ଗ'

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଡ୍ରୋନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ; ୫୨ ହଜାର କୋଟିରେ କ୍ରୟ କରାଯିବ 'ଆକାଶ ତରଙ୍ଗ'
Akash Tarang anti drone system

Key Points

"ଆକାଶ ତରଙ୍ଗ" ପ୍ରଣାଳୀକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏହା କେବଳ ଶତ୍ରୁ ପକ୍ଷର ଡ୍ରୋନ୍ ଅଟକାଇବ ନାହିଁ ବରଂ ମଝି ଆକାଶରେ ମଧ୍ୟ ଏହାକୁ ଗୁଳି କରି ଖସାଇ ଦେବ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଏହି ପ୍ରଣାଳୀକୁ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ବିକଶିତ କରାଯାଇଛି।
India new anti drone system:  ଯୁଦ୍ଧ ସହ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରତି ସତର୍କ ରହିଛି ଭାରତ। ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରଣାଳୟ ୫୨ ହଜାର କୋଟି ଟଙ୍କାର ଏକ ସାମରିକ କ୍ରୟକୁ ଅନୁମୋଦନ କରିଛି। ଏଥିରେ ଡ୍ରୋନ୍ କ୍ରୟ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଏହା ସହିତ ଶତ୍ରୁ ପକ୍ଷର ଡ୍ରୋନ୍ ଆକ୍ରମଣ କରିବା ପୂର୍ବରୁ ଏହାକୁ ମାରି ଖସାଇବା ପାଇଁ ସକ୍ଷମ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ରୟକୁ ମଧ୍ୟ ଅନୁମୋଦନ କରାଯାଇଛି। ଯେଉଁଥିରେ ମଧ୍ୟ ଆକାଶରେ କ୍ଷେପଣାସ୍ତ୍ରକୁ ନଷ୍ଟ କରିବା ପାଇଁ ଜ୍ଞାନକୌଶଳ କ୍ରୟ ମଧ୍ୟ ଅନ୍ତର୍ଭୂକ୍ତ ରହିବ। ନିରୀକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ ଏଥିପାଇଁ ଆବଶ୍ୟକ ଉପକରଣ ମଧ୍ୟ କ୍ରୟ କରାଯିବ। ଯେଉଁଥିରେ "ଆକାଶ ତରଙ୍ଗ" ଆଣ୍ଟି-ଡ୍ରୋନ୍ ସିଷ୍ଟମ ଅନ୍ତର୍ଭୂକ୍ତ ରହିଛି। ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଏବଂ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଟାର୍ଗେଟ କରି ପାରୁଥିବା କ୍ଷେପଣାସ୍ତ୍ର ମଧ୍ୟ କ୍ରୟ କରାଯିବ। ଏପରିକି ଏକ କ୍ଷୁଦ୍ର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ନିୟୋଜିତ କରାଯିବ।

ଏହି କ୍ରୟରେ "ଆକାଶ ତରଙ୍ଗ" ପ୍ରଣାଳୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ଏହା କେବଳ ଶତ୍ରୁ ପକ୍ଷର ଡ୍ରୋନ୍‌ ଅଟକାଇବ ନାହିଁ ବରଂ ମଝି ଆକାଶରେ ଏହାକୁ ଗୁଳି କରି ଖସାଇଦେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ ବିକଶିତ କରାଯାଇଛି। ଏହା ଦେଶକୁ ଡ୍ରୋନ୍ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବ। ଗତ ବର୍ଷ "ଅପରେସନ୍ ସିନ୍ଦୂର" ସମୟରେ ଭାରତ, ପାକିସ୍ତାନ ପଟୁ ଡ୍ରୋନ୍ ଆକ୍ରମଣର ସାମ୍ନା କରିଥିଲା। ଏହି କ୍ରୟ ଯୁଦ୍ଧର ନୂତନ ପଦ୍ଧତିରେ ଭାରତର କ୍ଷମତାକୁ ସୁଦୃଢ଼ ​​କରିବ। ଋଷିଆ-ୟୁକ୍ରେନ ହେଉ କିମ୍ବା ଇରାନ-ଇସ୍ରାଏଲ ଯୁଦ୍ଧରେ ଡ୍ରୋନ୍ ବ୍ୟବହାର ବୃଦ୍ଧି ପାଇଛି।

ଏହା ସହ ପଢନ୍ତୁ: ଦୂରରୁ ଥାଇ ଶତ୍ରୁଙ୍କୁ ନିପାତ କରିବ 'ବାୟୁ ବାଣ', କିପରି କରିବ କାମ?

ଏହା ସହିତ, ଭାରତୀୟ ସେନା ଏହାର ସୀମାରେ V-SHORADS ନାମକ ଏକ ନୀରିକ୍ଷଣ ପ୍ରଣାଳୀ (Indian Army Border Surveillance System) ସ୍ଥାପନ କରିବ। ଏହା ଶତ୍ରୁ କାର୍ଯ୍ୟକଳାପକୁ Real Time Tracking କରିବ। ଏହା ଭାରତୀୟ ସେନାକୁ ପାକିସ୍ତାନ-ଚୀନ ସଂଲଗ୍ନ ସୀମାରେ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବ। ଯେକୌଣସି ଯୁଦ୍ଧ କିମ୍ବା ଉତ୍ତେଜନା ପରିସ୍ଥିତିରେ ଏହି ପ୍ରଣାଳୀ ଶତ୍ରୁ ପକ୍ଷକୁ ଆକାଶରେ ଅଟକାଇବାର କ୍ଷମତା ପ୍ରଦାନ କରିବ। ଡ୍ରୋନ୍ ଯୁଦ୍ଧର ବିଶେଷତ୍ୱ ​​ହେଉଛି ଯେ ଏହା କମ୍ ମୂଲ୍ୟରେ ଶତ୍ରୁ ପକ୍ଷକୁ ଯଥେଷ୍ଟ ମାତ୍ରାରେ କ୍ଷତି ପହଞ୍ଚାନ୍ତି। ୟୁକ୍ରେନ ମଧ୍ୟ ଏହି ରଣନୀତି ଗ୍ରହଣ କରିଛି ଏବଂ ଏହାର ଦୁର୍ବଳ ସାମରିକ ସ୍ଥିତି ସତ୍ତ୍ୱେ, ଋଷିଆକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି।

ଭାରତୀୟ ନୌସେନା ପାଇଁ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍ସ (Multi Influence Ground Mines) କିଣାଯିବ। ଏହା ସମୁଦ୍ରରେ ନୌସେନାକୁ ମଜବୁତ କରିବ, ନିରୀକ୍ଷଣ ଠାରୁ ପ୍ରତି-ଆକ୍ରମଣ ପର୍ଯ୍ୟନ୍ତ ଏହାର କ୍ଷମତା ବୃଦ୍ଧି କରିବ। ବାୟୁସେନା ପାଇଁ ଅଧିକ ଉଚ୍ଚତାରେ ରହୁଥିବା ସୁଡ଼ୋ ସାଟେଲାଇଟ୍ (High-Altitude Pseudo-Satellite) ମଧ୍ୟ କିଣାଯିବ। ଏହାକୁ ବ୍ୟବହାର କରି ନିରୀକ୍ଷଣ କ୍ଷମତାକୁ ଯଥେଷ୍ଟ ମଜବୁତ କରାଯିବ। ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ, ଭାରତୀୟ ସେନା ଏବେ ଇଲେକ୍ଟ୍ରୋନିକ୍ ଯୁଦ୍ଧରେ ଅତ୍ୟନ୍ତ ଶକ୍ତିଶାଳୀ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Prepares for Drone Warfare: ₹52,000 Cr Deal Clears Akash Tarang System | Argus News