Central African Republic mine collapse / ସୁନା ଖୋଜିବା ବେଳେ ଶ୍ରମିକଙ୍କ ଉପରେ ଧସିଲା ପାହାଡ଼; ୩୦ ମୃତ, ଜାରି ରହିଛି ଉଦ୍ଧାର ଅଭିଯାନ
·2 weeks ago·2 min read

Key Points
କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟରେ ଏପରି ଛୋଟ ଏବଂ ସ୍ଥାନୀୟ ଭାବରେ ପରିଚାଳିତ ସୁନା ଖଣି ଭୁଶୁଡ଼ି ପଡ଼ିବା ସାଧାରଣ କଥା। ଯେଉଁଠାରେ ହଜାର ହଜାର ଲୋକ ସୁନା ଉତ୍ତୋଳନ ପାଇଁ କାମ କରିଥାନ୍ତି।
Central African Republic mining deaths: ମଙ୍ଗଳବାର (୧୮ ଅଗଷ୍ଟ) କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟରେ ଘଟିଯାଇଛି ଏକ ବଡ ଦୁର୍ଘଟଣା। ଏଠାରେ ସୁନା ଖୋଜିବା ବେଳେ ଅଚାନକ ଏକ ପାହାଡ଼ ଧସି ଯାଇଥିଲା। ଏହି ଘଟଣାରେ ଅତି କମରେ ୩୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପରି ଆହୁରି ଅନେକ ଶ୍ରମିକ ସେହି ଖଣି ଭିତରେ ଫସି ରହିଛନ୍ତି। ଖବର ଅନୁଯାୟୀ ଅଧିକାରୀ ଏବଂ ସ୍ଥାନୀୟ ଲୋକ ଏହି ଘଟଣା ଘଟିବା ସମ୍ପର୍କରେ ଜଣାଇଛନ୍ତି। ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ଖଣି ଶ୍ରମିକ ଫ୍ଲୋରିଆନ୍ ଗାଗୁଏଣ୍ଡେ କହିଛନ୍ତି ଯେ ମଙ୍ଗଳବାର ସକାଳେ ନାନା-ମାମ୍ବେରେ ପ୍ରଦେଶର ଆବା ଅଞ୍ଚଳରେ ରହିଥିବା ଏକ ପରୁଣା ଖଣି ଭୁଶୁଡ଼ି ଯାଇଥିଲା। ସେ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଖଣି ଭିତରେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଖୋଜି ବାହର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ହେଲେ ସେମାନେ ଜୀବିତ ରହିଥିବାର ଆଶା ବହୁତ କମ୍ ରହିଛି।
ଏଠାକାର ଡେପୁଟି ମେୟର ସୁଲେମାନ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକଙ୍କ କିଛି ଘଣ୍ଟାର ପ୍ରୟାସ ପରେ ଧସି ଯାଇଥିବା ଖଣିରୁ ୩୦ ଜଣ ଶ୍ରମିକଙ୍କ ମୃତଦେହକୁ ଉଦ୍ଧା କରାଯାଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଖଣି ଶ୍ରମିକଙ୍କୁ ଚିକିତ୍ସା ଜାରି ରହିଛି। ଏହି ଘଟଣା ବହୁତ ଭୟାନକ। ଆମେ ବିଭିନ୍ନ ସଙ୍ଗଠନ ଏବଂ ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିପାରିବେ ସେମାନଙ୍କୁ ଆମେ ନିବେଦନ କରୁଛୁ। ଯାହା ଦ୍ୱାରା ଖଣିରେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ।
ଏହା ସହ ପଢନ୍ତୁ: କଙ୍ଗୋରେ ଇବୋଲା ତାଣ୍ଡବ; ୮୦ ମୃତ, ଚିନ୍ତାରେ ପଡ଼ୋଶୀ
ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାର ଦେଖିକାକୁ ମିଳିଛି। ଏଥିରେ ପ୍ରାୟତଃ ଯୁବକ ଏବଂ ମହିଳା ସମ୍ପୂର୍ଣ୍ଣ ଭାବରେ କାଦୁଅରେ ପୋତି ହୋଇ ଯାଇଛନ୍ତି। ସେମାନେ ଖଣି ଖାତରୁ ଏକ ମୃତଦେହ ବାହାର କରୁଥିବାର ଦେଖିବାକୁ ମିଳିଛି। ନିକଟରେ ଆହୁରି ଅନେକ ଖଣି ଶ୍ରମିକ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ସରକାରୀ ମୁଖପାତ୍ର ଏଭାରିସ୍ତ ନଗାମାନା ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଅଧିକାରୀ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ସହାୟତା ପ୍ରଦାନ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାରମ୍ବାର ଘଟିଚାଲିଛି ଏଭଳି ଘଟଣା
ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ଏପରି ଛୋଟ ଏବଂ ସ୍ଥାନୀୟ ଭାବରେ ପରିଚାଳିତ ସୁନା ଖଣି ଭୁଶୁଡ଼ି ପଡ଼ିବା ସାଧାରଣ ଘଟଣା। ହଜାର ହଜାର ଲୋକ ଏହି ଛୋଟ ଖଣିରେ କାମ କରିଥାନ୍ତି। ସେମାନେ ସୁନା ଏବଂ ଅନ୍ୟାନ୍ୟ ସାମଗ୍ରୀ ବାହାର କରିବା କାମ କରିଥାନ୍ତି। ଏହି କାମ ଅତ୍ୟନ୍ତ ବିପଜ୍ଜନକ, କାରଣ ଖଣିରେ କାମ କରୁଥିବା ଶ୍ରମିକଙ୍କ ପାଖରେ ପ୍ରାୟତଃ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଉପକରଣର ଅଭାବ ଥାଏ। ଏହି କାରଣରୁ ଏଠାରେ ଘଟୁଥିବା ଦୁର୍ଘଟଣା ପ୍ରାୟତଃ ମାରାତ୍ମକ ପ୍ରମାଣିତ ହୋଇଥାଏ।

Related Topics
Explore more stories